Delhi Blast / ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ
·4 months ago·3 min read

Key Points
ବଡ଼ ବିସ୍ଫୋରଣ ପଛର ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୁରା ନେଟୱର୍କ ସାମ୍ନାକୁ ଆସିଛି । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା ।
ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବଡ଼ ବିସ୍ଫୋରଣ ପଛର ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୁରା ନେଟୱର୍କ ସାମ୍ନାକୁ ଆସିଛି । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା ।
ଯେଉଁଥରେ ସହାରନପୁରୁ ଗିରଫ ହୋଇଥିବା ଅନନ୍ତନାଗର ଡାକ୍ତର ଆଦିଲ ଅହମଦ, ଫରିଦାବାଦରେ ବାରୁଦ ଏକାଠି କରିଥିବା ମୁଜମ୍ମିଲ ଶକୀଲ ଓ ତୃତୀୟ ଡାକ୍ତର ଉମର ମହମ୍ମଦ ସାମିଲ୍ । ବିସ୍ଫୋରଣ ଘଟାଇଥିବା କାର୍ରେ ଉମର ମହମ୍ମଦ ଥିବା ଆଶଙ୍କା କରାଯାଉଛି ।
ଡକ୍ଟର ଶାହୀନାଙ୍କୁ ମହିଳା ୱିଙ୍ଗ୍ ଦାୟିତ୍ଵ
ଫରିଦାବାଦରୁ ଗିରଫ ହୋଇଥିବା ଡକ୍ଟର ଶାହୀନା, ଜୈଶ ଆତଙ୍କୀ ସଂଗଠନର ଭାରତ ମହିଳା ୱିଙ୍ଗ ଓ ନିଯୁକ୍ତି ଦାୟିତ୍ଵରେ ଥିଲା । ଭାରକରେ ଜମାତ ଉଲ୍ ମୋମିନାତ ମହିଳା ୱିଙ୍ଗର ମୁଖ୍ୟ ହେଉଛି ଡକ୍ଟର ଶାହୀନା ।
ଆଦିଲ ମହମ୍ମଦ
ଆଦିଲ ମହମ୍ମଦ ଅନନ୍ତନାଗ ହସ୍ପିଟାଲ୍ର ବରିଷ୍ଠ ଡାକ୍ତର । ଯିଏ କି ଅକ୍ଟୋବର ୧୯ରେ ଶ୍ରୀନଗରରେ ଜୈଶ ଏ ମହମ୍ମଦର ପୋଷ୍ଟର ଲଗାଇଥିଲା । ସିସିଟିଭି ଫୁଟେଜ୍ରେ ତାର କାରନାମା କଏଦ ପରେ ସହାରନପୁରରୁ ନଭେମ୍ବର ୬ରେ ଧରା ପଡ଼ିଥିଲା ଆଦିଲ । ଅନନ୍ତନାଗରେ ତାର ଲକରରୁ ଗୋଟିଏ ରାଇଫଲ୍ ଓ ଅନ୍ୟ ସମ୍ବେଦନଶୀଳ ସାମଗ୍ରୀ ଜବତ ହୋଇଛି । ତା'ଠାରୁ ଫରିଦାବାଦର ଡକ୍ଟର ମୁଜମ୍ମିଲ ଶକୀଲର ଖବର ମିଳିଥିଲା ।
ଡକ୍ଟର ମୁଜମ୍ମିଲ ଶକୀଲ
ଫରିଦାବାଦ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନ୍ ସମୟରେ ଧରା ପଡ଼ିଥିଲା ଡକ୍ଟର ମୁଜମ୍ମିଲ ଶକୀଲ । ଫରିଦାବାଦର ଧୌଜ ଅଞ୍ଚଳରେ ମୁଜମ୍ମିଲ ଏକ ଘର ଭଡ଼ା ନେଇଥିଲା । ଯେଉଁଠି ୩୬୦ କେଜି ବିସ୍ଫୋଟକ, ୨୦ଟି ଟାଇମର, ୨ଟି ଆସର୍ଟ ରାଇଫଲ୍ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଫରିଦାବାଦର ଏକ ଗାଁରେ ସେ ରକିଥିବା ୨୫୬୦ କେଜିର ବିପୁଳ ବିସ୍ଫୋଟକ ମଧ୍ୟ ମିଳିଛି । ଯାହାକୁ ନେବା ପାଇଁ ସେ ଏକ ଟ୍ରକ୍ ମଗାଇଥିଲା । ପୁଲୱାମାର ବାସିନ୍ଦା ମୁଜମ୍ମିଲ ଫରିଦାବାଦର ଅଲ୍ ଫଲାହ ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢ଼ାଉଥିଲା ।
