Uttrakhand Char Dham Yatra / ଚାରିଧାମ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା
·1 month ago·2 min read

Key Points
ଚଳିତ ବର୍ଷ ୪ ଧାମ ଯାତ୍ରା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପ୍ରକ୍ରିୟାରେ ପଞ୍ଜୀକରଣ କରାଯିବ।
Uttrakhand Chardham Yatra 2026: ଚଳିତ ବର୍ଷ ଉତ୍ତରାଖଣ୍ଡରେ ଅବସ୍ଥିତ ୪ ଧାମ ଯାତ୍ରା ପାଇଁ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା। ଏହି ଯାତ୍ରା ଆରମ୍ଭ ହେବା ସମ୍ପର୍କରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଆଦି ୪ ଧାମ ପାଇଁ ଯାତ୍ରା ଆସନ୍ତା ମାସରୁ ଆରମ୍ଭ ହେବ।
ଏନେଇ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ତୀର୍ଥଯାତ୍ରୀଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ମାର୍ଚ୍ଚ ୬ ତାରିଖ ଶୁକ୍ରବାର ସକାଳ ୭ ଘଟିକାରୁ ଆରମ୍ଭ ହେବ। ଚାରିଧାମ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ ପଞ୍ଜୀକରଣ କରିପାରିବେ।
ଏନେଇ ଜାରି ହୋଇଥିବା ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଆସନ୍ତା ଅପ୍ରେଲ ୧୭ ତାରିଖରୁ ୪ ଧାମ ଯାତ୍ରା ଆରମ୍ଭ ହେବ। ଏହାର ୨ ଦିନ ପୂର୍ବରୁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଏଥିପାଇଁ ଋଷିକେଶ, ହରିଦ୍ୱାର ଏବଂ ଡେରାଡୁନ ଠାରେ ଅଫଲାଇନ୍ ପଞ୍ଜୀକରଣ କେନ୍ଦ୍ର ( Chardham Yatra Offline Booking Counter) ସ୍ଥାପନ କରାଯିବ।
ଆସନ୍ତା ମାସ ୧୯ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲାଯିବା ସହ ତୀର୍ଥଯାତ୍ରା ଆରମ୍ଭ ହେବ। କେଦାରନାଥ ମନ୍ଦିର ଦ୍ୱାର ଅପ୍ରେଲ ୨୨ ତାରିଖରେ ଖୋଲିବ। ସେହିପରି ୨୩ ଅପ୍ରେଲରେ ବଦ୍ରିନାଥ ଧାମ ଦ୍ୱାର ଖୋଲାଯିବ।
କିପରି କରିବେ ପଞ୍ଜୀକରଣ
ଅନଲାଇନ୍ ପଞ୍ଜୀକରଣ: ଚାରିଧାମ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ registrationandtouristcare.uk.gov.in ୱେବସାଇଟ୍ (Website) ପରିଦର୍ଶନ କରି ଅନଲାଇନ୍ ପଞ୍ଜୀକରଣ (Online Registration) କରିପାରିବେ।
ହ୍ୱାଟସ୍ସଆପ୍ (WhatsApp): +୯୧-୮୩୯୪୮୩୩୮୩୩ ନମ୍ବର୍ କୁ ଯାତ୍ରା ଲେଖି ପଠାନ୍ତୁ।
ଟୋଲ୍ ଫ୍ରି ହେଲ୍ପଲାଇନ୍ (Toll-Free Helpline): ୧୩୬୪ କିମ୍ବା (୦୧୩୫-୧୩୬୪) ନମ୍ବର କୁ କଲ କରନ୍ତୁ।
ଅଫଲାଇନ୍ ପଞ୍ଜୀକରଣ କେନ୍ଦ୍ର: ଉତ୍ତରଖଣ୍ଡର ରାଜଧାନୀ ଡେରାଡୁନ ସମେତ ଋଷିକେଶ ଏବଂ ହରିଦ୍ୱାର ଠାରେ ଯାତ୍ରୀଙ୍କ ପାଇଁ ଅଫଲାଇନ୍ ପଞ୍ଜୀକରଣ କେନ୍ଦ୍ର ଖୋଲାଯିବ। ଯହା ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହେବ।
ପଞ୍ଜୀକରଣ ପାଇଁ ଆବଶ୍ୟକୀୟ ଦସ୍ତାବିଜ (Documents Needed): ଆଧାର କାର୍ଡ଼, ଭୋଟର ଆଇଡ଼ି କାର୍ଡ଼, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ
ହେଲିକ୍ୟାପ୍ଟର ବୁକିଂ (Helicopter Bookings)
କେଦାରନାଥ ଧାମ ପାଇଁ ହେଲିକପ୍ଟର ବୁକିଂ କେବଳ ସରକାରୀ IRCTC ପୋର୍ଟାଲ୍ (heliyatra.irctc.co.in) ମାଧ୍ୟମରେ କରାଯିବା ଆବଶ୍ୟକ।
ହେଲିକ୍ୟାପ୍ଟର ଟିକେଟ୍ ବୁକ୍ କରିବା ପୂର୍ବରୁ ଆପଣଙ୍କ ପାଖରେ ଏକ ବୈଧ ଯାତ୍ରା ପଞ୍ଜୀକରଣ ନମ୍ବର ରହିଥିବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories