Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Wedding Incident / ବିବାହ ଚାଲିଥିବାବେଳେ କନିଆଁକୁ ଫୁଲମାଳା ପିନ୍ଧାଇଲା ପ୍ରେମିକ....ଶିଶୁପାଳ ହୋଇ ଫେରିଲା ବର

Ritu Das
Browse all articles by Ritu Das
·6 months ago·2 min read
ବିବାହ ଚାଲିଥିବାବେଳେ କନିଆଁକୁ ଫୁଲମାଳା ପିନ୍ଧାଇଲା ପ୍ରେମିକ....ଶିଶୁପାଳ ହୋଇ ଫେରିଲା ବର
india

Key Points

ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି
ଦିଲ୍ଲୀର ରାଜୌରୀ ଗାର୍ଡେନରେ ଏକ ବିବାହ ସମାରୋହରେ ହଲଚଲ ହୋଇଗଲା
କନିଆଁ ବାହାହେଲା ପ୍ରେମିକକୁ ଆଉ ବର ଶିଶୁପାଳ
ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଦିଲ୍ଲୀର ରାଜୌରୀ ଗାର୍ଡେନରେ ଏକ ବିବାହ ସମାରୋହରେ ହଲଚଲ ହୋଇଗଲା। ଆମେ ନିତିଦିନ ସୋସିଆଲ ମିଡିଆରେ କିଛି ରିଲ ଭାଇରାଲ ହେବାର ଦେଖୁଛେ। କିଛି ଭିଡିଓ ଖରାପ ହୋଇଥିବାବେଳେ କିଛି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ କଲା ଭଳି ଲାଗେ।

ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ଝିଅ ହାତରେ ମେହେନ୍ଦୀ ଲଗେଇଛି ଲେହେଙ୍ଗା ପିନ୍ଧିଛି କିନ୍ତୁ କାର୍‌ରେ ତା' ସାଙ୍ଗ ସହ କାନ୍ଦି କାନ୍ଦି ଯାଉଥିବାର ଆମ ଦେଖିଥିଲେ। କୁହାଯାଉଥିଲା କି ଝିଅଟି ତାର ବିବାହ ପୂର୍ବରୁ ତାର ପ୍ରେମିକକୁ ଶେଷଥର ଦେଖାକରିବାକୁ ଯାଉଥିଲା। ବେଦୀକୁ ଯିବାର ଦୁଇଘଣ୍ଟା ପୂର୍ବରୁ ଏହିଭଳି ଏକ ଭିଡିଓ ଭାଇରାଲ ହୋଇଥିଲା। ଆଉ ଆଜି ସେହିଭଳି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସେଠି ପ୍ରମିକକୁ ଶେଷ ବିଦାୟ ଆଉ ଆଜିର ଏହି ଘଟଣାରେ ପ୍ରେମିକକୁ ତା' କନିଆଁ ମିଳିଯାଇଛି। ଆଉ ବର ଶିଶୁପାଳ ହୋଇ ଘରକୁ ଫେରିଛି।



ଘଟଣାଟି ହେଲା ରଜୌରୀ ଗାର୍ଡେନରେ ଏକ ବିବାହ ସମାରୋହ ଖୁବ ଧୁମଧାମରେ ଚାଲିଥିଲା। ବେଦୀରେ ବର କନିଆଁକୁ ନେଇ ବ୍ରାହ୍ମଣ ମନ୍ତ୍ର ପଢ଼ୁଥିଲା କିନ୍ତୁ ଏତିକିବେଳେ ବେଦୀ ନିକଟରେ ଏଣ୍ଟ୍ରି ମାରିଲା କନିଆଁର ପ୍ରେମିକ। ଆଉ ଆଣ୍ଠୁ ମାଡ଼ି କନିଆଁକୁ ପ୍ରପୋଜ କଲା। ତା'ପରେ ଝିଅଟି ମଧ୍ୟ ଆଣ୍ଠୁ ମାଡ଼ି ତଳେ ବସିପଡ଼ିଲା। ବର ଏସବୁ ଦେଖି କଣ କହିବ କିଛି ବୁଝି ପାରୁ ନ ଥିଲା। ପୁରା ଅକଲ ଗୁଡ଼ୁମ। କିନ୍ତୁ ଝିର ପିତା କିନ୍ତୁ ତାଙ୍କ ଝିଅର ମନ କଥା ବୁଝିପାରିଥିଲେ ଆଉ ପ୍ରେମିକ ସହ ବାହା ହେବାକୁ ସହମତି ଦେଇଥିଲେ। ଦୁଇଜଣଙ୍କୁ ଆଶୀର୍ବାଦ ଦେଇଥିଲେ। ଝିଅର ଗଭୀର ଭଲ ପାଇବାକୁ ହୃଦୟଙ୍ଗମ କରିପାରିଥିଲେ। ଆଉ ବୁଝିପାରିଥିଲେ ଯେ, ତାଙ୍କ ଝିଅ ଏହି ପୁଅ ସହ ଖୁସିରେ ରହିବ। ଆଉ ଏହାପରେ କଣ ହେବ! ବର ଷ୍ଟେଜ ଉପରେ ଛିଡ଼ା ହୋଇ ପୁରା ରାଗିଯାଇଥିଲା। ଆଉ ବିବାହ କାର୍ଯ୍ୟ ଛାଡ଼ି ପଳାଇଥିଲା। ସେପଟେ ବରଯାତ୍ରୀ ବି ଫେରିଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ବିବାହର ୨ ଘଣ୍ଟା ପୂର୍ବରୁ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବାର ଭିଡିଓ ଭାଇରାଲ


ଆଉ ଗୋଟିଏ ସେକେଣ୍ଡ ବିଳମ୍ବ ହୋଇଥିଲେ ବର କନିଆଁ ବରମାଲା ଦିଆନିଆ ହୋଇଥାଆନ୍ତା। କିନ୍ତୁ ଭାଗ୍ୟକୁ ବୋଧେ ଆଉ କଣ ମଞ୍ଜୁର ଥିଲା। ଭଗବାନ ବୋଧେ ପ୍ରେମର ବିଜୟ ଚାହୁଁଥିଲେ। ଦୁଇଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ପିତାଙ୍କ ହୃଦୟକୁ ତରଳାଇଦେଲା। ସତରେ ପ୍ରେମ ଜିତିଗଲା। କିନ୍ତୁ ଏଠି ଗୋଟିଏ ପ୍ରଶ୍ନ ସେ ଝିଅ ଚାହିଁଥିଲେ ଏତେ ବଡ଼ ସମାରୋହ ହୋଇ ନ ଥାନ୍ତା। କି ସେ ବର ଏଭଳି ଶିଶୁପାଳ ହୋଇ ଫେରି ନ ଥାଆନ୍ତା। ବିଚରା ବରର କଣ ଭୁଲ ଥିଲା?

ଏହି ଭିଡିଓ ଦେଖିବାପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। କେହି କେହି ଏହାକୁ ସ୍କ୍ରିପଟେଡ ବୋଲି କହୁଛନ୍ତି। ଆଉ କେହି ଏପରି ଝିଅଙ୍କୁ ଦୂରୁ ଜୁହାର ବୋଲି କହିଛନ୍ତି। ତେବେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ୧୬୦୦ରୁ ଅଧିକ ଲୋକ ଲାଇକ କରିଛନ୍ତି। ୪୦୦ରୁ ଅଧିକ ଲୋକ ଏହି ଭିଡିଓକୁ ଶେୟାର କରିଛନ୍ତି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ପିତାଙ୍କୁ ଅସ୍କାର ଆଓ୍ବାର୍ଡ, ବର ଏବଂ କନିଆଁଙ୍କୁ ଗ୍ରାନୀ ଆଓ୍ବାର୍ଡ ପ୍ରେମିକକୁ ବେଷ୍ଟ ସପୋର୍ଟଙ୍ଗ ଆକ୍ଟର ଆଓ୍ବାର୍ଡ ଏବଂ କ୍ୟାମେରାମ୍ୟାନ ଏବଂ ଭିଡିଓ ପୋଷ୍ଟ ଯିଏ କରିଛି ତାଙ୍କୁ ଫାଶୀର ଦଣ୍ଡ ମିଳିବା ଦରକାର।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lover Marries Girlfriend Inside Wedding Hall in Delhi | Argus News