|
logo
Live
Argus News App
GET APP

Argus News - ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ

National

Iran Israel war / ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ
Global War Tensions Rise 🌍

Key Points

ଇରାନକୁ ସମର୍ଥନ କରି ଇସ୍ରାଏଲ୍ ଉପରେ ଏକାଧିକ ଦେଶ ଆଟାକ୍ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସାରା ବିଶ୍ଵରେ ଭୟବର ବାତାବରଣ ଖେଳି ଯାଇଛି । କିନ୍ତୁ ଏବେଠୁ କଳ୍ପନା କରିବା ମୁସ୍କିଲ୍ ଯେ ଏହି ଆକ୍ରମଣ କେତେ ଶାଣିତ ଏବଂ ଭୟାନକ ହେବ ?
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭୟଙ୍କର ରୂପ ନେଉଛି । ପ୍ରଥମେ ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ ଇସ୍ରାଏଲ୍‌ର ୩୦ଟି ଠିକଣାରେ ଆକ୍ରମଣ ପରେ ରକ୍ତମୁଖା ହୋଇଛି ଇରାନ । ଇସ୍ରାଏଲ୍ ସହ ଆମେରିକାର ୭ଟି ସୈନ୍ୟ ଆଡ୍ଡା ଉପରେ ଇରାନ ଅତର୍କିତ ଆକ୍ରମଣ କରିଛି । କୁଏତ, ୟୁଏଇ, କତାର ଓ ବାହାରିନ ଉପରେ ଇରାନ କରିଛି ମିସାଇଲ୍ ମାଡ଼ ।

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଏବେ ସୁଦ୍ଧା ୮ଟି ଦେଶ ଟାଣି ହୋଇ ଗଲେଣି । ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ ମିସାଇଲ୍ ମାଡ଼ କରିଛି । ଲେବାନନ ଓ ହୁତି ଭଳି ଦେଶ ମଧ୍ୟ ଇରାନକୁ ସମର୍ଥନ କରି ଆକ୍ରମଣ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ନୂଆ ଯୁଦ୍ଧକୁ ଇରାନ ଇନ୍ଧନ; ଆମେରିକାର ୭ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ମାଡ଼

ଇରାନକୁ ସମର୍ଥନ କରି ଇସ୍ରାଏଲ୍ ଉପରେ ଏକାଧିକ ଦେଶ ଆଟାକ୍ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସାରା ବିଶ୍ଵରେ ଭୟବର ବାତାବରଣ ଖେଳି ଯାଇଛି । କିନ୍ତୁ ଏବେଠୁ କଳ୍ପନା କରିବା ମୁସ୍କିଲ୍ ଯେ ଏହି ଆକ୍ରମଣ କେତେ ଶାଣିତ ଏବଂ ଭୟାନକ ହେବ ? ଯାହାକୁ ନେଇ ସେୟାର ବଜାରରେ ନିବେଶ କରୁଥିବା ଲୋକ ବି ଡରିଲେଣି । ଆସନ୍ତୁ ଜାଣିବା ଯୁଦ୍ଧରେ ଭାରତର କେଉଁ କେଉଁ କ୍ଷେତ୍ର ପ୍ରଭାବିତ ହେବ ।...

ବଢ଼ିଯିବ ଅଶୋଧିତ ତୈଳ ଦାମ

ଇରାନ ଯୁଦ୍ଧକୁ ନେଇ ଭାରତ ସମେତ ଦୁନିଆ ବ୍ୟାପି ନିବେଶକ ଡରରେ ଅଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, "ଏହି ଯୁଦ୍ଧ ଫଳରେ ଅଶୋଧିତ ତୈଳ ଦାମ ବେଶ୍ ବଢ଼ିଯିବ । ଯାହାକି ଦରବୃଦ୍ଧିକୁ ଆହୁରି ବଢ଼ାଇବ । ଭାରତ ସହ ଏକାଧିକ ଦେଶ ଅଶୋଧିତ ତୈଳ ଆମଦାନୀ କରନ୍ତି । ଯୁଦ୍ଧ ଦ୍ଵାରା ମଧ୍ୟପ୍ରାଚ୍ୟରେ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଫଳରେ ଅଶୋଧିତ ତୈଳ ଦର ବଢ଼ିବ ।"

ଖସିପାରେ ସେୟାର୍ ବଜାର

ଯୁଦ୍ଧ ଏତେ ଭୀଷଣ ହେଲାଣି ଯେ ବିଶେଷଜ୍ଞ କହୁଛନ୍ତି, "ସୋମବାର ଭାରତ ସମେତ ଦୁନିଆବ୍ୟାପି ଅନ୍ୟ ଦେଶର ସେୟାର ବଜାର ଖସିବ । ତେବେ ସେୟାର ବଜାର କେତେ ଖସିବ ତାହା ନିବେଶକଙ୍କ ମାନସିକତା ଓ ବିକ୍ରିବଟା ଉପରେ ନିର୍ଭର କରେ । ଶୁକ୍ରବାର ଇରାନ ଯୁଦ୍ଧ ପୂର୍ବରୁ ଭାରତୀୟ ସେୟାର ବଜାରର ଏହାର ସଂକେତ ଦେଖିବାକୁ ମିଳିଛି । ସେନସେକ୍ସ ୯୬୧ ପଏଣ୍ଟ ଖସିଥିବା ବେଳେ ନିପ୍ଟି ୩୧୭ ପଏଣ୍ଟ ଖସି କାରବାର ବନ୍ଦ ରହିଛି ।"

ଏଥିସହ ପଢ଼ନ୍ତୁ: ପୁଣି ବଢ଼ିବ ସୁନା ଦର, ଯୁଦ୍ଧ ମଧ୍ୟରେ ୨୩ ହଜାର ଛୁଇଁବ ମୂଲ୍ୟ

ସୁନା ଓ ରୁପା ଉପରେ ପ୍ରଭାବ ?

ଯେବେ ଯେବେ ଦୁନିଆରେ ଯୁଦ୍ଧ କିମ୍ବା ଯୁଦ୍ଧ ସ୍ଥିତି ସୃଷ୍ଟି ହୁଏ, ସେତେବେଳେ ସୁନା-ରୁପା ଓ ତମ୍ବା ଭଳି ଧାତୁର ଦାମ ବଢ଼ିଯାଏ । ଏହି କ୍ରମଣରେ ଇରାନ ଯୁଦ୍ଧ ପାଇଁ ସୁନା ଓ ରୁପା ଦରରେ ବଡ଼ ବୃଦ୍ଧି ଆଶଙ୍କା କରାଯାଉଛି । ଶୁକ୍ରବାର କମୋଡିଟି ମାର୍କେଟ୍‌ରେ ୧୦ ଗ୍ରାମ ସୁନା ପ୍ରତି ଦର ୧ ଲକ୍ଷ ୬୧ ହଜାର ୯୭୧ ଟଙ୍କା ରହିଥିବା ବେଳେ ରୁପା କେଜି ୨ ଲକ୍ଷ ୭୪ ହଜାର ୩୮୯ ଟଙ୍କା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Israel war: ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ | Argus News