|
logo
Live
Argus News App
GET APP

Argus News - ନୂଆ ଯୁଦ୍ଧକୁ ଇରାନ ଇନ୍ଧନ; ଆମେରିକାର ୭ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ମାଡ଼

International

Iran Israel War / ନୂଆ ଯୁଦ୍ଧକୁ ଇରାନ ଇନ୍ଧନ; ଆମେରିକାର ୭ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ମାଡ଼

Sushanta Sahoo
Browse all articles by Sushanta Sahoo
·1 month ago·2 min read
ନୂଆ ଯୁଦ୍ଧକୁ ଇରାନ ଇନ୍ଧନ; ଆମେରିକାର ୭ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ମାଡ଼
Iran Strikes US Base

Key Points

ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ୭ଟି ସୈନ୍ୟ ଆଡ୍ଡା ଉପରେ ଆଟାକ୍ କରିଛି ଇରାନ । ଯାହା ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ଦ୍ଵାର ଖୋଲି ଦେଇଛି ।
ତେହରାନ: ଇସ୍ରାଏଲ୍ ପରେ ଆମେରିକା ବିରୋଧରେ ଇରାନ ଯୁଦ୍ଧ ଆରମ୍ଭ କରିଛି । ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ୭ଟି ସୈନ୍ୟ ଆଡ୍ଡା ଉପରେ ଆଟାକ୍ କରିଛି ଇରାନ । ଯାହା ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ଦ୍ଵାର ଖୋଲି ଦେଇଛି ।

ଆଖି ପାଉଥିବା ଆକାଶ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଉଠୁଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ସାଉଦି ଆରବ, କତାର, ୟୁଏଇ ପର୍ଯ୍ୟନ୍ତ ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ୭ଟି ଦେଶରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ ଆକ୍ରମଣ କରିଛି ।

ଏଥିସହ ପଢ଼ନ୍ତୁ: ଇରାନର ୩୦ଟି ସ୍ଥାନ ଉପରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣ

ତେହରାନ ଉପରେ ହୋଇଥିବା ଆକ୍ରମଣର ଜବାବରେ ପ୍ରତି ଆକ୍ରମଣ କରିଛି ଇରାନ । କତାର, ବାହରିନ, କୁଏତ, ସାଉଦି ଆରବ, ଜୋର୍ଡାନ ଓ ଆବୁଧାବି ଉପରେ ଇରାନ ଆକ୍ରମଣ କରିଛି । ପୂର୍ବରୁ ଇରାନର ଟାର୍ଗେଟ୍‌ରେ ଇସ୍ରାଏଲ୍‌ ରହିଥିବା ବେଳେ ପୁଣି ୭ ଦେଶ ଉପରେ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅସ୍ଥିର କରିଛି ।

ମଧ୍ୟପ୍ରାଚ୍ୟରେ ଆମେରିକାର ସୈନ୍ୟ ଆଡ୍ଡା ଥିବା ଦେଶ ଗୁଡ଼ିକୁ ଇରାନ ଟାର୍ଗେଟ୍ କରିଛି । ଆକ୍ରମଣର ଫଟୋ, ଭିଡିଓ ସମସ୍ତଙ୍କୁ ଭୟଭୀତ କରୁଛି । ଆମେରିକାର ସୈନ୍ୟ ଆଡ୍ଡା ଥିବା ୭ଟି ଦେଶ ଉପରେ ଇରାନ ମିସାଇଲ୍ ମାଡ଼ କରିଛି । ବାହାରିନ୍‌ର ସୂଚନା ଅନୁସାରେ, ଆଇଲାଣ୍ଡ କିଙ୍ଗଡମରେ ଥିବା ଆମେରିକା ନୌସେନାର ପଞ୍ଚମ ଫ୍ଲିଟ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି ।

ଏଥିସହ ପଢ଼ନ୍ତୁ: ତେହେରାନରେ ବଡ଼ ବିସ୍ଫୋରଣ: ସାଇରନ୍ ବାଜିଲା, ଇସ୍ରାଇଲ ହାଇ ଆଲର୍ଟ

ୟୁଏଇର ଆବୁ ଧାବି, କତାରର ଦୋହା ଏବଂ ସାଉଦି ଆରବର ରିୟାଧରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଏହି ଆକ୍ରମଣ ପରେ ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ପୁଣି ଆକ୍ରମଣ କରିଛନ୍ତି । କତାର ତାର ବାୟୁ ସୀମାକୁ ବନ୍ଦ କରି ଦେଇଛି ।

ଇରାନରେ ମୋବାଇଲ୍‍, ଇଣ୍ଟରନେଟ୍ ଠପ୍

ଆକ୍ରମଣ ପରେ ଇରାନରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କତାରର ଅଲ-ଉଦଈଦ ଏୟାରବେସରେ ଇରାନ ମିସାଇଲ୍ ମାଡ଼ କରିଛି । ମଧ୍ୟପ୍ରାଚ୍ୟରେ ଏହା ହେଉଛି ଆମେରିକାର ସବୁଠୁ ବଡ଼ ସୈନ୍ୟ ଆଡ୍ଡା । ଯେଉଁଠି ପ୍ରାୟ ୧୦ ହଜାରରୁ ଅଧିକ ଯବାନ ମୁତୟନ ଅଛନ୍ତି । ଏହା ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟାଳୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Israel War: ନୂଆ ଯୁଦ୍ଧକୁ ଇରାନ ଇନ୍ଧନ; ଆମେରିକାର ୭ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ମାଡ଼ | Argus News