EPFO / ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !

Key Points
ବୈଠକର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅଧ୍ୟକ୍ଷତା କରିଥିଲେ।
ନିଷ୍ପତ୍ତି ନିଆଯାଇଛି ଯେ କର୍ମଚାରୀମାନେ ଏବେ ସେମାନଙ୍କର PF ଆକାଉଣ୍ଟରୁ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ଅବଦାନର ପୂର୍ଣ୍ଣ ଅବଦାନ (୧୦୦%) ଉଠାଇ ପାରିବେ।
ବିଭିନ୍ନ କ୍ଷେତ୍ରରେ ଚାକିରି କରିଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି। ଶତ ପ୍ରତିଶତ ପାଣ୍ଠି ଉଠାଣକୁ ଅନୁମତି ଦେଇଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EPFO । ଏହି ନିଷ୍ପତ୍ତିକୁ କର୍ମଚାରୀଙ୍କ କଲ୍ୟାଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ନୂଆଦିଲ୍ଲୀରେ ଅନୁଷ୍ଠିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ୨୩୮ତମ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅଧ୍ୟକ୍ଷତା କରିଥିଲେ। ନିଷ୍ପତ୍ତି ନିଆଯାଇଛି ଯେ କର୍ମଚାରୀମାନେ ଏବେ ସେମାନଙ୍କର PF ଆକାଉଣ୍ଟରୁ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ଅବଦାନର ପୂର୍ଣ୍ଣ ଅବଦାନ (୧୦୦%) ଉଠାଇ ପାରିବେ। ପୂର୍ବରୁ, କେବଳ ଅବସର ପରେ କିମ୍ବା ବେକାରି ସ୍ଥିତିରେ ସମ୍ପୂର୍ଣ୍ଣ ଉଠାଣ ସମ୍ଭବ ଥିଲା।
ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !
📱 Get Argus News App
✨ଅନ୍ୟପଟେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକ ଆସନ୍ତାକାଲି (ଅକ୍ଟୋବର ୧୩) ହେବ। ଏହି ବୈଠକରେ ଅନେକ ପ୍ରସଙ୍ଗ ଆଲୋଚନା ହେବ। ପ୍ରଯୁକ୍ତି ଉନ୍ନତୀକରଣ ଠାରୁ ଆରମ୍ଭ କରି ନିବେଶ ଢାଞ୍ଚାକୁ ମଜଭୁତ ଆଦି ପ୍ରସଙ୍ଗ ବୈଠକର ଆଲୋଚନା କାର୍ଯ୍ୟସୂଚୀରେ ରହିଛି। କାର୍ଯ୍ୟସୂଚୀରେ ଯଦିଓ ସର୍ବନିମ୍ନ ପେନସନ୍ ବୃଦ୍ଧି ପ୍ରସଙ୍ଗ ନାହିଁ ତଥାପି ଏହି ପ୍ରସଙ୍ଗ ଅଣଆନୁଷ୍ଠାନିକ ଭାବେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
ଇପିଏଫ୍ଓ ସଦସ୍ୟଙ୍କ ସର୍ବନିମ୍ନ ପେନସନ୍ ରାଶି ବର୍ତ୍ତମାନ ୧୦୦୦ ଟଙ୍କା ରହିଛି। ୧୧ ବର୍ଷ ହେଲା ଏଥିରେ କୌଣସି ସଂଶୋଧନ କରାଯାଇ ନାହିଁ। ମହଙ୍ଗା ଯୁଗରେ ଏତେ କମ୍ ପେନସନ୍ରେ ଚଳିବା ସମ୍ଭବ ହେଉ ନଥିବାରୁ ବିଭିନ୍ନ ମହଲରେ ସର୍ବନିମ୍ନ ପେନସନ୍ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରାଯାଉଛି। କିନ୍ତୁ ସରକାର ଏହାକୁ ୨୫୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ଆଶା ରଖାଯାଇଛି।
ସରକାର ଯଦି ଏ ସଂପର୍କରେ କିଛି ବି ନିଷ୍ପତ୍ତି ନିଅନ୍ତି ତା’ହେଲେ ଏହା ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଆଗୁଆ ଦୀପାବଳି ଉପହାର ହେବ। ଇପିଏଫ୍ଓ ୩.୦ ଅଧୀନରେ ସଦସ୍ୟଙ୍କ ଅର୍ଥ ସ୍ଥାନାନ୍ତର ଓ ଉଠାଣକୁ ସହଜ କରିବା ଏବଂ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ସ୍କିମ୍ ଉପରେ ଆଲୋଚନା ହେବ। ଇପିଏଫ୍ଓର ଡିଜିଟାଲ ଭିତ୍ତିଭୂମି ଆଧୁନିକୀକରଣ କାର୍ଯ୍ୟ ପ୍ରକଳ୍ପରେ ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍, ୱିପ୍ରୋ ଏବଂ ଟିସିଏସ୍ ସାମିଲ ଅଛନ୍ତି।
ଏହାସହ ପଢ଼ନ୍ତୁ:- ଜମି କେଳେଙ୍କାରୀ-ଚାକିରି ଦୁର୍ନୀତି ଖାଇଛନ୍ତି କୋଟି କୋଟି ଟଙ୍କା !
ପ୍ରଯୁକ୍ତିଗତ ପରୀକ୍ଷା ବ୍ୟାପକମାତ୍ରାରେ କରାଯାଉଥିବାରୁ ଆଧୁନିକୀକରଣକୁ କାର୍ଯ୍ୟକାରୀ କରିବା ବିଳମ୍ବ ହେଉଛି। ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନାକୁ ଗତ ଜୁଲାଇରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏଥିରେ ୨ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭ ଜୁଲାଇ ସୁଦ୍ଧା ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ତେଣୁ ଏହାର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା ହେବ ବୋଲି ଅନୁମାନ କରାଯାଉଛି।