Putin Praises Modi / ମୋଦିଙ୍କୁ ପାଇ ଭାରତ ଭାଗ୍ୟବାନ: ଇଣ୍ଟରଭ୍ୟୁରେ ଅଜସ୍ର ପ୍ରଶଂସା କଲେ ପୁଟିନ୍
·7 months ago·2 min read

Key Points
ପୁଟିନ କହିଛନ୍ତି ଭାରତ ଭାଗ୍ୟବାନ, ମୋଦି ଏଠାରେ ରହୁଛନ୍ତି ନିଶ୍ବାସ ନେଉଛନ୍ତି। ସେ ଜଣେ ସଚ୍ଚୋଟ ଓ ନିର୍ଭରଯୋଗ୍ୟ ବ୍ୟକ୍ତି। ଆମର ବିଶ୍ୱସ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ୩୦ ଘଣ୍ଟାର ଏହି ଗସ୍ତରେ ପୁଟିନ ବହୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦାକୁ ନେଇ ଆଲୋଚନା କରିବାର ଅଛି। ଏହାପୂର୍ବରୁ ଏକ ପ୍ରତିଷ୍ଠିତ ଜାତୀୟ ହିନ୍ଦୀ ନ୍ୟୁଜ ଚ୍ୟାନେଲକୁ ଋଷ ରାଷ୍ଟ୍ରପତି ପୁଟିନ ଏକ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି। ଆଉ ଭାରତ ପ୍ରତି ଥିବା ଭଲପାଇବାକୁ ଦେଖାଇଛନ୍ତି ପୁଟିନ।
ଏହାସହ ପଢ଼ନ୍ତୁ: ସାରା ବିଶ୍ବରେ ମୋଦି-ପୁଟିନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା: ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ
ସେ କହିଛନ୍ତି ଭାରତ ଭାଗ୍ୟବାନ, ମୋଦି ଏଠାରେ ରହୁଛନ୍ତି ନିଶ୍ବାସ ନେଉଛନ୍ତି। ସେ ଜଣେ ସଚ୍ଚୋଟ ଓ ନିର୍ଭରଯୋଗ୍ୟ ବ୍ୟକ୍ତି। ଆମର ବିଶ୍ୱସ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଏହି ଦୃଷ୍ଟିରୁ, ମୁଁ ବହୁତ ଆନ୍ତରିକତାର ସହିତ କହୁଛି। ଭାରତ ଭାଗ୍ୟବାନ କାରଣ ମୋଦି ଏଠାରେ ରହୁଛନ୍ତି ଏବଂ ନିଶ୍ୱାସ ନେଉଛନ୍ତି। ଏହାଛଡ଼ା ବିଶ୍ବରେ ମୋଦିଙ୍କ ନେତୃତ୍ବ ଓ କ୍ଷମତାକୁ ବି ପ୍ରଶଂସା କରିଛନ୍ତି ପୁଟିନ୍। ସେ ଆଉ ମଧ୍ୟ କହିଛନ୍ତି ମୋଦିଙ୍କ ନେତୃତ୍ବରେ ବିଶ୍ବ ଭାରତର ଦୃଢ଼ ଓ ସ୍ପଷ୍ଟ ସ୍ଥିତି ଦେଖିଛି। ତେଣୁ ଭାରତ ଏଥିପାଇଁ ଗର୍ବିତ ହେବା ଉଚିତ୍। ମୋଦିଙ୍କ ନେତୃତ୍ବରେ ଭାରତ-ଋଷ ମଧ୍ୟରେ ୯୦ପ୍ରତିଶତରୁ ଅଧିକ ଦ୍ବିପାକ୍ଷିକ କାରବାର ସଫଳ ହୋଇପାରିଛି।
ଆଉ ଏକ ବିଶେଷ କଥା କହିଲେ ପୁଟିନ ଭାରତ ସହ ଆମର ସମ୍ବନ୍ଧ ଏକ ନୂଆ ଶିଖରକୁ ଛୁଇଁବ। ମୁଁ ବହୁତ ଖୁସି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବାକୁ ମୋତେ ସୁଯୋଗ ମିଳିଲା। ଏହି ଗସ୍ତ କେବଳ ବ୍ୟବସାୟ ପାଇଁ ନୁହେଁ ସାରା ବିଶ୍ବକୁ ଦେଖାଇବାକୁ ଚାହୁଁଛୁ ଭାରତ ଏବଂ ଋଷର ସମ୍ପର୍କ କେତେ ଘନିଷ୍ଠ।
ସେହିପରି ମୋଦି-ପୁଟିନଙ୍କ ସମ୍ପର୍କ କେମିତି ବୋଲି ପଚାରିବାରୁ ଅତି ଆନନ୍ଦରେ ପୁଟିନ କହିଥିଲେ ଯେ, ମୋଦିଙ୍କ ସହ କଥା ହେବା ମୋ ପାଇଁ ଖୁବ ଆନନ୍ଦ ଦାୟକ। ଆମେ ଦୁହେଁ ସାଧାରଣ ବ୍ୟକ୍ତିଙ୍କ ପରି କଥା ହେଉ। ମୋଦି ଯେବେ ଋଷ ଆସିଥିଲେ ଆମେ ସାଥିରେ ମିଶି ଚାହା ପିଇଥିଲୁ ଓ ଖୁବ କଥା ହେଇଥିଲୁ। ତେଣୁ ସେ ସବୁବେଳେ ମୋଦିଙ୍କ ସହ କଥା ହେବାକୁ ଓ ଦେଖା କରିବାକୁ ଅପେକ୍ଷା କରିଥାଆନ୍ତି ବୋଲି ବି କହିଥିଲେ। ସେହିପରି ଦୁଇଦେଶର ସମ୍ପର୍କର ଲମ୍ବା ଇତିହାସ ବିଷୟରେ ବି କହିଥିଲେ ପୁଟିନ। ଭାରତର ପ୍ରଗତିକୁ ବି ପ୍ରଶଂସା କରିଥିଲେ। ଦେଶ ସ୍ବାଧୀନ ହେବାର ମାତ୍ର ୭୭ବର୍ଷରେ ଏତେ ପ୍ରଗତି ଅସମ୍ଭବ ବୋଲି ବି କହିଥିଲେ ପୁଟିନ।
ତେବେ ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଦୁଇଦେଶର ସମ୍ପର୍କକୁ ଆହୁରି ମଜଭୁତ କରି ଏକ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି। ପୁଟିନ ସେ ଦିଗରେ ମଧ୍ୟ ନିଜ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ-ଋଷ ମଧ୍ୟରେ ସମ୍ପର୍କ ମଜବୁତ କରିବାକୁ ସେ ଗଭୀର ପ୍ରତିବଦ୍ଧ। ବିଶେଷକରି ପ୍ରତିରକ୍ଷା, ଅର୍ଥନୈତିକ, ମାନବିକ ସମ୍ପର୍କ ଓ ହାଇଟେକ୍ ନ୍ୟୁକ୍ଲିୟର କ୍ଷେତ୍ରରେ ଋଷ-ଭାରତ ସହ ସମ୍ପର୍କ ମଜବୁତ କରିବାକୁ ଚାହୁଁଥିବା କହିଛନ୍ତି ପୁଟିନ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories