Durgapur Gang Rape / ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ

Key Points
ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ଗିରଫ । ଷଷ୍ଠ ଅଭିଯୁକ୍ତ ଭାବେ ୱାସିଫ୍କୁ ବାନ୍ଧିଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ୍ ବାହାରକୁ ନେବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ।
ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ଗିରଫ ହୋଇଛି । ଷଷ୍ଠ ଅଭିଯୁକ୍ତ ଭାବେ ୱାସିଫ୍କୁ ବାନ୍ଧିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ୍ ବାହାରକୁ ନେବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ୧୬୪ ବୟାନ ଅନୁସାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ୱାସିଫ୍ ଅଲ୍ଲୀକୁ କୋର୍ଟ ଚାଲାଣ କରାଯିବ । ଏନେଇ ପୂର୍ବାଞ୍ଚଳ ଦୁର୍ଗାପୁର ଡିସିପି ଅଭିଷେକ ଗୁପ୍ତା ସୂଚନା ଦେଇଛନ୍ତି ।
ପୋଲିସ ମଙ୍ଗଳବାର ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିଲା । ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ତାଙ୍କୁ ଅସଦାଚରଣ କରିଥିବା ପୀଡ଼ିତା ବୟାନରେ କହିଛନ୍ତି । ପୂର୍ବରୁ ୱାସିଫକୁ ଗିରଫ କରିବାକୁ ପୀଡ଼ିତାଙ୍କ ବାପା ମଧ୍ୟ ଦାବି କରିଥିଲେ । ଏହି ମାମଲାରେ ୱାସିଫକୁ ମିଶାଇ ଏବେ ସୁଦ୍ଧା ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟ ୫ ଜଣ ଦୁର୍ବୃତ୍ତ ହେଲେ ଅପ୍ପୁ ବାଉରୀ, ଫିର୍ଦ୍ଦୋସ ଶେଖ୍, ଶେଖ୍ ରିଆଜୁଦ୍ଦିନ, ନସିରୁଦ୍ଦିନ ଓ ସଫିକ୍ ଗୁଲ୍ ।
ଅଧିକ ପଢ଼ନ୍ତୁ: ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'
ମଙ୍ଗଳବାର ଏ ସମସ୍ତ ଅଭିଯୁକ୍ତଙ୍କୁ ନେଇ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା । କେମିତି ପୂରା ଘଟଣା ଘଟିଲା, କେତେବେଳେ ଯୁବତୀଙ୍କୁ ଡାକିଲେ, କେଉଁ ରାସ୍ତାରେ ଯାଇଥିଲେ ତମାମ ଘଟଣାର ସିନ ରିକ୍ରିଏସନ କରାଯାଇଥିଲା । ଗିରଫ ହୋଇଥିବା ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀକୁ ନେଇ ମଧ୍ୟ ପୋଲିସ କ୍ରାଇମସିନରେ ଛାନଭିନ୍ କରିଥିଲା ।
📱 Get Argus News App
✨
ୱାସିଫ୍ ଅଲ୍ଲୀ ସହ ସେଦିନ ହଷ୍ଟେଲରୁ ବାହାରକୁ ଯାଇଥିଲେ ପୀଡ଼ିତା । ପୂରା ଘଟଣାରେ ୱାସିଫର ଭୂମିକା ଥିଲା ସନ୍ଦେହ ଘେରରେ । କାରଣ ସେଦିନ ରାତିରେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ୱାସିଫ୍ ହିଁ ଜିଦ୍ ଧରିଥିଲା । ତେଣୁ ଯୋଜନା ବଦ୍ଧ ଭାବେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା କି ପୁରୁଷ ବନ୍ଧୁ ସେ ନେଇ ପ୍ରଶ୍ନ ଉଠିଥିଲା । ଗଣଦୁଷ୍କର୍ମରେ ସାମିଲ ୫ ଦୁର୍ବୃତ୍ତଙ୍କ ସହ ତା'ର ସମ୍ପର୍କକୁ ନେଇ ମଧ୍ୟ ସନ୍ଦେହ ରହିଛି । ଏବେ ପୀଡ଼ିତାଙ୍କ ବୟାନ ଆଧାରରେ ୱାସିଫ୍ ଅଲ୍ଲୀକୁ ଗିରଫ କରାଯାଇଥିବାବେଳେ ପୂରା ମାମଲାରେ ତା'ର ସମ୍ପୃକ୍ତି ଉପରୁ ମଧ୍ୟ ପରଦା ଉଠିବ ।
ସେପଟେ ପୀଡ଼ିତା ଚିକିତ୍ସିତ ହେଉଥିବା ଦୁର୍ଗାପୁର ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପି ଟିମ୍ । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମମତାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମା-ମାଟିର ଦଳ ଦାବି କରୁଥିବା ମମତା ପୀଡ଼ିତା ପରିବାରକୁ ନ୍ୟାୟ ଦେବାରେ ବିଫଳ । ବିଜେପି ମହିଳା ମୋର୍ଚ୍ଚା ଟିମ୍ ବି ହସ୍ପିଟାଲ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବା ଓଡ଼ିଶା ବିଜେପି ଟିମକୁ ସୁରକ୍ଷା କର୍ମୀ ଭିତରକୁ ନ ଛାଡ଼ିବାରୁ IQ ସିଟି ହସପିଟାଲ ବାହାରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।
Related Topics
Explore more stories