ଡକ୍ଟର ଉମର ମହମ୍ମଦ
ଦୁଇ ଡାକ୍ତରଙ୍କ ତୃତୀୟ ସହଯୋଗୀ ହେଉଥି ଉମର ମହମ୍ମଦ । ଯାହାକୁ ପୋଲିସ ଧରିପାରି ନଥିଲା । ଡକ୍ଟର ଉମର ମହମ୍ମଦ ମଧ୍ୟ ଫରିଦାବାଦର ଅଲ୍ ଫଲାହ ବିଶ୍ଵବିଦ୍ୟାଳୟର ମେଡିକାଲ୍ କଲେଜରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲା । କୁହାଯାଉଛି, ବିସ୍ଫୋରଣ ଘଟାଇଥିବା କାର୍ରେ ଉମର ହିଁ ଆତ୍ମଘାତୀ ଆକ୍ରମଣକାରୀ (ଫିୟାଦିୀନ) ଥିଲା । ଯିଏକି ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ କାର ବିସ୍ଫୋରଣ କରିଥିବା ଆଶଙ୍କା କରାଯାଉଛି ।
ମହମ୍ମଦ ସଲମାନ
ବିସ୍ଫୋରଣ ହୋଇଥିବା କାର୍ ମାଲିକ ମହମ୍ମଦ ସଲମାନଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି । ସଲମାନଙ୍କୁ କାର୍ ବିଷୟରେ ପଚରାଉଚରା କରାଯାଇଛି । ଦେଢ଼ ବର୍ଷ ତଳେ ସଲମାନ ହ୍ୟୁଣ୍ଡାଇ i-20 କାର୍ଟିକୁ ଓଖଲାର ଦେବେନ୍ଦ୍ର ନାମଙ୍କ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ଦେବେନ୍ଦ୍ର ଉକ୍ତ କାର୍କୁ ପୁଣି ଥରେ ଅମ୍ବାଲାର ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ । ଯାହାକୁ ସେଠାରୁ କିଣିଥିଲେ ପୁଲୱାମାର ତାରିକ୍ ।
ଉମରଙ୍କୁ ତାରିକ୍ ଦେଇଥିଲା କାର୍
ଜମ୍ମୁ-କାଶ୍ମୀର ପୋଲିସ ତାରିକ୍କୁ ଧରିବା ପରେ ପଚରାଉଚରା କରୁଛି । ତାରିକ ହିଁ କହିଥିଲା, ଉମରଙ୍କୁ କାର୍ ବିକ୍ରି କରିଥିଲା । ଆଉ ସେହି କାରରେ ଦିଲ୍ଲୀରେ ହୋଇଛି ବଡ଼ଧରଣର ବିସ୍ଫୋରଣ ।
ବ୍ରେନ୍ ୱାଶ୍ କରୁଥିଲା ୟାସିର
କୁହାଯାଉଛି ଜମ୍ମୁ-କାଶ୍ମୀରର ଅନସାର ଗଜାବତ ଉଲ୍ ହିନ୍ଦଙ୍କ ଘନିଷ୍ଠ ହେଉଛି ୟାସିର୍ । ଯାହାକୁ ପୋଲିସ ଧରିଛି । କୁହାଯାଉଛି, ୟାସିର୍ ହିଁ ଡାକ୍ତରଙ୍କ ବ୍ରେନ୍ ୱାଶ୍ କରି ଆତଙ୍କବାଦୀ ଆକ୍ରମଣର ଯୋଜନାରେ ସାମିଲ କରିଥିଲା ।
ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ମସଜିଦ୍ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ
ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ସହିତ ୪ ଡାକ୍ତରଙ୍କ ସମ୍ପର୍କ କ’ଣ ? ଲକରରୁ AK-47 ରାଇଫଲ ଜବତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories