Middle East war / ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଭାରତର ଆକ୍ସନ୍; ୮ ଦେଶ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
·1 month ago·2 min read

Key Points
ଯୁଦ୍ଧ ଭିତରେ ମଧ୍ୟପ୍ରାଚ୍ୟରେ ପ୍ରାୟ ୯୦ ଲକ୍ଷ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ସୁରକ୍ଷା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁଏଇ, ସାଉଦି ଆରବ, ଓମାନ, କତର, ବାହାରିନ୍, କୁଏତ, ଜୋର୍ଡାନ ଓ ଇସ୍ରାଏଲ୍ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ଭାରତର ଚିନ୍ତା । ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କୁ ଶୀଘ୍ର ଓ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାର ପ୍ରୟାସ କରୁଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୪୮ ଘଣ୍ଟାରେ ୮ଟି ଦେଶର ନେତାଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାକୁ ନିନ୍ଦା କରିବା ସହ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ଵ ଦେଇଛନ୍ତି । ଏଥିସହ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ଦେଶର ନେତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଫସିଥିବା ପ୍ରବାସୀଙ୍କୁ ଉଦ୍ଧାର ପାଇଁ ସରକାର ସ୍ଵତନ୍ତ୍ର ବିମାନ ସଞ୍ଚାଳନ ପାଇଁ ପଦକ୍ଷେପ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ
ଯୁଦ୍ଧ ଭିତରେ ମଧ୍ୟପ୍ରାଚ୍ୟରେ ପ୍ରାୟ ୯୦ ଲକ୍ଷ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ସୁରକ୍ଷା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁଏଇ, ସାଉଦି ଆରବ, ଓମାନ, କତର, ବାହାରିନ୍, କୁଏତ, ଜୋର୍ଡାନ ଓ ଇସ୍ରାଏଲ୍ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଓମାନ ଓ କୁଏତ ସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଆଲୋଚନା କରିଛନ୍ତି ।
ଏହାରି ଭିତରେ ସ୍ପାଇସ୍ ଜେଟ୍ ମାର୍ଚ୍ଚ ୪ ଓ ମାର୍ଚ୍ଚ ୮ ତାରିଖରେ ୟୁଏଇକୁ ସ୍ଵତନ୍ତ୍ର ବିମାନ ପଠାଇବାକୁ ଯୋଜନା କରିଛି । ସମସ୍ତ ଉଡ଼ାଣ ଫୁଜେରାହ ବିମାନବନ୍ଦରରୁ ହେବ । ଯେଉଁଥିରେ ଦିଲ୍ଲୀ ପାଇଁ ୪ଟି ବିମାନ, ମୁମ୍ବାଇ ପାଇ ୩ଟି ବିମାନ ଓ କୋଚ୍ଚି ପାଇଁ ଗୋଟିଏ ବିମାନ ସାମିଲ ରହିଛି । ମାର୍ଚ୍ଚ ୩ରେ ସ୍ପାଇସଜେଟ୍ ମଧ୍ୟ ଫସିଥିବା ଲୋକଙ୍କୁ ଦିଲ୍ଲୀ, ମୁମ୍ବାଇ ଓ କୋଚ୍ଚି ଫେରାଇବାକୁ ୪ଟି ସ୍ଵତନ୍ତ୍ର ବିମାନ ପଠାଇ ଥିଲା ।
ସାଉଦି ଏୟାରଲାଇନ୍ସର ଜେଦ୍ଦା ପ୍ଲାଇଟ୍ SV756 ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି । ଜେଦ୍ଦା ହେଉଛି ମକ୍କାର ମୁଖ୍ୟ ପ୍ରବେଶ ଦ୍ଵାର । ଏହି ବିମାନରେ ଅନେକ ଭାରତୀୟ ମୁସଲିମ୍ ତୀର୍ଥଯାତ୍ରୀ ଫେରିଛନ୍ତି । ସେହିଭଳି ଇଣ୍ଡିଗୋ ମଧ୍ୟ ୪ଟି ସ୍ଵତନ୍ତ୍ର ବିମାନ ଜେଦ୍ଦାରୁ ଦିଲ୍ଲୀ, ମୁମ୍ବାଇ ଓ କୋଚ୍ଚିକୁ ଉଡ଼ାଣ କରିଛି ।
ଏଥିସହ ପଢ଼ନ୍ତୁ: ଇରାନର ନୂଆ ସୁପ୍ରିମ ଲିଡର ହେଲେ ଖାମେନେଇଙ୍କ ପୁଅ ମୋଜତବା....ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବ ପୁଅ
ମାର୍ଚ୍ଚ ୪ରେ ଭାରତୀୟ ଏୟାରଲାଇନ୍ସ ପକ୍ଷରୁ ମୋଟ ୫୮ଟି ବିମାନ ଚଳାଚଳ ପାଇଁ ଯୋଜନା କରାଯାଇଛି । ଯେଉଁଥିରେ ଇଣ୍ଡିଗୋର ୩୦ଟି ବିମାନ ସହ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୨୩ଟି ବିମାନ ରହିଛି । ବିଦେଶ ଏୟାରଲାଇନ୍ସ ମଧ୍ୟ ସୀମିତ ସଂଖ୍ୟକ ଉଡ଼ାଣ କରିଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଏବେ ସୁଦ୍ଧା ଭାରତୀୟ ଏୟାରଲାଇନ୍ସ ୧୨୨୧ଟି ଉଡ଼ାଣ ବାତିଲ୍ କରିଥିବା ବେଳେ ୩୮୮ଟି ଉଡ଼ାଣକୁ ବିଦେଶୀ ଏୟାରଲାଇନ୍ସ ରଦ୍ଦ କରିଛନ୍ତି । ବିଗତ ୩ ଦିନରେ ୧୧୧୭ଟି ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories