Defence Deal with Russia / ପୁଟିନ୍ ଆସିବା ପୂର୍ବରୁ ବଡ଼ ଡିଲ୍, ଭାରତ–ଋଷ ମଧ୍ୟରେ ୨ ବିଲିୟନ୍ ଡଲାରର ଚୁକ୍ତି ଫାଇନାଲ୍
·9 months ago·2 min read

Key Points
ପୁଟିନ ଆସିବା ପୂର୍ବରୁ ୨ ବିଲିଅନ ଡଲାର ଡିଲ୍ ଫାଇନାଲ
ଋଷ ଠାରୁ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଣିବ ଭାରତ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିର ଖବର ସାମ୍ନାକୁ ଆସିଛି । ଭାରତ ଏବଂ ଋଷ ୨ ବିଲିୟନ ଡଲାର (ପ୍ରାୟ ୧୬,୭୦୦ କୋଟି ଟଙ୍କା)ର ପରମାଣୁ ବୁଡ଼ାଜାହାଜ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ପ୍ରାୟ ୧୦ ବର୍ଷ ଧରି ଆଲୋଚନା ଜାରି ରହିଥିଲା । ଉଭୟ ଦେଶ ଏହି ଚୁକ୍ତି ଉପରେ ସହମତ ହୋଇଛନ୍ତି ।
ଭାରତ ୨୦୨୭ ସୁଦ୍ଧା ପରମାଣୁ ବୁଡ଼ାଜାହାଜ ପାଇପାରେ
ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତ ଏହି ବୁଡ଼ାଜାହାଜ ପାଇବ ବୋଲି ଆଶା କରାଯାଉଛି। ନୌସେନା ମୁଖ୍ୟ ଦିନେଶ କେ. ତ୍ରିପାଠି କହିଛନ୍ତି ଯେ ଭାରତ ୨୦୨୭ ସୁଦ୍ଧା ଏହି ପରମାଣୁ ବୁଡ଼ାଜାହାଜ ଚାହୁଁଛି। ଏହା ହେଉଛି ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଯାହାକୁ ଭାରତ ଋଷଠାରୁ ଅଧିଗ୍ରହଣ କରୁଛି । ପୂର୍ବରୁ ୨୦୧୨ରେ ଋଷଠୁ INS ଚକ୍ର ବୁଡ଼ାଜାହାଜକୁ ୧୦ ବର୍ଷ ପାଇଁ ଲିଜ୍ରେ ଅଣାଯାଇଥିଲା ।
ପାକିସ୍ତାନ ଏବଂ ଚୀନ କାହିଁକି ଚିନ୍ତିତ?
ଭାରତ ପକ୍ଷରୁ ଆଣବିକ କ୍ଷମତା ସମ୍ପନ୍ନ ବୁଡ଼ା ଜାହାଜ ବାଲାଷ୍ଟିକ ମିସାଇଲକୁ ବିକଶିତ କରାଯାଇଛି। ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ଡିଜେଲ ଓ ଇଲେକ୍ଟ୍ରିକ ବୁଡ଼ା ଜାହାଜ ଠାରୁ ବେଶ ଶକ୍ତିଶାଳୀ। ଏହା ସାଧାରଣତଃ ବଡ଼ ଓ ସାଧାରଣ ବୁଡ଼ା ଜାହାଜ ଠାରୁ ଏହା ଅଧିକ ସମୟ ପାଣିରେ ବୁଡ଼ି ରହିବାକୁ ସକ୍ଷମ। ପାଣିରେ ବୁଡ଼ା ଜାହାଜ ରହିଥିବା ବେଳେ ଟ୍ରାକ୍ କରିବା ମଧ୍ୟ ଆଦୌ ସହଜ ହୋଇ ନଥାଏ। ଭାରତ ଏବେ ୧୭ଟି ଡିଜେଲ ଚାଲିତ ବୁଡ଼ା ଜାହାଜକୁ ପରିଚାଳନା କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ବଡ଼ କଥା ହେଲା ଭାରତ ଋଷ ଠାରୁ ଯେଉଁ ପରମାଣୁ ଶକ୍ତିସମ୍ପନ୍ନ ଆକ୍ରମଣାତ୍ମକ ବୁଡ଼ାଜାହାଜ ଭଡ଼ାରେ ଆଣିବା ତାକୁ କେବଳ ୧୦ ବର୍ଷ ପାଇଁ ବ୍ୟବହାର କରାଯିବ। ଏହାକୁ କୌଣସି ଯୁଦ୍ଧରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ପ୍ରଶିକ୍ଷଣ ପାଇଁ ଏହାକୁ ନୌସେନାରେ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି । ଭାରତ ନିଜସ୍ୱ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରୁଥିବା ସମୟରେ ନାବିକମାନଙ୍କୁ ତାଲିମ ଦେବା ପାଇଁ ଏହାକୁ ବ୍ୟବହାର କରାଯିବ ।
ସୂଚନା ଅନୁସାରେ, ଗୁରୁବାରେ ସଂନ୍ଧ୍ୟାରେ ନୂଆଦିଲ୍ଲୀରେ ଓହ୍ଲାଇବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରତିରକ୍ଷା ଏବଂ ଶକ୍ତି ସହଯୋଗ ବିସ୍ତାର ଉପରେ ଗୁରୁତ୍ୱାରୋପ କରିବେ ଦୁଇ ଦେଶ ।

Related Topics
Explore more stories