Mass Shooting / ପଥଚାରୀଙ୍କ ଉପରେ ଆଖିବୁଜା ଗୁଳିମାଡ଼; ୧୦ ଜଣଙ୍କ ମୃତ୍ୟୁ, ରାସ୍ତା ହୋଇଗଲା ରକ୍ତାକ୍ତ
·6 months ago·2 min read

Key Points
ଗାଡ଼ିରେ ଆସିଲେ, ରାସ୍ତାରେ ଯାହାକୁ ଦେଖିଲେ ଆଖିବୁଜି ଗୁଳି କଲେ । ଦକ୍ଷିଣ ଆଫ୍ରିକାର ସହର ଜୋହାନ୍ସବର୍ଗ ଉପକଣ୍ଠରେ ଥିବା ଏକ ଟାଉନସିପ୍ରେ ହୋଇଥିବା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ବାର ନିକଟରେ ଗୁଳିମାଡ଼ । ଗାଡ଼ିରେ ଆସିଲେ, ରାସ୍ତାରେ ଯାହାକୁ ଦେଖିଲେ ଆଖିବୁଜି ଗୁଳି କଲେ । ଦକ୍ଷିଣ ଆଫ୍ରିକାର ସହର ଜୋହାନ୍ସବର୍ଗ ଉପକଣ୍ଠରେ ଥିବା ଏକ ଟାଉନସିପ୍ରେ ହୋଇଥିବା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ତେବେ ଗୁଳିମାଡ଼ କିଏ ଓ କାହିଁକି କଲା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ରବିବାର ଜୋହାନ୍ସବର୍ଗ ନିକଟ ବେକ୍କର୍ସଡାଲ୍ ଅଞ୍ଚଳରେ ହଠାତ୍ ଗୁଳିମାଡ଼ କରିଥିଲେ ଅଜଣା ଦୁର୍ବୃତ୍ତ । ପୋଲିସ ଅନୁସାରେ, ରାସ୍ତାରେ ଯାଉଥିବା ଲୋକଙ୍କ ପଛରୁ ଗୁଳି କରାଯାଇଛି । ମାସକ ଭିତରେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ଵିତୀୟ ଗଣ ଗୁଳିକାଣ୍ଡ ଘଟଣା ।
ଏଥିସହ ପଢ଼ନ୍ତୁ: ୪ ବର୍ଷର ସମ୍ପର୍କର ରକ୍ତାକ୍ତ ଅନ୍ତ; ଛୁଆ ପାଇଁ ମାଆ ନେଲା ଚରମ ନିଷ୍ପତ୍ତି
ଗୌଟେଙ୍ଗ ପ୍ରାନ୍ତର ପୋଲିସ ଅଧିକାରୀ ବ୍ରିଗେଡିୟର୍ ବ୍ରେଣ୍ଡୋ ମୁରିଡିଲି କହିଛନ୍ତି, "୧୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିନାହିଁ । ଲୋକମାନେ ରାସ୍ତାରେ ଯାଉଥିବା ସମୟରେ ଆତତାୟୀ ପଛରୁ ଗୁଳି କରିଛି । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ ।"
ଦକ୍ଷିଣ ଆଫ୍ରିକାର ସୁନା ଖଣି ନିକଟସ୍ଥ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଅନୁସାରେ, ବାର୍ ନିକଟରେ ଏହି ଗୁଳିମାଡ଼ ହୋଇଛି । ଉକ୍ତ ଅଞ୍ଚଳରେ ବେଆଇନ୍ ଭାବେ ମଦ ବିକ୍ରି ହୋଇଥାଏ । ଗୁଳିକାଣ୍ଡ ପରେ ପୋଲିସ ଉକ୍ତ ଅଞ୍ଚଳକୁ ଘେରିଯିବା ସହ ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଛି । ଆତତାୟୀଙ୍କୁ ଧରିବାକୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ ।
ଏଥିସହ ପଢ଼ନ୍ତୁ: ମୋଦିଙ୍କ ଖୁଲାସା... ଆସାମକୁ ପୂର୍ବ ପାକିସ୍ତାନ କରିବାକୁ ସାଂଘାତିକ ଷଡ୍ଯନ୍ତ୍ର !
ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ଦକ୍ଷିଣ ଆଫ୍ରିକାର ରାଜଧାନୀ ପ୍ରିଟୋରିୟା ନିକଟ ଏକ ହଷ୍ଟେଲରେ ଆକ୍ରମଣ କରିଥିଲେ ବନ୍ଧୁକଧାରୀ ଆତତାୟୀ । ସେତେବେଳେ ଆକ୍ରମଣରେ ଏକ ୩ ବର୍ଷର ଝିଅ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ, ହଷ୍ଟେଲ୍ ଭିତରକୁ ୩ ଜଣ ଆତତାୟୀ ଏକା ସମୟରେ ପଶି ଗୁଳିମାଡ଼ କରିଥିଲେ । ଜାତିସଂଘର ତଥ୍ୟ ଅନୁସାରେ, ବିଶ୍ଵରେ ସର୍ବାଧିକ ହତ୍ୟା ଦକ୍ଷିଣ ଆଫ୍ରିକାରେ ହେଉଛି । ୨୦୨୩-୨୪ ତଥ୍ୟ କହୁଛି, ପ୍ରତି ୧ ଲକ୍ଷ ଲୋକରେ ଦକ୍ଷିଣ ଆଫ୍ରିକାରେ ୪୫ ଜଣ ହତ୍ୟାର ଶିକାର ହେଉଛନ୍ତି । ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରତିଦିନ ୬୩ ଜଣଙ୍କୁ ହତ୍ୟା କରାଯାଉଥିବା କହୁଛି ପୋଲିସ ତଥ୍ୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories