Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Palash and Smriti / ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା...

Banajyotshna Ray
Browse all articles by Banajyotshna Ray
·7 months ago·3 min read
ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା...

Key Points

ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା
କହିଲେ ମତେ ଟିକେ ଛାଡିଦିଅ
ମୁଁ ବହୁତ ଚିନ୍ତାରେ ରହୁଛି
ଅନେକ ଦିନର ବିବାଦ ପରେ ଶେଷରେ ମହଁ ଖୋଲିଲେ ନନ୍ଦିକା। କହୁ କହୁ କହିଦେଲେ ସବୁ ସତ। ପଲାଶ ଏବଂ ସ୍ମୃତିଙ୍କ ବିବାହ କାହିଁକି ଅଟକିଛି, ଏଥିରେ ତାଙ୍କ ହାତ ରହିଛି କି ନାହିଁ। ଏ ସମସ୍ତ ଘଟଣାର ସବୁ ସତ କହିଛନ୍ତି କୋରିଓଗ୍ରାଫର ନନ୍ଦିକା। ଖେଳାଳି ସ୍ମୃତି ମନ୍ଧାନା ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ମହିଳା ବିଶ୍ୱକପ ଜିତିବା ପରେ କ୍ରିକେଟର ତାଙ୍କ ପ୍ରେମିକ ପଲାଶ ମୁଚ୍ଛଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ''କିନ୍ତୁ ପାରିବାରିକ କାରଣରୁ ବିବାହ ଦିନ ବିବାହ ଉତ୍ସବକୁ ସ୍ଥଗିତ ରଖିବାକୁ ପଡିଥିଲା। ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଗଲା ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ପରେ ପଲାଶ ନିଜେ ଅସୁସ୍ଥ ଥିବା ରିପୋର୍ଟ କୁହାଯାଇଥିଲା।''

କିନ୍ତୁ ଏସବୁ ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଲାଶ ଏବଂ ତାଙ୍କ କୋରିଓଗ୍ରାଫରଙ୍କର କିଛି ସମ୍ପର୍କ ରହିଛି ବୋଲି ସୋସିଆଲ ମିଡିଆରେ ଦୁହିଁଙ୍କର କିଛି ଚାର୍ଟ ଭାଇରାଲ ହୋଇଥିଲା। ଯାହା ପରେ ଚର୍ଚ୍ଚା ହେଲା କି ପଲାଶ ସ୍ମୃତିଙ୍କୁ ଧୋକା ଦେଇଛନ୍ତି। ସେଥିପାଇଁ ଦୁହିଁଙ୍କ ବିବାହ ସ୍ଥଗିତ ରହିଛି। କିନ୍ତୁ ଚାଟ୍‌ର ସତ୍ୟତାକୁ ନେଇ ପଲାଶ କିମ୍ବା ସ୍ମୃତି ମୁହଁ ଖୋଲି ନାହାନ୍ତି । କିନ୍ତୁ ଅନ୍ୟପଟେ ପଲାଶ ମୁଚ୍ଛଲଙ୍କ ମା' କହିଛନ୍ତି ଯେ, ସବୁକିଛି ଯୋଜନା ଅନୁଯାୟୀ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ପଲାଶ ସ୍ମୃତିଙ୍କ ପିତାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅମିତା ମୁଚ୍ଛଲ କହିଛନ୍ତି ଯେ ସ୍ମୃତି ଏବଂ ପଲାଶ ଉଭୟ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି । ପରିବାର ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅମିତା ଆହୁରି କହିଛନ୍ତି ଯେ ତାଙ୍କ ପୁଅ ଖୁବ୍ ଶୀଘ୍ର ବିବାହ କରି କନ୍ୟାକୁ ଘରକୁ ଆଣିବ ।

ଏଥିସହ ପଢ଼ନ୍ତୁ: କେବେ ହେବ ସ୍ମୃତି ମନ୍ଧାନାଙ୍କ ବିବାହ ? ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍‌

ସେପଟେ ପଲାଶଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୁଇ ଭିନ୍ନ କୋରିଓଗ୍ରାଫରଙ୍କ ନାମ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରଥମେ କୋରିଓଗ୍ରାଫର ଗୁଲନାଜ ଏହି ମାମଲାରେ ତାଙ୍କର ସ୍ପଷ୍ଟୀକରଣ ଦେଇଥିଲେ ଏବଂ ଏବେ ଆଉ ଜଣେ କୋରିଓଗ୍ରାଫର ନନ୍ଦିକା ଦ୍ୱିବେଦୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ନନ୍ଦିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଲମ୍ବା ବିବୃତ୍ତି ଶେୟାର କରି ଲେଖିଛନ୍ତି, ଗତ କିଛି ଦିନ ଧରି, ମୁଁ ମୋ ନାମକୁ ଏପରି ଏକ ପରିସ୍ଥିତି ସହିତ ଯୋଡା ହେଉଥିବା ଦେଖୁଛି ଯାହା କାହାକୁ ଗଭୀର ବ୍ୟକ୍ତିଗତ ଦୁଃଖ ଦେଇଛି।

ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ମୋ ବିଷୟରେ କରାଯାଉଥିବା ଅନୁମାନ ଏବଂ ମୁଁ କାହା ସମ୍ପର୍କରେ ହସ୍ତକ୍ଷେପ କରିଛି ବୋଲି ଦାବି ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ଯାହାର ଏକ ଅଂଶ ମଧ୍ୟ ନୁହେଁ, ସେଥିରେ ନିଜକୁ ଜଡିତ ପାଇବା ମୋ ପାଇଁ ବହୁତ ଦୁଃଖଦ। ଏହି ଭିତ୍ତିହୀନ କାହାଣୀକୁ କିପରି ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି ତାହା ବୁଝିବା ମଧ୍ୟ ବହୁତ କଷ୍ଟକର। ତାଙ୍କ ବକ୍ତବ୍ୟ ଶେଷ କରି ନନ୍ଦିକା କହିଛନ୍ତି, ଦୟାକରି ବୁଝନ୍ତୁ ଯେ ଏଥିରୁ ବାହାରିବା ମୋ ପାଇଁ ସହଜ ହେବ ନାହିଁ। ମୁଁ ମିଥ୍ୟା ଅଭିଯୋଗକୁ ସହ୍ୟ କରିପାରୁନାହିଁ। ମୋ ବିଷୟରେ ଚିନ୍ତା କରୁଥିବା ଲୋକଙ୍କୁ ବହୁତ ଅସୁବିଧାରେ ପକାଉଛି। ଏହା ମୋର ମାନସିକ ସ୍ଥିତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି। ତେବେ କିଏ କହୁଛି ସତ ଏବଂ କିଏ କହୁଛି ମିଛ ତାହା ତ ସମୟ ଆସିଲେ ସାମ୍ନାକୁ ଆସିବ । କିନ୍ତୁ ସ୍ମୃତି ଏବଂ ପଲାଶଙ୍କ ଫ୍ୟାନ୍ସମାନେ ଚାହୁଁଛନ୍ତି କି ଦୁହେଁ ଶୀଘ୍ର ବିବାହ କରିନିଅନ୍ତୁ ଏବଂ ସମସ୍ତ ଗୁଜବ ଉପରୁ ପରଦା ହଠାଇଦିଅନ୍ତୁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Palash and Smriti | Nandika Reveals Truth About Her Bond with Palash | Argus News | Argus News