Doctor Shortage / ଡାକ୍ତର ପାଇଁ... ଗୋଡ଼ ଧରିଲେ ଲୋକେ, ହାତ ଯୋଡ଼ିଲେ ଜିଲ୍ଲାପାଳ
·7 months ago·2 min read

Key Points
୨ ଜଣ ବ୍ୟକ୍ତି ଜିଲ୍ଲାପାଳଙ୍କ ଗୋଡ଼ ଧରୁଥିବା ବେଳେ ଜିଲ୍ଲାପାଳ ହାତ ଯୋଡ଼ି ଉଠାଇ ନେଉଥିବା ଦେଖିବାକୁ ମିଳିଛି । ଗୋଡ଼ ଧରିବା ସହ ହାତ ଯୋଡ଼ି ଡାକ୍ତର ପାଇଁ ଲୋକେ ଜିଲ୍ଲାପାଳଙ୍କୁ ନେହୁରା ହୋଇଛନ୍ତି ।
କଣ୍ଟାମାଳ (ବୌଦ୍ଧ): ଗୋଡ଼ ଧରି ଗୁହାରି କରୁଛନ୍ତି ଲୋକେ, ହାତ ଯୋଡ଼ି ଉଠିବାକୁ କହୁଛନ୍ତି ଜିଲ୍ଲାପାଳ । ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କଣ୍ଟାମାଳ ସ୍ଵାସ୍ଥ୍ୟକେନ୍ଦ୍ରରୁ ୨ ଡାକ୍ତରଙ୍କ ବଦଳିକୁ ବିରୋଧ କରି ସୋମବାର ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି ।
ପ୍ରଥମେ ସ୍ଥାନୀୟ ଲୋକ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ସୋମବାର ହୋଇଥିବାରୁ ଅଭିଯୋଗ ଶୁଣିବାକୁ ଆସିଥିଲେ ଜିଲ୍ଲାପାଳ ଓ ଏସ୍ପି । ସେହି ସମୟରେ କଣ୍ଟାମାଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଅଭାବ ନେଇ ଲୋକେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି
ବୌଦ୍ଧ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକ ଏକ ଦାବି ପତ୍ର ଦେଇଛନ୍ତି । ସେହି ସମୟରେ ୨ ଜଣ ବ୍ୟକ୍ତି ଜିଲ୍ଲାପାଳଙ୍କ ଗୋଡ଼ ଧରୁଥିବା ବେଳେ ଜିଲ୍ଲାପାଳ ହାତ ଯୋଡ଼ି ଉଠାଇ ନେଉଥିବା ଦେଖିବାକୁ ମିଳିଛି । ଗୋଡ଼ ଧରିବା ସହ ହାତ ଯୋଡ଼ି ଡାକ୍ତର ପାଇଁ ଲୋକେ ଜିଲ୍ଲାପାଳଙ୍କୁ ନେହୁରା ହୋଇଛନ୍ତି ।
ଲୋକଙ୍କ କହିବା ଅନୁସାରେ, କଣ୍ଟାମାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମେଡିକାଲ୍ ଉପରେ ବୌଦ୍ଧ ଜିଲ୍ଲା ସହ ପଡ଼ୋଶୀ କନ୍ଧମାଲ ଜିଲ୍ଲାର ଲୋକ ନିର୍ଭର କରନ୍ତି । କଣ୍ଟାମାଳ ହସ୍ପିଟାଲ୍ରେ ୭ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିବା କଥା । କିନ୍ତୁ ୭ ଜଣଙ୍କ ସ୍ଥାନରେ ୪ ଜଣ ଡାକ୍ତର ଥିଲେ ମଧ୍ୟ କେହି ବିଶେଷଜ୍ଞ ନଥିଲେ ।
ଏବେ ସେହି ୪ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଟ୍ରେନିଂରେ ଯାଉଥିବା ବେଳେ ଅନ୍ୟ ଜଣଙ୍କୁ ଘଣ୍ଟାପଡ଼ା ବଦଳି କରାଯାଇଛି । ତେଣୁ ୨ ଜଣ ଡାକ୍ତର ରୋଗୀଙ୍କୁ ସେବା ଯୋଗାଇବା ସହଜ ନୁହେଁ । ଯାହାକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଭେଟି ଡାକ୍ତର ବଦଳି ବାତିଲ୍ କରିବାକୁ ଅନୁରୋଧ କରି ଗୋଡ଼ ହାତ ଧରିଛନ୍ତି ।
ସରକାରୀ ତଥ୍ୟ ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକ ସଂଖ୍ୟା ୪ ଲକ୍ଷ ୪୧ ହଜାରରୁ ଅଧିକ । କଣ୍ଟାମାଳ ବ୍ଲକର ଜନସଂଖ୍ୟା ୧ ଲକ୍ଷ ୪୮ ହଜାର ୩୮୫ରୁ ଅଧିକ ଅଟେ । ଜିଲ୍ଲା ମୁଖ୍ୟାଳୟ ବୌଦ୍ଧ ଠାରୁ କଣ୍ଟାମାଳର ଦୂରତା ୭୫ କିଲୋମିଟର ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ବୌଦ୍ଧ ଓ କଣ୍ଟାମାଳରୁ ଗୁରୁତର ରୋଗୀଙ୍କୁ ମୁଖ୍ୟତଃ ବୁର୍ଲା ଭୀମସାର, କଟକ ଶିଶୁଭବନ ସହ ବ୍ରହ୍ମପୁର ବଡ଼ମେଡିକାଲ୍ରକୁ ବିଭିନ୍ନ ସମୟରେ ସ୍ଥାନାନ୍ତରିତ କରାଯାଇଥାଏ । ବିଶେଷକରି ଶିଶୁ, ହୃଦ୍ରୋଗ, ପ୍ରସୂତି ଆଦି ବିଭାଗରେ ଅଧିକ ରୋଗୀଙ୍କୁ ଅନ୍ଯତ୍ର ଅଧିକ ଚିକିତ୍ସା ପାଇଁ ପଠା ଯାଇଥାଏ ।
WHO ଅନୁସାରେ, ୧ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା । କିନ୍ତୁ ଜିଲ୍ଲାରେ ଆବଶ୍ୟକତା ଠାରୁ ବହୁତ କମ୍ ଡାକ୍ତର ଅଛନ୍ତି । ଜିଲ୍ଲାର ଅଧିକାଂଶ ଲୋକ ସରକାରୀ ଚିକିତ୍ସାଳୟ ଉପରେ ମଧ୍ୟ ନିର୍ଭରଶୀଳ । କିନ୍ତୁ ଡାକ୍ତର ଅଭାବ ଯୋଗୁଁ ଲୋକେ ଜିଲ୍ଲା ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିବା କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: