Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

S Jaishankar UNGA Speech / ଜାତିସଂଘ ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର; କହିଲେ, ଆମ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ର

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଜାତିସଂଘ ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର; କହିଲେ, ଆମ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ର

Key Points

ପାକିସ୍ତାନ ଉପରେ ବର୍ଷିଲେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ପାକିସ୍ତାନ । ଆମ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ର।

ଜାତିସଂଘ ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସାଧାରଣ ପରିଷଦକୁ ସମ୍ବୋଧନ କରି କହିଲେ, ଆମ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ର । ପାକିସ୍ତାନରେ ଔଦ୍ୟୋଗିକ ଭାବେ ଚାଲେ ଆତଙ୍କବାଦ । ସାର୍ବଜନୀନ ଭାବେ ଆତଙ୍କବାଦୀଙ୍କର କରାଯାଏ ପ୍ରଶଂସା । ଆତଙ୍କବାଦର ପାଣ୍ଠି ବନ୍ଦ କରିବା ଅତ୍ୟନ୍ତ ଜରୁରୀ । ଜୟଶଙ୍କର କହିଥିଲେ, "ଆମେ ଆମର ଅଧିକାର ଦାବି କରିବା ସହିତ, ଆମକୁ ବିପଦର ଦୃଢ଼ ମୁକାବିଲା କରିବାକୁ ପଡିବ ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବା ଏକ ବିଶେଷ ପ୍ରାଥମିକତା ।"


ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଭାରତ ଆତଙ୍କବାଦ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଭାରତର ପଡ଼ୋଶୀ ଦେଶ ବିଶ୍ୱ ଆତଙ୍କବାଦର ଏକ କେନ୍ଦ୍ର ପାଲଟିଛି । ଦଶନ୍ଧି ଧରି, ବଡ଼ ବଡ଼ ଆନ୍ତର୍ଜାତୀୟ ଆତଙ୍କବାଦୀ ଆକ୍ରମଣର ପୃଷ୍ଠଭୂମି ସେହି ଦେଶରୁ ଆସିଛି । ଏହାର ଅନେକ ନାଗରିକଙ୍କୁ ଜାତିସଂଘ ଆତଙ୍କବାଦୀ ଭାବରେ ତାଲିକାଭୁକ୍ତ କରିଛି । ଏହାର ସଦ୍ୟତମ ଉଦାହରଣ ହେଉଛି ଚଳିତ ବର୍ଷ ଏପ୍ରିଲରେ ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା । ଭାରତ ନିଜ ଲୋକଙ୍କ ସୁରକ୍ଷା ପାଇଁ ନିଜର ଅଧିକାର ପ୍ରୟୋଗ କରିଛି ।


ଆତଙ୍କବାଦ ସାଧାରଣ ବିପଦ, ତେଣୁ ଆନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ ​​କରାଯିବା ଉଚିତ । ଯେତେବେଳେ ଏକ ଦେଶ ଖୋଲାଖୋଲି ଭାବରେ ଆତଙ୍କବାଦକୁ ଏକ ରାଷ୍ଟ୍ରନୀତି ଭାବରେ ଘୋଷଣା କରେ, ଯେତେବେଳେ ଆତଙ୍କବାଦୀମାନେ ବଡ଼ ବଡ଼ ଘୃଣ୍ୟ କାର୍ଯ୍ୟ କରନ୍ତି, ସେତେବେଳେ ଏପରି କାର୍ଯ୍ୟକୁ ସ୍ପଷ୍ଟ ଭାବରେ ନିନ୍ଦା କରାଯିବା ଉଚିତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଭାରତରେ କେବେ ଗଡ଼ିବ ବୁଲେଟ୍ ଟ୍ରେନ୍, ରେଳମନ୍ତ୍ରୀ ଦେଲେ ବଡ଼ ଅପଡେଟ୍...


ସେହିପରି ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ପରିଷଦର ୮୦ତମ ଅଧିବେଶନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଭାରତର ମତ ଉପସ୍ଥାପନ କରିଛନ୍ତି । ଜୟଶଙ୍କର ସୁରକ୍ଷା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟତାକୁ ବୃଦ୍ଧି କରିବା ଏବଂ ଏହାକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସ୍ଥାୟୀ ବିକାଶ, ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ ଏବଂ ଖାଦ୍ୟ ସୁରକ୍ଷା ଉପରେ ଭାରତର ପ୍ରାଥମିକତାକୁ ଉଲ୍ଲେଖ କରିଥିଲେ ।


ସେ କହିଛନ୍ତି "ସୁରକ୍ଷା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟତାକୁ ବିସ୍ତାର କରାଯିବା ଉଚିତ । ଏକ ସଂସ୍କାରିତ ପରିଷଦ ପ୍ରକୃତରେ ପ୍ରତିନିଧିତ୍ୱ କରିବା ଉଚିତ । ଭାରତ ଅଧିକ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ।" ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ UNGA କୁ ସମ୍ବୋଧିତ କରି ଭାରତ ଏବଂ ବ୍ରାଜିଲର ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ପ୍ରୟାସକୁ ସମର୍ଥନ କରିଥିଲେ । କହିଛନ୍ତି ଯେ ଉଭୟ ଦେଶ ସୁରକ୍ଷା ପରିଷଦର ବିସ୍ତାର ଏବଂ ସଂସ୍କାର ପାଇଁ ଦୃଢ଼ ଦାବିଦାର ।


Related Topics

Explore more stories

Sponsored
Jaishankar Slams Pakistan at UNGA, Calls It Terror Hub | Argus News