Delhi Blast / ଦିଲ୍ଲୀ ସମେତ ୪ ସହର ହୋଇଥାନ୍ତା ବିସ୍ଫୋରଣ ! ଏକକାଳୀନ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ
·8 months ago·2 min read

Key Points
ଲାଲକିଲ୍ଲା ବିସ୍ଫୋରଣରେ ବଡ଼ ଖୁଲାସା । ଚାରିଟି ସହର ଉପରେ ଥିଲା ଆକ୍ରମଣ ଯୋଜନା ! ଟାର୍ଗେଟରେ ଥିଲା ପୂରା ଭାରତ ।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ନିରନ୍ତର ବଡ଼ ବଡ଼ ଖୁଲାସା ହେଉଛି । ସମ୍ପ୍ରତି ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଛନ୍ତି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଆତଙ୍କବାଦୀଙ୍କ ଯୋଜନା କେବଳ ଦିଲ୍ଲୀ ନୁହେଁ ବରଂ ଅନ୍ୟ ଚାରୋଟି ସହରରେ ମଧ୍ୟ ବିସ୍ଫୋରଣ କରିଥାନ୍ତେ । ଆଠ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକକାଳୀନ ଚାରୋଟି ସହରରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଜଣାପଡିଛି ଯେ ଏହି ଆଠ ଜଣ ସନ୍ଦିଗ୍ଧ ଚାରୋଟି ଭିନ୍ନ ଭିନ୍ନ ସହରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଚାରୋଟି ଗ୍ରୁପ୍ ମଧ୍ୟ ଗଠନ କରାଯାଇଥିଲା, ପ୍ରତ୍ୟେକ ଗ୍ରୁପ୍ରେ ଦୁଇଜଣ ସଦସ୍ୟ ଥିଲେ। ପ୍ରତ୍ୟେକ ଗ୍ରୁପ୍ ପ୍ରଚୁର ପରିମାଣର ବିସ୍ଫୋରକ ମଧ୍ୟ ନେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନେଟୱାର୍କର ତଦନ୍ତ
ଯୋଜନା ଅନୁଯାୟୀ, ସମସ୍ତ ଦଳ ଚାରିଟି ସହରରେ ଏକକାଳୀନ ବିସ୍ଫୋରଣ କରିବାକୁ ସ୍ଥିର କରିଥିଲେ । ଆଉ ଏବେ ଏହି ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଏହି ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଏବଂ ନେଟୱାର୍କର ତଦନ୍ତ କରୁଛନ୍ତି ।
ଲାଲକିଲ୍ଲାଠାରୁ ଦୂରରେ ମିଳିଲା ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ
ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହା ଦେଖଣାହାରୀଙ୍କ ଥରାଇ ଦେଇଥିଲା । ଏହି ବଡ଼ ବିସ୍ଫୋରଣର ତିନି ଦିନ ପରେ ନଭେମ୍ବର ୧୩ ତାରିଖରେ ଲାଲକିଲ୍ଲାଠାରୁ ଅଳ୍ପ ଦୂରରେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା । ଲାଜପତ ରାୟ ମାର୍କେଟରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା ।
ସେପଟେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାର ତଦନ୍ତରେ ଆଉ ଏକ ବଡ଼ ଖୁଲାସା ହୋଇଛି । ପୋଲିସ ଏବଂ ଫୋରେନସିକ୍ ଦଳ ବୁଧବାର ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ହୁଣ୍ଡାଇ i20 କାରରେ ଥିବା ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି ବରଂ ଆତଙ୍କବାଦୀ ଡକ୍ଟର ଉମର ନବି (ଉମର ମହମ୍ମଦ) ଥିଲେ । ଘଟଣାସ୍ଥଳରୁ କାରର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିବା ପୋଡ଼ା ଶରୀରର DNA ପରୀକ୍ଷା ଉମରଙ୍କ ପରିବାର ସଦସ୍ୟଙ୍କ ନମୁନା ସହିତ ୧୦୦ ପ୍ରତିଶତ ମେଳ ଖାଉଛି । ଆଉ ଏହା ପରେ ତଦନ୍ତକାରୀ ଟିମ୍ ନିଶ୍ଚିତ କରିଛନ୍ତି ଆତଙ୍କବାଦୀ ଉମର ହିଁ ଦିଲ୍ଲୀ କାର ବୋମା ବିସ୍ଫୋରଣ ଘଟାଇଥିଲେ । ଯେଉଁ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।
ଏହି ଘଟଣାରେ ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ଆରମ୍ଭରୁ ସନ୍ଦେହ କରୁଥିଲେ ଯେ ଏହି ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ହେଉଛି ଡକ୍ଟର ଉମର । ଯିଏ ବିସ୍ଫୋରଣର ମାତ୍ର ୧୧ ଦିନ ପୂର୍ବରୁ ଆକ୍ରମଣରେ ବ୍ୟବହୃତ ଧଳା ରଙ୍ଗର ହୁଣ୍ଡାଇ i20 କାର କିଣିଥିଲେ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପୁଲୱାମାର ସାମ୍ବୁରାରେ ରହୁଥିବା ଉମରଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଉମରଙ୍କ ମାଆ ଏବଂ ଭାଇ DNA ନମୁନା ପ୍ରଦାନ କରିଥିଲେ, ଯାହା ବିସ୍ଫୋରଣରେ ବ୍ୟବହୃତ କାରର ଭଗ୍ନାବଶେଷରେ ମିଳିଥିବା ଅବଶେଷ ସହିତ ମେଳ ଖାଉଥିଲା । ଆଉ ଏହା ପରେ ସ୍ପଷ୍ଟ ହୋଇଥିଲା ଯେ ଅନ୍ୟ କେହି ନୁହେଁ ବରଂ ନିଜେ ଉମର ହିଁ ସେହି ବିସ୍ଫୋଟକ ଭର୍ତ୍ତି କାର ଚଳାଉଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories