ISIS Terror Plan Exposed / ISIS ଟାର୍ଗେଟରେ RSS ଲକ୍ଷ୍ନୌ ଅଫିସ୍ ଓ ଦିଲ୍ଲୀ, ଆକ୍ରମଣ ପାଇଁ କରିଥିଲେ ରେକି
·8 months ago·2 min read

Key Points
ISIS ଟାର୍ଗେଟରେ RSS ଲକ୍ଷ୍ନୌ ଅଫିସ୍ ଓ ଦିଲ୍ଲୀ । ଆକ୍ରମଣ ପାଇଁ କରିଥିଲେ ରେକି । ବଡ଼ ଖୁଲାସା କଲେ ଗୁଜରାଟ ATS ।
୯ ନଭେମ୍ବର ରବିବାର । ଗୁଜରାଟ ATS ଅଦାଲଜରୁ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ସବୁଠୁ ବଡ଼ କଥା ହେଉଛି ସେହି ୩ ଜଣ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIS ସର୍ମ୍ପକରେ ଥିଲେ । ଗୁଜରାଟ ATS ସୂତ୍ର ଅନୁଯାୟୀ, ISIS ଲକ୍ଷ୍ନୌ RSS କାର୍ଯ୍ୟାଳୟକୁ ଟାର୍ଗେଟ କରିଥିଲା ଏବଂ ଦିଲ୍ଲୀରେ ମଧ୍ୟ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିଲା ।
ଗତ ରବିବାର ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ATS) ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦର ଏବଂ ଅନ୍ୟ ଦୁଇଜଣ ପଶ୍ଚିମ ଉତ୍ତର ପ୍ରଦେଶର । ତେବେ ଗିରଫ ୩ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରି ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉତ୍ତର ପ୍ରଦେଶର ବାସିନ୍ଦା ଥିବା ଦୁଇ ଆତଙ୍କବାଦୀ ଲକ୍ଷ୍ନୌ RSS କାର୍ଯ୍ୟାଳୟ ଓ ଦିଲ୍ଲୀର ଆଜାଦପୁର ମଣ୍ଡିର ରେକି ମଧ୍ୟ କରିଥିଲେ ।
ତେବେ ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ମହମ୍ମଦ ସୁହେଲ, ଅହମ୍ମଦ ମୋହିଉଦ୍ଦିନ ସୟଦ ଏବଂ ଆଜାଦ ସୁଲେମାନ ଶେଖ । ସେମାନେ ଆକ୍ରମଣ ପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳ ବାଛିଥିଲେ ଏବଂ ରାଜସ୍ଥାନର ଏକ କବରସ୍ଥାନରେ ଅସ୍ତ୍ରଶସ୍ତ୍ର ଜମା କରି ରଖିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ୩୦ଟି କାର୍ଟ୍ରିଜ୍, ୪୦ ଲିଟର କାଷ୍ଟର ତେଲ ଏବଂ ଚାରୋଟି ବିଦେଶୀ ପିସ୍ତଲ ଜବତ କରାଯାଇଛି ।
ସେପଟେ ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠୋରଙ୍କ ସୂଚନା ଆଧାରରେ ପୋଲିସ ଚଢ଼ାଉ କରିଛି। ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା । ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି।
ଗତ ରବିବାର ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ATS) ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦର ଏବଂ ଅନ୍ୟ ଦୁଇଜଣ ପଶ୍ଚିମ ଉତ୍ତର ପ୍ରଦେଶର । ତେବେ ଗିରଫ ୩ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରି ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉତ୍ତର ପ୍ରଦେଶର ବାସିନ୍ଦା ଥିବା ଦୁଇ ଆତଙ୍କବାଦୀ ଲକ୍ଷ୍ନୌ RSS କାର୍ଯ୍ୟାଳୟ ଓ ଦିଲ୍ଲୀର ଆଜାଦପୁର ମଣ୍ଡିର ରେକି ମଧ୍ୟ କରିଥିଲେ ।
ଅଧିକ ପଢ଼ନ୍ତୁ: ଫରିଦାବାଦ ମେଡିକାଲ କଲେଜରୁ ୨ଟି AK-47 ଓ ବିସ୍ଫୋରକ ଜବତ
ଗୁଜୁରାଟ ATS ଉପମହାନିରୀକ୍ଷକ(DIG) ସୁନୀଲ ଯୋଶୀ କହିଛନ୍ତି ଯେ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଉତ୍ତର ପ୍ରଦେଶର । ସେମାନେ ଅସ୍ତ୍ରଶସ୍ତ୍ର ଆଦାନ ପ୍ରଦାନ ପାଇଁ ଗୁଜରାଟ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ପାକିସ୍ତାନରୁ ସେମାନଙ୍କର ହ୍ୟାଣ୍ଡଲର ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାନ୍ତି ।ତେବେ ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ମହମ୍ମଦ ସୁହେଲ, ଅହମ୍ମଦ ମୋହିଉଦ୍ଦିନ ସୟଦ ଏବଂ ଆଜାଦ ସୁଲେମାନ ଶେଖ । ସେମାନେ ଆକ୍ରମଣ ପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳ ବାଛିଥିଲେ ଏବଂ ରାଜସ୍ଥାନର ଏକ କବରସ୍ଥାନରେ ଅସ୍ତ୍ରଶସ୍ତ୍ର ଜମା କରି ରଖିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ୩୦ଟି କାର୍ଟ୍ରିଜ୍, ୪୦ ଲିଟର କାଷ୍ଟର ତେଲ ଏବଂ ଚାରୋଟି ବିଦେଶୀ ପିସ୍ତଲ ଜବତ କରାଯାଇଛି ।
ସେପଟେ ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠୋରଙ୍କ ସୂଚନା ଆଧାରରେ ପୋଲିସ ଚଢ଼ାଉ କରିଛି। ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା । ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories