Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଦିଲ୍ଲୀ କାର୍‌ ବିସ୍ଫୋରଣ: ଭାଉଜ ଖୋଲିଲେ ଆତଙ୍କୀର ଗୁମର...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଦିଲ୍ଲୀ କାର୍‌ ବିସ୍ଫୋରଣ: ଭାଉଜ ଖୋଲିଲେ ଆତଙ୍କୀର ଗୁମର...

Key Points

ଭୟଙ୍କର ବିସ୍ଫୋରଣ ରାଜଧାନୀବାସୀଙ୍କୁ ଥରାଇ ଦେଇଛି
ଆତଙ୍କୀର ଭାଉଜ ଖୋଲିଲେ ଗୁମର

 
ଦିଲ୍ଲୀ ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍ ବାହାରେ ଭୟଙ୍କର ବିସ୍ଫୋରଣ ସାରା ଦେଶରେ ଭୟ ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ। ଏହି ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ବିସ୍ଫୋରଣର ତଦନ୍ତକୁ ଜୋରଦାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ଯାହା ଘଟଣାଟିକୁ ଜାମ୍ମୁ କାଶ୍ମୀର ସହିତ ଜଡିତ ମନେହୁଏ। ଯେଉଁ I20 କାରରେ ବିସ୍ଫୋରଣ ଘଟିଥିଲା ତାହା ପୂର୍ବରୁ କଶ୍ମୀରର ପୁଲୱାମା ଜିଲ୍ଲାର ଜଣେ ଡାକ୍ତରଙ୍କ ମାଲିକାନାରେ ଥିଲା।
ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଏହାର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଥିଲେ। ଆକ୍ରମଣ ପରେ ତାଙ୍କ ମା’ ଏବଂ ଭାଇଙ୍କୁ ଜାମ୍ମୁ-କାଶ୍ମୀରରେ ଅଟକ ରଖାଯାଇଥିଲା। ଉମରଙ୍କ ଭାଉଜ ଅନେକ କିଛି କଥା ଖୁଲାସା କରିଛନ୍ତି। ଗଣମାଧ୍ୟମକୁ କହିଥିଲେ ଯେ, ଉମର ତାଙ୍କୁ ଫୋନ କରିବାକୁ ମନା କରିଥିଲେ।

ଫରିଦାବାଦ ମଡ୍ୟୁଲରେ ଗିରଫ ହୋଇଥିବା ଡାକ୍ତର ଶାହିନାକୁ ଭାରତରେ ମହିଳା ଶାଖା ପ୍ରତିଷ୍ଠା ଏବଂ ଜୈଶ ଆତଙ୍କବାଦୀ ସଂଗଠନ ପାଇଁ ନିଯୁକ୍ତି ଦେବାର ଦାୟିତ୍ୱ ଦିଆଯାଇଥିଲା। ଜମାତ-ଉଲ-ମୋମିନାତ ହେଉଛି ଜୈସର ମହିଳା ଶାଖା, ଯାହାର ଭାରତରେ କମାଣ୍ଡ ଡା. ଶାହିନାକୁ ଦିଆଯାଇଥିଲା। ସାଦିଆ ଆଝାର ହେଉଛନ୍ତି ପାକିସ୍ତାନରେ ଜୈସର ମହିଳା ଶାଖାର ମୁଖ୍ୟ ମାସୁଦ ଆଝାରଙ୍କ ଭଉଣୀ। ସାଦିଆ ଆଝାରଙ୍କ ସ୍ବାମୀ ୟୁସୁଫ ଆଝାର କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଥିଲେ।ଉମର ପେଶାରେ ଜଣେ ଡାକ୍ତର ଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅନେକ ଡାକ୍ତରଙ୍କୁ ଅଟକ ରଖାଯାଇଥିଲା, ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଥିଲା।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ

କୁହାଯାଉଛି ଯେ, ଉମର ଏହି ମଡ୍ୟୁଲ ସହିତ ଜଡିତ ଥିଲେ। ଉମରଙ୍କ ଭଉଣୀ ପ୍ରକାଶ କରିଛନ୍ତି, ସେ ଶୁକ୍ରବାର ଉମରଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସେ ତାଙ୍କ ମା’ଙ୍କୁ କହିଥିଲେ, ତାଙ୍କୁ ଅଧିକ ଫୋନ କରି ହଇରାଣ ନ କରନ୍ତୁ। ସେ ଲାଇବ୍ରେରୀରେ ବ୍ୟସ୍ତ ଥିଲେ। ଏହି ସମୟରେ, ପୋଲିସ ଉମରଙ୍କ ମାଆ ଏବଂ ଭାଇଙ୍କୁ ମଧ୍ୟ ଅଟକ ରଖିଛି। ପଚରାଉଚରା ସମୟରେ ଆହୁରି ଅନେକ ଖୁଲାସା ହୋଇପାରେ।ଆତଙ୍କବାଦୀ ଡାକ୍ତର ଉମର ପୁଲୱାମାର କୋଏଲର ବାସିନ୍ଦା ଥିଲେ। ସେ ୨୦୧୭ରେ ଶ୍ରୀନଗରର ସରକାରୀ ମେଡିକାଲ କଲେଜରୁ MBBS ସମାପ୍ତ କରିଥିଲେ।

ତାଙ୍କର ପଞ୍ଜିକରଣ ନମ୍ବର ହେଉଛି ୧୫୩୧୩। ଫେବୃଆରୀ ୨୪, ୧୯୮୯ରେ ପୁଲୱାମାରେ ଜନ୍ମଗ୍ରହଣ କରିଥିବା ଉମର ଅଲ ଫଲାହ ମେଡିକାଲ କଲେଜରେ ଡାକ୍ତର ଥିଲେ। ବିସ୍ଫୋରଣ ପୂର୍ବରୁ ମଧ୍ୟ ପୋଲିସ ଉମରଙ୍କୁ ଖୋଜୁଥିଲା।ପୁରା ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଉମର ନାମକ ବ୍ୟକ୍ତି ଜଣକ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ପାର୍କିରେ ରହିଥିଲା। ପାର୍କିଂକୁ ଯାଇଥିଲେ ମଧ୍ୟ ସେ ଗାଡିରୁ ବାହାରକୁ ଯାଇନଥିଲା। ପ୍ରାୟ ୩ ଘଣ୍ଟା ସେଠାରେ ରହିଥିବାର ଜଣାପଡିଛି। ସୂତ୍ର ଅନୁଯାୟୀ, କାର ପାର୍କିଂ ସମୟରେ ସେ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ କାରରୁ ବାହାରକୁ ବାହାରି ନଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ସହିତ ୪ ଡାକ୍ତରଙ୍କ ସମ୍ପର୍କ କ’ଣ ? ଲକରରୁ AK-47 ରାଇଫଲ ଜବତ

ସନ୍ଦିଗ୍ଧ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ କାହାକୁ ଅପେକ୍ଷା କରିଥିଲେ କିମ୍ବା ପାର୍କିଂରେ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିଥିଲେ ଏନେଇ କିଛି ଜଣା ପଡିନାହିଁ। ଯଦି ନିର୍ଦ୍ଦେଶର ଅପେକ୍ଷାରେ ଥିଲା ତେବେ କିଏ ତାକୁ ସବୁ କରିବାକୁ କହିଥିଲା ସେ ବିଷୟରେ ଯାଞ୍ଚ କରାଯିବ। HR 26CE7674 ନମ୍ବର ପ୍ଲେଟ୍ ଥିବା Hyundai i20 କାର ଅପରାହ୍ନ ୩ଟା ବାଜି ୧୯ ମିନିଟରେ ପାର୍କିଂରେ ପ୍ରବେଶ କରିଥିଲା ​​ଏବଂ ସନ୍ଧ୍ୟା ପ୍ରାୟ୬ ଟା ବାଜି ୩୦ ମିନିଟରେ ବାହାରି ଯାଇଥିଲା। ସିସିଟିଭିକୁ ଆଧାର କରି ଏହି ପ୍ରମାଣ ମିଳିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast | Delhi Car Blast: Terror Suspect’s Sister-in-Law Reveals Shocking Details | Argus News | Argus News