Rule Change / ଗ୍ୟାସ୍, ପେନସନ୍, ଟିକସ...ଡିସେମ୍ବର ପହିଲାରୁ ବଦଳିଯିବ ଏହି ୫ ନିୟମ
·9 months ago·2 min read

Key Points
ଡିସେମ୍ବର ୧ରୁ ବଦଳିଯିବ ୫ଟି ବଡ ନିୟମ
ନଭେମ୍ବର ୩୦ ସୁଦ୍ଧା କରିନିଅନ୍ତୁ ଏହି କାମ
ନଭେମ୍ବର ୩୦ ସୁଦ୍ଧା କରିନିଅନ୍ତୁ ଏହି କାମ
ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି ନଭେମ୍ବର ମାସ । ଆରମ୍ଭ ହେବ ନୂଆ ମାସ । ତେବେ ନୂତନ ମାସ ଅନେକ ଆର୍ଥିକ ପରିବର୍ତ୍ତନ ଆଣିବ ଯାହା ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ କରିପାରେ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ LPG ଗ୍ୟାସ ସିଲିଣ୍ଡର, ପେନସନ, ଟିକସ ଏବଂ ଇନ୍ଧନ ସହିତ ଜଡିତ ନିୟମ ରହିଛି । ଡିସେମ୍ବର ପହିଲାରୁ ପାଞ୍ଚଟି ପ୍ରମୁଖ ନିୟମ ପରିବର୍ତ୍ତନ ହେଉଛି । ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ପରିବର୍ତ୍ତନ ହେବ...
ପ୍ରଥମ ପରିବର୍ତ୍ତନ - LPG ଗ୍ୟାସ ସିଲିଣ୍ଡର ମୂଲ୍ୟ
ସରକାର ପ୍ରାୟତଃ ମାସର ପ୍ରଥମ ତାରିଖରେ LPG ମୂଲ୍ୟ ସଂଶୋଧନ କରନ୍ତି । ଏହି ପରିବର୍ତ୍ତନ କମର୍ସିଆଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇଁ ପ୍ରାଯୁଜ୍ୟ । ନଭେମ୍ବରରେ ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ପାଇଁ ମୂଲ୍ୟ ସଂଶୋଧନ କରିଥିଲେ । ନଭେମ୍ବର ୧ରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ରନ୍ଧନ ଗ୍ୟାସ୍ ମୂଲ୍ୟ ବହୁତ ଦିନ ଧରି ଅପରିବର୍ତ୍ତିତ ରହିଛି ।
ଦ୍ୱିତୀୟ ପରିବର୍ତ୍ତନ - UPS ଶେଷ ତାରିଖ
ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ସ୍କିମ୍ (UPS) ବାଛିବା ପାଇଁ ଶେଷ ତାରିଖ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଥିଲା । ଯେକୌଣସି ସରକାରୀ କର୍ମଚାରୀ NPS ଏବଂ UPS ମଧ୍ୟରୁ ବାଛିପାରିବେ। ଯଦି ଜଣେ ସରକାରୀ କର୍ମଚାରୀ NPS ଏବଂ UPS ମଧ୍ୟରୁ ବାଛିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ନଭେମ୍ବର ୩୦ ତାରିଖ ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ । ଡିସେମ୍ବର ୧ ପରେ ଏହି ସୁଯୋଗ ଉପଲବ୍ଧ ନ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୃତୀୟ ପରିବର୍ତ୍ତନ - ଲାଇଫ୍ ସାର୍ଟିଫିକେଟ୍ ଦାଖଲ
ପେନସନ ଲାଭ ପାଇବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡିବ । ନଭେମ୍ବର ୩୦ ତାରିଖ ହେଉଛି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ଶେଷ ତାରିଖ । ଲାଇଫ୍ ସାର୍ଟିଫିକେଟ୍ ଦାଖଲ ନ କଲେ ପେନସନ୍ ଉପଭୋକ୍ତାଙ୍କ ପେନସନ୍ ସ୍ଥଗିତ ରଖାଯାଇପାରେ ।
ଚତୁର୍ଥ ପରିବର୍ତ୍ତନ - ଟିକସ ନିୟମ
ଯଦି ଆପଣଙ୍କର ଅକ୍ଟୋବରରେ TDS କଟାଯାଇଥିଲା, ତେବେ ଆପଣଙ୍କୁ ଧାରା 194-IA, 194-IB, 194M, ଏବଂ 194S ଅନୁଯାୟୀ ଏକ ବିବରଣୀ ଦାଖଲ କରିବାକୁ ପଡିବ । ବିବରଣୀ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩୦ । ଏହା ସହିତ, ଯେଉଁ ଟିକସଦାତାମାନଙ୍କୁ ଧାରା 92E ଅନୁଯାୟୀ ରିପୋର୍ଟ ଦାଖଲ କରିବାକୁ ପଡ଼େ, ସେମାନେ ମଧ୍ୟ ନଭେମ୍ବର ୩୦ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ ।
ପଞ୍ଚମ ପରିବର୍ତ୍ତନ - CNG-PNG ଏବଂ ଜେଟ୍ ଇନ୍ଧନ
ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ LPG, CNG, PNG ଏବଂ ATF ର ମୂଲ୍ୟ ସଂଶୋଧନ କରନ୍ତି। ଏହି ମାସରେ LPG, CNG, PNG ଏବଂ ଜେଟ୍ ଇନ୍ଧନ (AFT) ର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ।

Related Topics
Explore more stories