Heartwarming Family Video / ଘରକୁ ଝିଅ ଆସିଥିବାରୁ ଖୁସିରେ ଜଣେ ପିତା ରେହମାନ ଷ୍ଟାଇଲରେ ଡ୍ୟାନ୍ସ କଲେ...
·6 months ago·2 min read

Key Points
ଘରକୁ ନୂଆ ଅତିଥି ଆସିବାରୁ ଖୁସିରେ ଦିଓ୍ବାନା ହେଲେ ପିତା
ଝିଅ ଜନ୍ମ ନେଇଥିବାରୁ ହସ୍ପିଟାଲରେ ନାଚିଲେ ପିତା
ଧୁରନ୍ଧର ମୁଭି ସଙ୍ଗରେ ଡ୍ୟାନ୍ସ କରି ଏଣ୍ଟ୍ରି କଲେ

ଘରକୁ କୁନି ଅତିଥି ଆସିବା ଖୁସିରେ ଜଣେ ପିତାଙ୍କ ଖୁସି କହିଲେ ନ ସରେ। ସୋସିଆଲ ମିଡିଆରେ ପିତାଙ୍କ ଖୁସି ଏବେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେମିତି ପିତାଙ୍କୁ ଖବର ମିଳିଲା କି ତାଙ୍କ ଘରକୁ ଜଣେ ନହ୍ନୀ ପରୀ ଆସିଛି। ଏହାପରେ ପିତାଙ୍କ ଖୁସି ପୁରା ଅଲଗା। ଅକ୍ଷୟ ଖନ୍ନାଙ୍କ ଅଭିନୀତ ଧୁରନ୍ଧର ମୁଭିର ଟ୍ରେଣ୍ଡିଂ FA9LA ସଙ୍ଗରେ ନାଚିବାକୁ ଲାଗିଲେ। ହସ୍ପିଟାଲରେ ସାଙ୍ଗେ ସାଙ୍ଗେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।
ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅକ୍ଷୟ ଖନ୍ନାଙ୍କ ଅଭିନୀତ "ଧୁରନ୍ଧର" ମୁଭି ଏବେ ବକ୍ସଅଫିସରେ ଜବରଦସ୍ତ ରେକର୍ଡ କରୁଛି। ସୋସିଆଲ ମିଡିଆରେ ମୁଭିକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଆସୁଛି। ଅକ୍ଷୟଙ୍କ ଏହି ଗୀତ ଏବେ ଚାରିଆଡେ ତେହଲକା ମଚାଇଛି। ଏହା ମଧ୍ୟରେ FA9LAକୁ ନେଇ ଏକ ଭିନ୍ନ ଧରଣର ଭିଡିଓ ଯାହା ନେଟିଜେନ୍ସଙ୍କ ହୃଦୟ ଜିତିଛି।
ଏହି ଭାଇରାଲ ଭିଡିଓରେ ଜଣେ ଝିଅର ପିତା ଏହି ଗୀତରେ ନାଚୁଥିବାର ଦେଖାଯାଇଛି। ଯେମିତି ଶୁଣିଲେ ତାଙ୍କ ଘରେ ଏକ ଝିଅ ଜନ୍ମ ନେଇଛି। ସେ ନିଜ ଖୁସିକୁ କେମିତି ଜାହିର କରିବେ କିଛି ଜାଣିପାରିଲେନି। ହଠାତ ତାଙ୍କ ପାଦ ନାଚିବାକୁ ଲାଗିଲା। ଆଉ "ଧୁରନ୍ଧର" ମୁଭିର ଏହି ଗୀତରେ ନାଚିଥିବାରୁ ଦର୍ଶକ ବି ଫିଦା। ସବୁଠୁ ଭଲ କଥା ହେଉଛି କି ଅଭିନେତ୍ରୀ ୟାମୀ ଗୌତମ ଏହି ଭିଡିଓକୁ ଦେଖିଛନ୍ତି ଆଉ ନିଜେ ଷ୍ଟୋରୀ ଷ୍ଟାଟସରେ ଶେୟାର କରିଛନ୍ତି। ୟାମୀ ହେଉଛନ୍ତି "ଧୁରନ୍ଧର" ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ।
ଭିଡିଓର ଆରମ୍ଭ ହୁଏ ସେଇଠୁ ଯେତେବେଳେ ଜଣେ ମହିଳା ନବଜାତ କନ୍ୟାକୁ ଧରି ନାଚି ନାଚି ଆସନ୍ତି। ପ୍ରଥମେ ଜଣେ ଷ୍ଟାଫ ନାଚିକି ଆସୁଥିବାବେଳେ ଆଉ ଜଣେ ମହିଳା ଷ୍ଟାଫ ମଧ୍ୟ ଏହି ଏହି ନାଚିବାରେ ତାଙ୍କୁ ସାଥ ଦିଅନ୍ତି। ଆଉ ଏହି ଭିଡିଓ ଦେଖିଲେ ଆପଣ ସତରେ ଖୁସି ହୋଇଯିବେ। ସତରେ ଶିଶୁକନ୍ୟାକୁ ଏହି ଘରେ ବହୁତ ଭଲ ପାଇବା ମିଳିବ। କେହି କେହି ଝିଅ ଜନ୍ମ ହେବା ପରେ ଜମା ଖୁସି ହୋଇ ନ ଥାନ୍ତି କିନ୍ତୁ ଏଠି ବହୁତ ଖୁସିର ମାହୋଲ। ଝିଅକୁ ଅଲଗା ଭାବେ ସ୍ବାଗତ କରିଛନ୍ତି।
ଏହାସହ ପଢ଼ନ୍ତୁ: ବିବାହ ଚାଲିଥିବାବେଳେ କନିଆଁକୁ ଫୁଲମାଳା ପିନ୍ଧାଇଲା ପ୍ରେମିକ....ଶିଶୁପାଳ ହୋଇ ଫେରିଲା ବର
ତେବେ ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଢେର ସାରା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, "ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଖୁସିକୁ ଦୁଇଗୁଣା କରିଦେଲା।" ଆଉ ଜଣେ ଲେଖିଛନ୍ତି ସମସ୍ତଙ୍କ ଚେହେରାରେ ଅଲଗା ପ୍ରକାର ଖୁସି।
FA9LA ଏଣ୍ଟ୍ରିର କାହାଣୀ
ଫିଲ୍ମ "ଧୁରନ୍ଧର" FA9LA ସଙ୍ଗ୍ରେ ଅକ୍ଷୟ ଖନ୍ନାଙ୍କ ଭୂମିକା ରହମାନ ଡକୈତ ଏକ କାରରୁ ବାହାରି ଜବରଦସ୍ତ ଏଣ୍ଟ୍ରି କରନ୍ତି। ଆଉ ଏହି ଏଣ୍ଟ୍ରି ଆଜି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଯାହାକୁ ଦେଖିଲେ ସେ ଏହି ସଙ୍ଗ୍ରେ ରିଲ କରୁଥିବା ଦେଖାଯାଇଛି। ତେବେ ଏହି ସିନକୁ ନେଇ କୋରିଓଗ୍ରାଫର ବିଜୟ ଗାଙ୍ଗୁଲି କହିଛନ୍ତି ଏହି ଏଣ୍ଟ୍ରି ଅକ୍ଷୟ ଖନ୍ନାଙ୍କ ଚିନ୍ତାଧାରା ଥିଲା। ଆଉ ପୁରା ଡ୍ୟାନ୍ସ ସିକ୍ବେନ୍ସ କେବଳ ଗୋଟିଏ ଟେକ୍ରେ ହିଁ ଶୁଟିଂ ହୋଇଛି। ଆଉ ଆମେ କେବେ ଭାବି ନ ଥିଲୁ ସଙ୍ଗ୍ଟି ଏତେ ହିଟ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories