Hot Air Balloon / ଦିଲ୍ଲୀରେ ଆରମ୍ଭ ହେଲା ହଟ୍ ଏୟାର ବେଲୁନ ରାଇଡ୍, ମୂଲ୍ୟ ରହିଛି...
·7 months ago·2 min read

Key Points
ଦିଲ୍ଲୀରେ ଆରମ୍ଭ ହେଲା Hot-Air ବେଲୁନ ରାଇଡ୍
ଜାଣନ୍ତୁ ଲୋକେସନରୁ ଆରମ୍ଭ କରି ମୂଲ୍ୟ ପର୍ଯ୍ୟନ୍ତ ସବୁକିଛି

ପିଲାଙ୍କ ପାଇଁ ଦିଲ୍ଲୀରେ ଉଡିଲା ହଟ୍ ଏୟାର ବେଲୁନ । ପ୍ରଥମ ଥର ଦିଲ୍ଲୀବାସୀ ନେବେ ହଟ୍ ଏୟାର ବେଲୁନର ମଜା। ଆରମ୍ଭ ହେବାକୁ ଯାଉଛି ଛୁଟି। ସ୍କୁଲ, କଲେଜ ଶୀତକାଳୀନ ଛୁଟି ହୋଇଯିବ। ଏହା ପୂର୍ବରୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ମଉଜ ମସ୍ତି ଲାଗି ପ୍ରସ୍ତୁତି କରିସାରିଲେଣି। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଦିଲ୍ଲୀ ଏବଂ ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଦିଲ୍ଲୀ। ଯାହାକୁ ଦୃଷ୍ଟିରେ ରଖି ୨୯ ନଭେମ୍ବର ଶନିବାର ଦିଲ୍ଲୀରେ ଡିଡିଏ ପ୍ରଥମ ଥର ହଟ-ଏୟାର ବେଲୁନ ରାଇଡ ଆରମ୍ଭ କରିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଡିଡିଏ ଯମୁନା କୂଳରେ ବାଂସେରା ପାର୍କରେ ଏହାର ଟ୍ରାୟଲ ରନ କରିଥିଲା। ଉଡାଣ ସଫଳ ହେବା ପରେ ଏହାକୁ ସାଧାରଣ ଲୋକଙ୍କ ନିମନ୍ତେ ଆରମ୍ଭ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ହଟ୍-ଏୟାର ବେଲୁନ ୧୨୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଠିବ। ଏଣୁ ରାଇଡର୍ସ ଯମୁନା ରିଭରଫ୍ରଣ୍ଟ, ଆଖପାଖର ପାର୍କ ଓ ସହରର ବିଭିନ୍ନ ପ୍ରମୁଖ ସ୍ଥାନକୁ ଉପରୁ ଦେଖିବା ବେଶ୍ ମନୋରଞ୍ଜନ ପୂର୍ଣ୍ଣ ହେବ। ଏହି ସର୍ଭିସ ଶନିବାରଠାରୁ ଅସିତାରେ ଆରମ୍ଭ ହେଉଛି। ଆଗାମୀ ଦିନମାନଙ୍କରେ ଏହି ସେବା ଧିରେ ଧିରେ ଅନ୍ୟ ସମସ୍ତ ସ୍ଥାନରେ ସମ୍ପ୍ରସାରିତ ହେବ।
ଏଥିସହ ପଢ଼ନ୍ତୁ: ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା...
ଡିଡିଏ ପକ୍ଷରୁ ୪ଟି ସ୍ଥାନରେ ବେଲୁନ ରାଇଡ ସୁବିଧା ଉପଲବ୍ଧ ହେବ। ଏଥିରେ ପ୍ରଥମ ସ୍ଥାନଟି ହେଉଛି ଅସିତା , ଦ୍ୱିତୀୟ ସ୍ଥାନଟି ହେଉଛି ବାଂସେରା ପାର୍କ, ତୃତୀୟ ସ୍ଥାନଟି ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସ ହୋଇଥିବା ବେଳେ କମନୱେଲଥ୍ ଗେମ୍ସ ଭିଲେଜ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହେଉଛି ଚତୁର୍ଥ ସ୍ଥାନ। ତେବେ ଏହି ୪ଟି ସ୍ଥାନ ମଧ୍ୟରୁ ୨୯ ନଭେମ୍ବର ଶନିବାର କେବଳ ଅସିତାରେ ରାଇଡ ସୁବିଧା ମିଳୁଛି। ତେବେ ଖୁବ୍ ଶୀଘ୍ର ଅଲଗା ଅଲଗା ସ୍ଥାନରୁ ବିଭିନ୍ନ ପର୍ଯ୍ୟାୟରେ ହଟ୍-ଏୟାର ବେଲୁନ ରାଇଡ ସୁବିଧା ମିଳିବ। ତେବେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏସମସ୍ତ ସୁବିଧା କରାଯାଇଛି।
ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ବିନୟ କୁମାର ସକ୍ସେନା କହିଛନ୍ତି ଯେ, '' ଏହି ବେଲୁନର ପରୀକ୍ଷାମୂଳକ ଉଡ଼ାଣର ସମୀକ୍ଷା କରାଯାଇଛି। ଏହା "ଦିଲ୍ଲୀବାସୀଙ୍କ ପାଇଁ ପ୍ରଥମ ଥର ଅଭିଜ୍ଞତା ହେବ।'' ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ, ସେ କହିଛନ୍ତି ଯେ, ଯୋଗ୍ୟ ଏବଂ ବୃତ୍ତିଗତ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ଏହି ବେଲୁନ ସୁରକ୍ଷା ମାନଦଣ୍ଡ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, "ଦିଲ୍ଲୀ ବିକାଶ ପ୍ରାଧିକରଣ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ ମନୋରଞ୍ଜନ ଏବଂ ସାହସିକ କାର୍ଯ୍ୟକଳାପ ଦିଲ୍ଲୀକୁ ବିଶ୍ୱସ୍ତରୀୟ ମନୋରଞ୍ଜନ ସହର କରିବା ଦିଗରେ ଆଉ ଏକ ପଦକ୍ଷେପ ହେବ।"
ଟିକେଟ୍ ମୂଲ୍ୟ:
ଏହି ସେବା ନଭେମ୍ବର 29 ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଯାତ୍ରାର ଆଶା କରାଯାଉଥିବା ମୂଲ୍ୟ ପ୍ରତି ବ୍ୟକ୍ତି ପାଇଁ ପ୍ରାୟ 3,000 ଟଙ୍କା + GST ହେବ ରହିବ। ଏହା ବେଲୁନ ସେବା ୪ଟି ସ୍ଥାନରେ ଉପଲବ୍ଧ ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories