Delhi Blast / ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ହମାସ୍ ଭଳି ଡ୍ରୋନ୍ ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ
·10 months ago·2 min read

Key Points
ଦିଲ୍ଲୀ ଆତ୍ମଘାତୀ କାର୍ ବିସ୍ଫୋରଣରେ ସାମିଲ୍ ହ୍ଵାଇଟ୍ କଲାର୍ ଟେରର୍ ମଡ୍ୟୁଲ୍ ଡ୍ରୋନ୍ ମୋଡିଫାଏ କରିବାକୁ ଯୋଜନା କରିଥିଲେ । ମୋଡିଫାଏଡ୍ ଡ୍ରୋନ୍ରେ ଅସ୍ତ୍ରଶସ୍ତ୍ର ଖଞ୍ଜିଥାନ୍ତା, ରକେଟ୍ ତିଆରି ବି କରିଥାଆନ୍ତେ ।
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପଦାକୁ ଆସୁଛି ଆତଙ୍କବାଦୀଙ୍କ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର । ଦିଲ୍ଲୀ ଆତ୍ମଘାତୀ କାର୍ ବିସ୍ଫୋରଣରେ ସାମିଲ୍ ହ୍ଵାଇଟ୍ କଲାର୍ ଟେରର୍ ମଡ୍ୟୁଲ୍ ଡ୍ରୋନ୍ ମୋଡିଫାଏ କରିବାକୁ ଯୋଜନା କରିଥିଲେ । ମୋଡିଫାଏଡ୍ ଡ୍ରୋନ୍ରେ ଅସ୍ତ୍ରଶସ୍ତ୍ର ଖଞ୍ଜିଥାନ୍ତା, ରକେଟ୍ ତିଆରି ବି କରିଥାଆନ୍ତେ ।
ନଭେମ୍ବର ୧୦ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ଆକ୍ରମଣ ପୂର୍ବରୁ ମୋଡିଫାଏଡ୍ ଡ୍ରୋନ୍ ସହ ରକେଟ୍ ତିଆରି ନେଇ ଯୋଜନା କରିଥିଲେ ହ୍ଵାଇଟ୍ କଲାର୍ ଟେରର୍ ମଡ୍ୟୁଲ୍ । ଇସ୍ରାଏଲ୍ରେ ହମାସ୍ ଯେଭଳି ୨୦୨୩ ଅକ୍ଚୋବର ୭ରେ ଆକ୍ରମଣ କରିଥିଲା । ଠିକ୍ ସେହି ଢଙ୍ଗରେ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ ।
ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା
ଦିଲ୍ଲୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ମୁଖ୍ୟ ଅସ୍ତ୍ର ହୋଇଥାନ୍ତା ଡ୍ରୋନ୍ । ଡ୍ରୋନ୍ରେ ଖଞ୍ଜିତ ଅସ୍ତ୍ର ମାଧ୍ୟମରେ ହୋଇଥାନ୍ତା ବିସ୍ଫୋରଣ । ତଦନ୍ତ ବେଳେ NIA ହାତରେ ଲାଗିଛି ଏହି ତଥ୍ୟ । ବିସ୍ଫୋରଣ ମାମଲାରେ ଟେକ୍ନୋଲୋଜି ସହାୟତା ଦେଇଥିବା ଦ୍ଵିତୀୟ ସନ୍ଦିଗ୍ଧ ଆତଙ୍କବାଦୀକୁ NIA ଗିରଫ କରିଛି । ଗିରଫ ଦାନିସ୍, ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ୍ ନବୀର ସହଯୋଗୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗିରଫ ହୋଇଥିବା ଆତଙ୍କବାଦୀ ପରିଚୟ ଜାସିର୍ ବିଲାଲ ୱାନି ଓରଫ୍ ଦାନିଶ ବୋଲି କୁହାଯାଉଛି । ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଦାନିଶର ଘର । NIA ତଦନ୍ତ ବେଳେ ସାମ୍ନାକୁ ଚକିତ କଲା ଭଳି ତଥ୍ୟ ଆସିଛି ।
ଅଭିଯୋଗ ଅନୁସାରେ, ଜାସିର୍ ହିଁ ଆତଙ୍କବାଦୀ ଆକ୍ରମଣ ପାଇଁ ଟେକ୍ନୋଲୋଜି ସହାୟତା ଯୋଗାଇ ଦେଇଥିଲା । ସେ ଡ୍ରୋନ୍ ମୋଡିଫାଏ କରେ, ଆଉ ସେହି ଡ୍ରୋନ୍କୁ ଆକ୍ରମଣରେ ବ୍ୟବହାର କରାଯାଏ । ଏପରିକି ଜାସିର୍ ରକେଟ୍ ତିଆରି ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।
ଏହି ଟେରର୍ ମଡେଲ୍ ଅସ୍ତ୍ରଶସ୍ତ୍ର ଖଞ୍ଜିତ ଡ୍ରୋନ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ପଠାଇ ବିସ୍ଫୋରଣ ଯୋଜନା କରୁଥିଲେ । ହମାସ୍ ଭଳି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ସିରିଆ ଭଳି ଏକାଧିକ ଦେଶରେ ପୂର୍ବରୁ ଏହି କୌଶଳ ଆକ୍ରମଣକାରୀ ପାଇଁ ଆପଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
ତଦନ୍ତ ବେଳେ ଜଣାପଡ଼ିଛି, ଆତ୍ମଘାତୀ ବିସ୍ଫୋରଣକାରୀ ଉମର ସହ ମିଶି ଜାସିର୍ ଦିଲ୍ଲୀ ବିସ୍ଫୋରଣ ପାଇଁ ପ୍ରସ୍ତୁତି କରିଥିଲା । NIA ଅନୁସାରେ, ଜାସିର୍ କେବଳ ବୈଷୟିକ ସହାୟତା ଦେଉନଥିଲା ବରଂ ଆକ୍ରମଣ କିଭଳି, କେମିତି ହେବ ସେଥିରେ ସକ୍ରିୟ ଭାବେ ସାମିଲ୍ ଥିଲା ।
ଉମରର ସବୁଠୁ ଘନିଷ୍ଠ ଓ ବିଶ୍ଵାସଯୋଗ୍ୟ ସହଯୋଗୀ ହେଉଛି ଜାସିର୍ । ଯିଏକି ଆକ୍ରମଣର ପ୍ରତିଟି ପର୍ଯ୍ୟାୟରେ ସଂଶ୍ଲିଷ୍ଟ ଥିଲା । ସୂଚନାଯୋଗ୍ୟ, ଦିନକ ତଳେ NIA ଉମରର ଆଉ ଜଣେ ସହଯୋଗୀକୁ ଗିରଫ କରିଥିଲା । NIA ଗିରଫ କରିଥିବା ଆତଙ୍କବାଦୀ ଆମୀର ରଶିଦ ଅଲୀ ।

Related Topics
Explore more stories