Videos
|
National

President Address to Nation / ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା: ଯୁବପିଢ଼ି ହିଁ ଭାରତର ଭବିଷ୍ୟତ, ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା: ଯୁବପିଢ଼ି ହିଁ ଭାରତର ଭବିଷ୍ୟତ, ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ
President of India

Key Points

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ
ଅପରେସନ୍ ସିନ୍ଦୂରରୁ ଷ୍ଟାର୍ଟଅପ୍‌ ଯାଏଁ ଉଠିଲା ଅନେକ ପ୍ରସଙ୍ଗ
‘ଯୁବପିଢ଼ି ହେଉଛନ୍ତି ଭାରତର ଭବିଷ୍ୟତ ନିର୍ମାତା’
୮୦ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଆରମ୍ଭ ପୂର୍ବରୁ ଓ ଶେଷରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଭାରତର ଭବିଷ୍ୟତ ନିର୍ମାତା ବୋଲି କହିଛନ୍ତି ରାଷ୍ଟ୍ରପତି । ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଏବଂ ପ୍ରଶ୍ନପତ୍ର ଲିକ୍‌ ଭଳି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ସରକାର ବ୍ୟାପକ ସଂସ୍କାର ଆଣୁଛନ୍ତି ।

ଦେଶର ଯୁବପିଢ଼ି ଏବେ କେବଳ ଚାକିରି ଖୋଜୁନାହାଁନ୍ତି, ବରଂ ନିଜେ ଚାକିରି ସୃଷ୍ଟି କରୁଛନ୍ତି । ଦେଶରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଢ଼ି ଉଠିଛି ଏବଂ ଭାରତୀୟ ଯୁବକମାନେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ନେତୃତ୍ୱ ନେଉଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମହାମହିମ ।

ସେହିପରି ମହାମହିମ ରାଷ୍ଟ୍ରପତି ଆହୁରି କହିଛନ୍ତି, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏକ ଉତ୍କୃଷ୍ଟ କ୍ରୀଡ଼ା ବାତାବରଣ ସୃଷ୍ଟି କରାଯାଉଛି । ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରି ରାଷ୍ଟ୍ରପତି ଅପରେସନ୍ ସିନ୍ଦୂର ଓ କାର୍ଗିଲ୍ ବିଜୟ ଦିବସର ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି ଯେ, ଆତଙ୍କବାଦୀ ଓ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ କଡ଼ା ଚେତାବନୀ ଦିଆଯାଇଛି ଯେ ସେମାନେ ଯେଉଁଠାରେ ଲୁଚି ରହିଲେ ମଧ୍ୟ ପରିଣାମ ଭୋଗିବେ ।

ଏହା ସହିତ, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନିଷ୍ପତ୍ତିକୁ ଦେଶର କୃଷକହିତ ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ସେ ଅଭିହିତ କରିଛନ୍ତି । ଦଶନ୍ଧି ଦଶନ୍ଧିର ସଂଘର୍ଷ ପରେ ଦେଶରୁ ମାଓବାଦର ମୂଳୋତ୍ପାଟନକୁ ଐତିହାସିକ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: