Afghanistan vs Pakistan / ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !

Key Points
ଏଥିସହ ୩୦ରୁ ଅଧିକ ପାକ୍ ସୈନ୍ୟ ଆହତ ହୋଇଛନ୍ତି ।
ହେଲମାଣ୍ଡ, ପାକଟିଆ, କୁନାର, ନାଙ୍ଗରହର, ଖୋସ୍ତ ପ୍ରଦେଶର ବିଭିନ୍ନ ଚେକ୍ ପୋଷ୍ଟ ଉପରେ ଆଟାକ୍ କରିଛି ତାଲିବାନ ।
ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ ଜାରି ରହିଛି । ପାକିସ୍ତାନର କାବୁଲ ଆକ୍ରମଣ ପରେ ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୮ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ ୩୦ରୁ ଅଧିକ ପାକ୍ ସୈନ୍ୟ ଆହତ ହୋଇଛନ୍ତି । ହେଲମାଣ୍ଡ, ପାକଟିଆ, କୁନାର, ନାଙ୍ଗରହର. ଖୋସ୍ତ ପ୍ରଦେଶର ବିଭିନ୍ନ ଚେକ୍ ପୋଷ୍ଟ ଉପରେ ଆଟାକ୍ କରିଛି ତାଲିବାନ ।
ଦୁଇଟି ପାକିସ୍ତାନୀ ଆଉଟ ପୋଷ୍ଟ ଧ୍ବଂସ ହୋଇଥିବା ଦାବି କରିଛି ତାଲିବାନୀ ସେନା । ତେବେ ଆଫଗାନିସ୍ତାନ ପାକିସ୍ତାନ ସୀମାରେ ଉତ୍ତେଜନା ବଢିବା ପରେ ଦୁଇ ଦେଶର ସୀମାବର୍ତ୍ତୀ ଅଂଚଳରେ ରହୁଥିବା ଶରଣାର୍ଥୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୀମା ଅଂଚଳରେ ସଂଘର୍ଷ କାରଣରୁ ଅସୁରକ୍ଷିତ ସ୍ଥିତି ସୃଷ୍ଟି ହେବା ସହିତ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ରହିଛି ।
ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !
ସୁଧୁରୁଛି ଭାରତ କାନଡା ସମ୍ପର୍କ । ଅନେକ ଦିନର ତିକ୍ତତା ପରେ ପୁଣି ଥରେ ଭାରତ କାନଡା ସରକାରଙ୍କ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି । ଆଜି ଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ କାନଡାର ନୂଆ ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଏବଂ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି । ଦୁଇ ଦେଶର ସମ୍ପର୍କକୁ ସୁଧାରିବାକୁ ନେଇ ପଦକ୍ଷେପ ନେବା ପାଇଁ ଦୁଇ ନେତା ଏକମତ ହୋଇଥିଲେ । ପୂର୍ବରୁ କାନାଡା ପିଏମ୍ଙ୍କ ସହ ପ୍ରଧାନମନ୍ତ୍ରୀ ଦୁଇ ଦେଶର ସମର୍କକୁ ମଜବୁତ୍ କରିବା ନେଇ ଫାନ୍ରେ ଆଲୋଚନା ହୋଇଥିଲା । ତେବେ ଦୁଇ ଦେଶର ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ପୂର୍ବ ତିକ୍ତତାକୁ ଭୁଲି ଆଗକୁ ବଢ଼ିବାକୁ ଆଲୋଚନାରେ ଆଗ୍ରହ କରିଥିଲେ ଏସ୍ ଜଯଶଙ୍କର ।
ସେପଟେ ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଛି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଇସ୍ରାଏଲ ଗସ୍ତ କରିଛନ୍ତି। ସେପଟେ ହାମାସ ପ୍ରଥମ ପର୍ଯ୍ୟାୟରେ ୨୦ଜଣ ବନ୍ଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି।
📱 Get Argus News App
✨ଏହି ଐତିହାସିକ ମୁହୁର୍ତରେ ସାମିଲ ହେବାକୁ ଇସ୍ରାଏଲ୍ରେ ପହଂଚିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ୍ ହମାସ ଯୁଦ୍ଧ ବନ୍ଦ ଏବଂ ଗାଜାରେ ଶାନ୍ତି ଫେରିବା ନେଇ ଟ୍ରମ୍ପଙ୍କ ପ୍ଲାନ୍ର ଏହା ପ୍ରଥମ ପାହାଚ ହୋଇଥିବା ସତ୍ବେ ଟ୍ରମ୍ପ ଯୁଦ୍ଧ ଶେଷ ହୋଇଛି ବୋଲି ଘୋଷଣା କରିଛନ୍ତି ।
ଏହାସହ ପଢ଼ନ୍ତୁ:- ଜମି କେଳେଙ୍କାରୀ-ଚାକିରି ଦୁର୍ନୀତି ଖାଇଛନ୍ତି କୋଟି କୋଟି ଟଙ୍କା !
ଅନଯପଟେ ହମାସ ତରଫରୁ ଇସ୍ରାଏଲୀ ବନ୍ଦକ ମାନଙ୍କୁ ମୁକ୍ତ କରାଯିବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏହା ୨ ବର୍ଷର ସଂଘର୍ଷର ସଫଳ ପରିଣାମ ବୋଲି କହିଛନ୍ତି । ଏହି ସଫଳତା ଇସ୍ରାଏଲ୍ର ଜାତୀୟତା ବୋଧ ଏବଂ ଏକତା ଜୋଗୁଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ଏହା ଦେଶ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ବୋଲି ଭାବପ୍ରବଣ ହୋଇ କହିଛନ୍ତି ନେତାନ୍ୟାହୁ ।
Related Topics
Explore more stories
