Accident / ମୁମ୍ବାଇ-ଦିଲ୍ଲୀ ଏକ୍ସପ୍ରେସ୍ ୱେରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା; ୨ ପୋଲିସଙ୍କ ସହ ୪ ମୃତ
·7 months ago·2 min read

Key Points
କୁହୁଡ଼ି ପାଇଁ ୨୦ରୁ ଅଧିକ କାର୍ ପିଟି ହୋଇଥିବା ବେଳେ ଏଥିରେ ୧୫ରୁ ୨୦ ଜଣ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଭୋର୍ ସମୟରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ଖୁବ୍ କମ୍ ରହୁଛି ।
ନୂଆଦିଲ୍ଲୀ: ବାଟ ଓଗାଳୁଛି ଘନ କୁହୁଡ଼ି । ରାସ୍ତା ତ ଦୂରର କଥା ଦେଖା ଯାଉନି ମୁହଁ, ଘଟୁଛି ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱରେ ସୋମବାର ସକାଳେ କୁହୁଡ଼ି ପାଇଁ ପ୍ରାୟ ୨୦ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ସକାଳ ୫ଟା ସମୟରେ ଏହି ଦୁର୍ଘଟଣା ସବୁ ଘଟିଛି ।
ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ଅଧିକାରୀ ଅଛନ୍ତି । କୁହୁଡ଼ି ପାଇଁ ୨୦ରୁ ଅଧିକ କାର୍ ପିଟି ହୋଇଥିବା ବେଳେ ଏଥିରେ ୧୫ରୁ ୨୦ ଜଣ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଭୋର୍ ସମୟରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ଖୁବ୍ କମ୍ ରହୁଛି । ଫଳରେ ଦୁର୍ଘଟଣା ମାତ୍ରା ବଢ଼ୁଛି ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ସୋମବାର ପ୍ରଥମେ ୨ଟି ଟ୍ରକ୍ ପରସ୍ପରକୁ ଧକା ଦେଇଥିଲେ । ପଛରୁ ଫଳ ନେଇ ଆସୁଥିବା ଏକ ଟ୍ରକ୍ ମଧ୍ୟ ଧକା ଦେଇଥିଲା । ଫଳ ଟ୍ରକ୍ଟି ଧକା ଦେଇ ଓଲଟି ପଡ଼ିବା ଫଳରେ ସ୍ଥିତି ବିଗିଡ଼ି ଯାଇଥିଲା । ଆଉ ରାସ୍ତା ଖସଡ଼ା ହେବା ଫଳରେ ପଛରୁ ଆସୁଥିବା ୨୦ରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।
୨୦ରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକାଧିକ ଆହତଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଫଳରେ ଏକ୍ସପ୍ରେସ୍ ୱେରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଛି ।
ଏଥିସହ ପଢ଼ନ୍ତୁ: ଡାକ୍ତର ପାଇଁ... ଗୋଡ଼ ଧରିଲେ ଲୋକେ, ହାତ ଯୋଡ଼ିଲେ ଜିଲ୍ଲାପାଳ
ରବିବାର ମଧ୍ୟ ହରିୟାଣାରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିଲା । ରୋହତକରେ ୩୫ରୁ ୪୦ ଗାଡ଼ି ବିଶେଷକରି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ହିସାର ଓ ରେୱାରିରେ ମଧ୍ୟ ସମାନ ଧରଣର ଦୁର୍ଘଟଣା ଘଟିଛି । ରେୱାରି ଦେଇ ଯାଇଥିବା ୩୫୨ ନମ୍ବର ଜାତୀୟ ରାଜପଥରେ ୩ଟି ବସ୍ ଘନ କୁହୁଡ଼ି ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଏଥିରେ ଏକାଧିକ ଆହତ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories