Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଇସଲାମ୍ ଓ ଆତ୍ମଘାତୀ ବିସ୍ଫୋରଣ; ଦିଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଭିଡିଓରେ କ'ଣ କହିଥିଲା ଡକ୍ଟର ଉମର

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଇସଲାମ୍ ଓ ଆତ୍ମଘାତୀ ବିସ୍ଫୋରଣ; ଦିଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଭିଡିଓରେ କ'ଣ କହିଥିଲା ଡକ୍ଟର ଉମର

Key Points

ଆତ୍ମଘାତୀ ବିସ୍ଫୋରଣକୁ ଉମର ସଠିକ୍ ବୋଲି କହୁଥିବା ନଜର ଆସୁଛି । ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଲାଲକିଲ୍ଲା ମେଟ୍ରୋ ବାହାରେ ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ ନବୀର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆତ୍ମଘାତୀ ବିସ୍ଫୋରଣ (Suicide Bombing) ସପକ୍ଷରେ ଯୁକ୍ତି ବାଢ଼ୁଥିବା ନଜର ଆସୁଛି ।

ଭିଡିଓରେ ଅତ୍ୟନ୍ତ ଶାନ୍ତ ଭାବରେ ସେ କହୁଛି, "ଆତ୍ମଘାତୀ ଆକ୍ରମଣକୁ ନେଇ ଅନେକ ଭ୍ରମ ରହିଛି । ଯେତେବେଳେ କୌଣସି ବ୍ୟକ୍ତିକୁ ଲାଗେ କି କୌଣସି ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ସେ ମରିବାକୁ ଯାଉଛନ୍ତି ତ ତାଙ୍କ ମନରେ କ'ଣ ଚାଲିଥାଏ ।

ଭାଇରାଲ୍ ଭିଡିଓରେ ଆତ୍ମଘାତୀ ବିସ୍ଫୋରଣକୁ ଉମର ସଠିକ୍ ବୋଲି କହୁଥିବା ନଜର ଆସୁଛି । ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ କାର୍‌କୁ ଉଡ଼ାଇ ଦେଇଥିବା ଅଲ୍-ଫଲାହ ବିଶ୍ଵବିଦ୍ୟାଳୟର ଡକ୍ଟର ଉମର ଉନ୍ ନବୀ ସାମିଲ୍ ଥିଲା ।

ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା

ଭାଇରାଲ୍ ଭିଡିଓରେ ଉମର କହିଛି, "ଆତ୍ମଘାତୀ ବିସ୍ଫୋରଣକୁ ନେଇ ଲୋକଙ୍କ ମନରେ ଅନେକ ଭ୍ରମ ରହିଛି । ଏହା ଇସଲାମ୍‌ରେ ବେଶ୍ ଜଣାଶୁଣା କଥା । ଏହା ବିରୋଧରେ ଅନେକ ପ୍ରକାର ଆଲୋଚନା ବି ହୁଏ ।" ଆତ୍ମଘାତୀ ବିସ୍ଫୋରଣକୁ ଉମର ସହିଦ ହେବାର ଅପରେସନ୍ କହୁଛି । ଏଥିପାଇଁ ଅନ୍ୟମାନେ ଆଗକୁ ଆସିବା କଥା କହୁଛି ଉମର । ତେବେ ଏହି ଭିଡିଓ କେଉଁଠୁ ଆସିଲା ଓ କିଏ ଭିଡିଓ ଭାଇରାଲ୍ କଲା ତାହା ଜଣାପଡ଼ି ନାହିଁ ।

ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି, ଉମର ଉନ ନବୀ ସମ୍ପୂର୍ଣ୍ଣ ଭାବେ କଟ୍ଟରପନ୍ଥୀଙ୍କ ସହ ଅଛନ୍ତି । ସେ ବହୁକ ଭଲ ଇଂରାଜୀ କହୁଛନ୍ତି । ଶାନ୍ତ ମନରେ ଭିଡିଓ ରେକର୍ଡ କରିଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ଏଭଳି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଭିଡିଓରେ ତାର ଉଦ୍ଦେଶ୍ୟକୁ ନେଇ କହିଛି । ଭିଡିଓର ଉଦ୍ଦେଶ୍ୟ, ଜୈଶ-ଏ-ମହମ୍ମଦର ଏହି ମଡ୍ୟୁଲ୍‌ର ପ୍ରଚାର ପ୍ରସାର କରିବା ଭଳି ଲାଗୁଛି ।

ଦିଲ୍ଲୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ମୁଖ୍ୟ ଅସ୍ତ୍ର ହୋଇଥାନ୍ତା ଡ୍ରୋନ୍ । ଡ୍ରୋନ୍‌ରେ ଖଞ୍ଜିତ ଅସ୍ତ୍ର ମାଧ୍ୟମରେ ହୋଇଥାନ୍ତା ବିସ୍ଫୋରଣ । ତଦନ୍ତ ବେଳେ NIA ହାତରେ ଲାଗିଛି ଏହି ତଥ୍ୟ । ବିସ୍ଫୋରଣ ମାମଲାରେ ଟେକ୍ନୋଲୋଜି ସହାୟତା ଦେଇଥିବା ଦ୍ଵିତୀୟ ସନ୍ଦିଗ୍ଧ ଆତଙ୍କବାଦୀକୁ NIA ଗିରଫ କରିଛି । ଗିରଫ ଦାନିସ୍, ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ୍ ନବୀର ସହଯୋଗୀ ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ହମାସ୍ ଭଳି ଡ୍ରୋନ୍ ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ

ଗିରଫ ହୋଇଥିବା ଆତଙ୍କବାଦୀ ପରିଚୟ ଜାସିର୍ ବିଲାଲ ୱାନି ଓରଫ୍ ଦାନିଶ ବୋଲି କୁହାଯାଉଛି । ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଦାନିଶର ଘର । NIA ତଦନ୍ତ ବେଳେ ସାମ୍ନାକୁ ଚକିତ କଲା ଭଳି ତଥ୍ୟ ଆସିଛି ।

ଅଭିଯୋଗ ଅନୁସାରେ, ଜାସିର୍ ହିଁ ଆତଙ୍କବାଦୀ ଆକ୍ରମଣ ପାଇଁ ଟେକ୍ନୋଲୋଜି ସହାୟତା ଯୋଗାଇ ଦେଇଥିଲା । ସେ ଡ୍ରୋନ୍ ମୋଡିଫାଏ କରେ, ଆଉ ସେହି ଡ୍ରୋନ୍‌କୁ ଆକ୍ରମଣରେ ବ୍ୟବହାର କରାଯାଏ । ଏପରିକି ଜାସିର୍ ରକେଟ୍ ତିଆରି ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।

ଏହି ଟେରର୍ ମଡେଲ୍ ଅସ୍ତ୍ରଶସ୍ତ୍ର ଖଞ୍ଜିତ ଡ୍ରୋନ୍‌କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ପଠାଇ ବିସ୍ଫୋରଣ ଯୋଜନା କରୁଥିଲେ । ହମାସ୍ ଭଳି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ସିରିଆ ଭଳି ଏକାଧିକ ଦେଶରେ ପୂର୍ବରୁ ଏହି କୌଶଳ ଆକ୍ରମଣକାରୀ ପାଇଁ ଆପଣାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast: Suicide Attacker Umar’s Video Praising Extremism Surfaces | Argus News | Argus News