Indigo / ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ
·9 months ago·2 min read

Key Points
ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ
ବିମାନ ସେବାରେ ଦେଖାଦେଇଥିବା ଅଚଳାବସ୍ଥାକୁ ନେଇ ଆକ୍ସନ ମୋଡରେ ସରକାର

ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ । ବିମାନ ସେବାରେ ଦେଖାଦେଇଥିବା ଅଚଳାବସ୍ଥାକୁ ନେଇ ଆକ୍ସନ ମୋଡରେ ସରକାର । ଇଣ୍ଡିଗୋ ସିଇଓ ପିଟର ଏଲବର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛି DGCA । ଆଜି ରାତି 8ଟା ସୁଦ୍ଧା ଜବାବ ରଖିବାକୁ ଇଣ୍ଡିଗୋକୁ ସମୟ ଦେଇଛନ୍ତି ସରକାର । ବିମାନ ଚଳାଚଳ ମନ୍ତ୍ରଣାଳୟକୁ କଠୋର ମୁକାବିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅଧିକାରୀଙ୍କ ସହିତ ମନ୍ତ୍ରୀ ରାମମୋହନ ନାୟଡୁ ଶନିବାର ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ବିଷୟରେ ସବିଶେଷ ଅବଗତ କରାଇଛନ୍ତି ।
ଏୟାର ଲାଇନ୍ସ କମ୍ପାନୀ ଯେପରି ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଅଣଦେଖା ନ କରନ୍ତି ତାହା ସୁନିଶ୍ଚିତ କରିବାକୁ ପିଏମ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ବିମାନବନ୍ଦରରେ ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ଏହା ଦ୍ବାରା ଦେଶର ବିମାନ ବନ୍ଦରରେ ବ୍ୟାପକ ବିଶୃଙ୍ଖଳା ସାମ୍ନାକୁ ଆସିଛି । ଆସନ୍ତା ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଦେଶର ସର୍ବବୃହତ ବିମାନ କମ୍ପାନି ଇଣ୍ଡିଗୋର ପରିଚାଳନାଗତ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି ।
କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ରିଫଣ୍ଡ ପ୍ରକ୍ରିୟା ସାରିବାକୁ ଇଣ୍ଡିଗୋକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାପକ ବିମାନ ବାତିଲ ଓ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ଶନିବାରଠୁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି।
ଏଥିସହ ପଢ଼ନ୍ତୁ: ଟିକେଟ ଦର ଫିକ୍ସ କଲେ ସରକାର, ମନ ଇଚ୍ଛା ଚାର୍ଜ କରିପାରିବନି କମ୍ପାନୀ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶହ ଶହ ଇଣ୍ଡିଗୋ ବିମାନ ବାତିଲ ପରେ ଦେଶସାରା ଯାତ୍ରୀ ହନ୍ତସନ୍ତ । ଆକାଶ ଛୁଆଁ ଏୟାର ଟିକେଟ୍, ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଲାଗୁ ହେଲା ଘରୋଇ ଉଡ଼ାଣ ଟିକେଟ ଉପରେ ସର୍ବାଧିକ ଦର ସୀମା । ଦେଶର ସର୍ବାଧିକ ଘରୋଇ ଉଡ଼ାଣ କରୁଥିବା କମ୍ପାନୀ ଇଣ୍ଡିଗୋ । ଯେଉଁଥିରେ ପ୍ରତିଦିନ ଯାତ୍ରା କରନ୍ତି ହଜାର ହଜାର ଯାତ୍ରୀ। କିନ୍ତୁ ଗତ ୪ ଦିନ ହେଲା ହଜାର ହଜାର ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି । ଦେଶ ସାରା ବିମାନ ବନ୍ଦରରେ ଯାତ୍ରୀ ନାହିଁ ନଥିବା ହୀନସ୍ତା ହେଉଛନ୍ତି।
ଏହାର ସୁଯୋଗ ନେଇ ଅନ୍ୟ ବିମାନ କମ୍ପାନୀ ମନଇଚ୍ଛା ବଢ଼ାଇ ଦେଇଛନ୍ତି ବିମାନ ଭଡ଼ା । ଯାହା ଉପରେ ରୋକ୍ ଲଗାଇବାକୁ ସର୍ବାଧିକ ଦର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର। ଏଥିସହ ବାତିଲ ହୋଇଥିବା ସବୁ ବିମାନର ଟିକେଟ୍ ଭଡ଼ା ଯାତ୍ରୀଙ୍କୁ ରବିବାର ସଂଧ୍ୟା ସୁଦ୍ଧା ଫେରସ୍ତ କରିବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories