Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Chidambaram on Mumbai Attack / ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କାହିଁକି ପ୍ରତିଶୋଧ ନେଲାନି ଭାରତ ? ଚିଦାମ୍ବରମ କଲେ ବଡ଼ ଖୁଲାସା...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
୨୬/୧୧ ମୁମ୍ବାଇ ଆକ୍ରମଣ ପରେ କାହିଁକି ପ୍ରତିଶୋଧ ନେଲାନି ଭାରତ ? ଚିଦାମ୍ବରମ କଲେ ବଡ଼ ଖୁଲାସା...

Key Points

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ସ୍ବୀକାରୋକ୍ତି । ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ ଚିଦାମ୍ବରମଙ୍କ ବଡ଼ ସ୍ବୀକାରୋକ୍ତି । ପାଲଟା କାର୍ଯ୍ୟାନୁଷ୍ଠାନ ପାଇଁ ଆମକୁ ଅଟକାଇଥିଲା ଆମେରିକା ।

ଦୀର୍ଘ ବର୍ଷ ପରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ବଡ଼ ଖୁଲାସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ତତ୍କାଳୀନ ୟୁପିଏ ସରକାର ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମତକୁ ଦୃଷ୍ଟିରେ ରଖି ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଚିଦାମ୍ବରମ କହିଥିଲେ ଯେ ସେ ପ୍ରତିଶୋଧ ନେବା ବିଷୟରେ ଚିନ୍ତା କରିଥିଲେ, କିନ୍ତୁ ସରକାର ଏଥିରେ ରାଜି ନଥିଲେ । ତେବେ ଚିଦାମ୍ବରମଙ୍କ ଏହି ବୟାନ ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।


ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ପି. ଚିଦାମ୍ବରମ କହିଛନ୍ତି, 'ଆତଙ୍କବାଦୀମାନଙ୍କୁ ହତ୍ୟା କରାଯିବା ଦିନ ମୁଁ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲି । ନଭେମ୍ବର ୩୦ରେ ଲୁଚିଥିବା ଶେଷ ଆତଙ୍କବାଦୀ ନିହତ ହୋଇଥିଲା । ସେହିଦିନ ମୋତେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିଥିଲେ । ମୋତେ ଅର୍ଥ ବିଭାଗରୁ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ନେବାକୁ କୁହାଯାଇଥିଲା । କିନ୍ତୁ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ପ୍ରସ୍ତୁତ ନଥିଲି । କିନ୍ତୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣ ଗୃହମନ୍ତ୍ରୀ ହେବେ ବୋଲି ଆମେ ପୂର୍ବରୁ ନିଷ୍ପତ୍ତି ନେଇସାରିଛୁ ।"


ପାକିସ୍ତାନ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା?


ଚିଦାମ୍ବରମ କହିଛନ୍ତି, "ମୁଁ ସୁରକ୍ଷା ବାହିନୀର ପ୍ରସ୍ତୁତି ବିଷୟରେ ଅବଗତ ନଥିଲି। ଆମର ଗୁପ୍ତଚର ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ବିଷୟରେ ମୋର କୌଣସି ଜ୍ଞାନ ମଧ୍ୟ ନଥିଲା । ଭାରତର ଗୁପ୍ତଚର ସଂସ୍ଥା ପାକିସ୍ତାନ ଏବଂ ପଡ଼ୋଶୀରେ ଯେଉଁ ସମ୍ବଳ ତିଆରି କରିଥିଲେ ସେ ବିଷୟରେ ମୋର କୌଣସି ସୂଚନା ନଥିଲା । ସେହି ସମୟରେ ମୁଁ ପ୍ରତିଶୋଧ ନେବାକୁ ଚାହୁଁଥିଲି । ମୁଁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲି । କିନ୍ତୁ MEA ଏବଂ IFSର ନିଷ୍କର୍ଷଟି ଥିଲା ଯେ ଆମେ ଆମେ ଯେକୌଣସି ପରିସ୍ଥିତିରେ ସାମରିକ ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ । ବରଂ ଏକ କୂଟନୈତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍।


ଅଧିକ ପଢ଼ନ୍ତୁ: ଭାରତ-ଭୁଟାନ ମଧ୍ୟରେ ଗଢିବ ଟ୍ରେନ, ଖର୍ଚ୍ଚ ହେବ ୪ ହଜାର କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ସେ ଆହୁରି କହିଛନ୍ତି, ସମଗ୍ର ବିଶ୍ୱ ଦିଲ୍ଲୀକୁ କହିବାକୁ ଆସିଥିଲା, ଯୁଦ୍ଧ ଆରମ୍ଭ କରନାହିଁ । ସେତେବେଳେ ଆମେରିକାର ବୈଦେଶିକ ମନ୍ତ୍ରୀ ଥିବା କଣ୍ଡୋଲିଜା ରାଇସ୍, ମୁଁ ଦାୟିତ୍ୱ ନେବାର ଦୁଇ କିମ୍ବା ତିନି ଦିନ ପରେ ମୋତେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ଏବଂ କହିଥିଲେ ଦୟାକରି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ।'


ସେପଟେ ପି. ଚିଦାମ୍ବରମଙ୍କ ଏହି ବୟାନ ପରେ ତାଙ୍କୁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପୂର୍ବତନ ଗୃହମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଦେଶ ପୂର୍ବରୁ ଜାଣିଥିଲା ​​ଯେ ବିଦେଶୀ ଶକ୍ତିର ଚାପରେ ମୁମ୍ବାଇ ଆକ୍ରମଣକୁ ଭୁଲ ଭାବରେ ପରିଚାଳନା କରାଯାଇଥିଲା ।


ସେହିପରି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ପି. ଚିଦାମ୍ବରମ କହିଥିଲେ ଯେ ୨୬/୧୧ ଆକ୍ରମଣ ପରେ ଯେତେବେଳେ ସେ ଗୃହମନ୍ତ୍ରୀ ହୋଇଥିଲେ, ସେ ଚାହୁଁଥିଲେ ଯେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । କିନ୍ତୁ ତତ୍କାଳୀନ ଦଳୀୟ ନେତୃତ୍ୱ ଏହାକୁ ଅନୁମତି ଦେଇ ନଥିଲେ ।


ସେହିପରି ବିଜେପିର ଆଉ ଜଣେ ମୁଖପାତ୍ର ଶହଜାଦ ପୁନାୱାଲା ଅଭିଯୋଗ କରିଛନ୍ତି ଯେ ଚିଦାମ୍ବରମ ପ୍ରଥମେ ଗୃହମନ୍ତ୍ରୀ ହେବାକୁ ଦ୍ୱିଧା କରୁଥିଲେ, ପରେ ସାମରିକ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ। କିନ୍ତୁ ସେ ସମୟରେ ୟୁପିଏ ସରକାର କାହିଁକି ଆମେରିକା ଚାପରେ କାର୍ଯ୍ୟ କରୁଥିଲା ବୋଲି ପୁନଓ୍ବାଲା କହିଛନ୍ତି ।

Related Topics

Explore more stories

Sponsored
Why India Didn’t Strike Pakistan After 26/11? Chidambaram Reveals | Argus News