AI City / ଏହି ରାଜ୍ୟରେ ତିଆରି ହେଉଛି ଭାରତର ପ୍ରଥମ AI ସହର, ଜାଣନ୍ତୁ ଏଥିରେ କ'ଣ କ'ଣ ରହିବ ସୁବିଧା...
·8 months ago·2 min read

Key Points
ଭାରତରେ ତିଆରି ହେଉଛି AI ସିଟି । ଏଆଇ ଦ୍ବାରା ହେବ ସବୁ ପରିଚାଳିତ । ଜାଣନ୍ତୁ କ'ଣ କ'ଣ ସୁବିଧା ରହିବ ଏହି ସିଟିରେ ।
ସବୁ କ୍ଷେତ୍ରରେ ଏବେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ ବା AIର ବ୍ୟବହାର କରାଯାଉଛି । AI କାମକୁ ସହଜ ଓ ସରଳ ମଧ୍ୟ କରୁଛି । ତେବେ ଆପଣ କେବେ କଳ୍ପନା କରିଛନ୍ତି କି ଏମିତି ଏକ ସହର ହେବ ଯାହା ସମ୍ପୂର୍ଣ୍ଣ ଭାବେ AI ଦ୍ୱାରା ପରିଚାଳିତ ? ଏହି ସ୍ବପ୍ନକୁ ବାସ୍ତବରେ ପରିଣତ କରିବା ଦିଗରେ ଆଗକୁ ବଢ଼ୁଛି କେରଳ ।
ଶନିବାର ଶିଳ୍ପ ମନ୍ତ୍ରୀ ପି. ରାଜୀବ ଇନଫୋପାର୍କ ଫେଜ୍-୩ ଉନ୍ମୋଚନ କରିଛନ୍ତି । ଏହାକୁ ଭାରତର ପ୍ରଥମ AI-ନିୟନ୍ତ୍ରିତ ସହର ଭାବରେ ବିକଶିତ କରାଯାଉଛି । ଇନଫୋପାର୍କ ଫେଜ୍-୩ ସହର ଏମିତି ଭାବେ ବିକଶିତ କରାଯାଉଛି ଯେଉଁଠାରେ ସମସ୍ତ ଅତ୍ୟାବଶ୍ୟକ ସେବା AI ମାଧ୍ୟମରେ ପରିଚାଳିତ ହେବ ।
ଶିଳ୍ପ ମନ୍ତ୍ରୀ ପି. ରାଜୀବ କହିଛନ୍ତି, 'ଏହା ଏକ AI ସହର ହେବ, ଯେଉଁଠାରେ ସ୍ମାର୍ଟ ସୁବିଧା ଏବଂ ଭିତ୍ତିଭୂମି AI ସାହାଯ୍ୟରେ ପରିଚାଳିତ ହେବ'। ଏହି ସହରରେ ସିଟି ବ୍ରେନ୍ ନାମକ ଏକ ଅନନ୍ୟ ବ୍ୟବସ୍ଥା ରହିବ, ଯାହା ସହରର କେନ୍ଦ୍ର ହେବ । ଏହା ସେନ୍ସର ଏବଂ କ୍ୟାମେରାରୁ ସୂଚନା ସଂଗ୍ରହ କରିବ, ଏହାକୁ ବିଶ୍ଳେଷଣ କରିବ ଏବଂ ସହରକୁ ସୁଗମ ଭାବରେ ଚଳାଇବ। ସମୟ ସହିତ ଏହି ବ୍ୟବସ୍ଥାରେ ଉନ୍ନତି ହେବ ।
ଏହା ଭାରତର ପ୍ରଥମ AI-ନିୟନ୍ତ୍ରିତ ସହର ହେବ । ଯାହାକୁ ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କରାଯିବା ପାଇଁ ଯୋଜନା କରାଯାଇଛି । ଏହା ଏକ ସାଧାରଣ IT ପାର୍କଠାରୁ ଭିନ୍ନ ହେବ । କାରଣ ଏଥିରେ IT ସୁବିଧା ସହିତ ଆବାସିକ ଏବଂ ବ୍ୟବସାୟିକ କ୍ଷେତ୍ର ଅନ୍ତର୍ଭୁକ୍ତ ରହିବ । ସମସ୍ତ କାର୍ଯ୍ୟ AI ସାହାଯ୍ୟରେ ପରିଚାଳିତ ହେବ । ସହରରେ ଘର, ସ୍କୁଲ, ହସ୍ପିଟାଲ, ଏକ ଆମ୍ଫିଥିଏଟର ଏବଂ ବହୁସ୍ତରୀୟ ପାର୍କିଂ ଭଳି ସୁବିଧା ମଧ୍ୟ ରହିବ । ଏକ ଡିଜିଟାଲ୍ ପ୍ଲାଟଫର୍ମ ସମସ୍ତ ସେବାକୁ ନିୟନ୍ତ୍ରଣ କରିବ, ସମସ୍ୟାଗୁଡ଼ିକୁ ଶୀଘ୍ର ଚିହ୍ନଟ ଏବଂ ସମାଧାନ ମଧ୍ୟ ଏହି ଡିଜିଟିଲା ପ୍ଲାଟଫର୍ମ କରିବ ।
ତେବେ ସହରଟି ପରିବେଶ ଅନୁକୂଳ ଏବଂ କାର୍ବନ ନେଗେଟିଭ୍ ହେବ । ପରିବହନ, ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷାଜଳ ଅମଳ ଏବଂ ଜଳ ପୁନଃବ୍ୟବହାର ପରିଚାଳନା ପାଇଁ AI ବ୍ୟବହାର କରାଯିବ । ଏହା ସହିତ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । AI ପ୍ରଯୁକ୍ତିବିଦ୍ୟା ସହର ପାଇଁ ଦୀର୍ଘକାଳୀନ ଯୋଜନାରେ ମଧ୍ୟ ସାହାଯ୍ୟ କରିବ ।
ଏହି ପ୍ରକଳ୍ପର ଲକ୍ଷ୍ୟ ବିଶ୍ୱସ୍ତରୀୟ ଟେକ୍ କମ୍ପାନୀଗୁଡ଼ିକୁ କେରଳକୁ ଆକର୍ଷିତ କରିବା । ଅନେକ ପ୍ରମୁଖ କମ୍ପାନୀ ସହରରେ ସେମାନଙ୍କର ଗ୍ଲୋବାଲ୍ କ୍ଷମତା କେନ୍ଦ୍ର ଖୋଲିପାରନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କା ନିବେଶ ହେବ । ଯାହା ୨ ଲକ୍ଷ ପ୍ରତ୍ୟକ୍ଷ ଓ ୬ ଲକ୍ଷ ପରୋଧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତେବେ ଏହା କେରଳ ସହ ସମଗ୍ର ଭାରତର ଅର୍ଥନୀତି ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆତ୍ମନିର୍ଭର ମହିଳାଙ୍କୁ ମିଳିବ ନାହିଁ ଭରଣପୋଷଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: