Railways Hikes Fares / ମହଙ୍ଗା ହେଲା ରେଳ ଯାତ୍ରା; ଭଡ଼ା ବଢ଼ାଇଲା ରେଲୱେ, ଜାଣନ୍ତୁ କେବେଠୁ ହେବ ଲାଗୁ ?
·6 months ago·2 min read

Key Points
ରେଲୱେ ଟ୍ରେନ୍ ଟିକେଟ୍ ଦରରେ ଅଭିବୃଦ୍ଧି କରିଛି । ନୂଆ ଦର ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ ।
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା କରିବା ଏବେ ମହଙ୍ଗା ହେବ । ରେଲୱେ ଟ୍ରେନ୍ ଟିକେଟ୍ ଦରରେ ଅଭିବୃଦ୍ଧି କରିଛି । ନୂଆ ଦର ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ । କିନ୍ତୁ ବର୍ଦ୍ଧିତ ଦର ଦ୍ଵାରା ପାସେଞ୍ଜର ଟ୍ରେନ୍ ଓ ସ୍ଵଳ୍ପ ଦୂରତାରେ ଯାତ୍ରା କରୁଥିବା ଯାତ୍ରୀ ପ୍ରଭାବିତ ହେବେ ନାହିଁ ।
ବର୍ଦ୍ଧିତ ଭଡ଼ାରୁ ଭାରତୀୟ ରେଲୱେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୬୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ଵ ଆଦାୟ ଲକ୍ଷ୍ୟ ରଖିଛି । ନୂଆ ଟିକେଟ୍ ଦର ଅନୁସାରେ, ସାଧାରଣ ଶ୍ରେଣୀରେ ୨୧୫ କିଲୋମିଟରରୁ ଅଧିକ ଯାତ୍ରା କ୍ଷେତ୍ରରେ ୧ ପଇସା ଓ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ରେ ୨ ପଇସା ବଢ଼ିଛି । ତେବେ ୨୧୫ କିଲୋମିଟରରୁ କମ୍ ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଦର ବଢ଼ି ନାହିଁ ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ
ଯେଉଁ ଯାତ୍ରୀ ୫୦୦ କିଲୋମିଟରରୁ ଅଧିକ ଯାତ୍ରା କରିବେ ତାଙ୍କୁ ବର୍ଦ୍ଧିତ ଭଡ଼ା ଦେବାକୁ ପଡ଼ିବ । ନନ୍-ଏସି ଓ ଏସିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅତିରିକ୍ତ ୧୦ ଟଙ୍କା ଦେବାକୁ ପଡ଼ିବ । ତେବେ ଅର୍ଦ୍ଧ ସହରାଞ୍ଚଳ ଓ ମାସିକ ପାସ୍ଧାରୀଙ୍କ କ୍ଷେତ୍ରରେ ବର୍ଦ୍ଧିତ ଟିକେଟ୍ ଦର ଲାଗୁ ହେବ ନାହିଁ ।
ଏମାନଙ୍କୁ ଆଶ୍ଵସ୍ଥି
କାହିଁକି ବଢ଼ିଲା ଭଡ଼ା ?
ଟ୍ରେନ୍ ଟିକେଟ୍ ଦର ବୃଦ୍ଧି ପଛରେ ରେଲୱେର ଯୁକ୍ତି ହେଉଛି, ବିଗତ ଦଶନ୍ଧିରେ ରେଳ ନେଟୱର୍କ ଓ ପରିଚାଳନାର ସମ୍ପ୍ରସାରଣ କରାଯାଇଛି । ପରିଚାଳନା ଓ ସୁରକ୍ଷାକୁ ମଜଭୁତ୍ କରିବାକୁ କର୍ମଚାରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି, ଫଳରେ ଖର୍ଚ୍ଚ ବଢ଼ିଛି ।
ଏଥିସହ ପଢ଼ନ୍ତୁ: ପଥଚାରୀଙ୍କ ଉପରେ ଆଖିବୁଜା ଗୁଳିମାଡ଼; ୧୦ ଜଣଙ୍କ ମୃତ୍ୟୁ, ରାସ୍ତା ହୋଇଗଲା ରକ୍ତାକ୍ତ
କର୍ମଚାରୀଙ୍କ ଉପରେ ହେଉଥିବା ଖର୍ଚ୍ଚ ବୃଦ୍ଧି ପାଇ ୧.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ଭତ୍ତା ଖର୍ଚ୍ଚ ୬୦ ହଜାର କୋଟିକୁ ବଢ଼ିଛି । ୨୦୨୪-୨୫ ବର୍ଷରେ ରେଲୱର ପରିଚାଳନା ଖର୍ଚ୍ଚ ୨.୬୩ କୋଟି ଟଙ୍କା ହୋଇଛି ।

- ନୂଆ ବ୍ୟବସ୍ଥାରେ ସ୍ଥାନୀୟ ଟ୍ରେନ୍ ଏବଂ ମାସିକ ପାସ୍ଧାରୀଙ୍କ (MSTs) ଭଡ଼ାରେ କୌଣସି ବୃଦ୍ଧି ହୋଇ ନାହିଁ ।
- ସାଧାରଣ ଶ୍ରେଣୀରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିବା ଟ୍ରେନ୍ ଯାତ୍ରୀ ପୂର୍ବ ଭଡ଼ା ଅନୁସାରେ ଟିକେଟ୍ ପାଇଁ ଅର୍ଥ ଦେବେ ।
କାହିଁକି ବଢ଼ିଲା ଭଡ଼ା ?
ଟ୍ରେନ୍ ଟିକେଟ୍ ଦର ବୃଦ୍ଧି ପଛରେ ରେଲୱେର ଯୁକ୍ତି ହେଉଛି, ବିଗତ ଦଶନ୍ଧିରେ ରେଳ ନେଟୱର୍କ ଓ ପରିଚାଳନାର ସମ୍ପ୍ରସାରଣ କରାଯାଇଛି । ପରିଚାଳନା ଓ ସୁରକ୍ଷାକୁ ମଜଭୁତ୍ କରିବାକୁ କର୍ମଚାରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି, ଫଳରେ ଖର୍ଚ୍ଚ ବଢ଼ିଛି ।
ଏଥିସହ ପଢ଼ନ୍ତୁ: ପଥଚାରୀଙ୍କ ଉପରେ ଆଖିବୁଜା ଗୁଳିମାଡ଼; ୧୦ ଜଣଙ୍କ ମୃତ୍ୟୁ, ରାସ୍ତା ହୋଇଗଲା ରକ୍ତାକ୍ତ
କର୍ମଚାରୀଙ୍କ ଉପରେ ହେଉଥିବା ଖର୍ଚ୍ଚ ବୃଦ୍ଧି ପାଇ ୧.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ଭତ୍ତା ଖର୍ଚ୍ଚ ୬୦ ହଜାର କୋଟିକୁ ବଢ଼ିଛି । ୨୦୨୪-୨୫ ବର୍ଷରେ ରେଲୱର ପରିଚାଳନା ଖର୍ଚ୍ଚ ୨.୬୩ କୋଟି ଟଙ୍କା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories