Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Wedding Video / ବିବାହର ୨ ଘଣ୍ଟା ପୂର୍ବରୁ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବାର ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·7 months ago·3 min read
ବିବାହର ୨ ଘଣ୍ଟା ପୂର୍ବରୁ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବାର ଭିଡିଓ ଭାଇରାଲ
india

Key Points

ବେଦୀକୁ ଯିବା ପୂର୍ବରୁ କନିଆଁ ଛୁ
ପୂର୍ବତନ ପ୍ରେମିକ କଥା ମନେପଡ଼ିଲା
ଶେଷ ଥର କଥା ହେବାକୁ ନେଲେ ବଡ଼ ରିସ୍କ
ସୋସିଆଲ ମିଡିଆରେ ଆସୁଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଜୋରସେ ଭାଇରାଲ ହେଉଛି। ଜଣେ ମହିଳା ତାଙ୍କ ବିବାହର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଭେଟିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ଇମୋସନାଲ କ୍ଲିପ୍ ଅନଲାଇନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ଅନେକ ବ୍ୟବହାରକାରୀ ବିବାହ ପୂର୍ବରୁ ବିଶ୍ବସ୍ତ ଏବଂ ସମ୍ପର୍କର ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। କେହି କେହି କହିଛନ୍ତି ଏଭଳି ଭିଡିଓ ଦେଖିବାପରେ ବିବାହ ଉପରୁ ଆମର ବିଶ୍ବାସ ଭାଙ୍ଗି ଯାଉଛି। 



ଭାଇରାଲ ଭିଡିଓରେ, ମହିଳା ଜଣକ ତାଙ୍କ ସବୁଠାରୁ ଭଲ ବନ୍ଧୁଙ୍କ ସହ ଏକ କାରରେ ବସି ଯାଉଥିବାର ଦେଖାଯାଉଛି। ଆଉ କିଛି ସମୟ ପରେ ବିବାହ ଥିବାବେଳେ ତାଙ୍କୁ ଲେହେଙ୍ଗା, ଚୁଡା ପିନ୍ଧିଥିବା ଦେଖାଯାଇଛି। ଝିଅ ଜଣକ ଚିନ୍ତିତ ଦେଖାଯାଉଛନ୍ତି। ତାଙ୍କ ବନ୍ଧୁ କ୍ୟାମେରା ଆଗରେ ବୁଝାଉଛନ୍ତି ଯେ ସେମାନେ ବିବାହ କରିବା ପୂର୍ବରୁ ମହିଳାଙ୍କ ପୂର୍ବତନ ପ୍ରେମିକଙ୍କୁ ଶେଷ ଥର ପାଇଁ ଭେଟିବାକୁ ଯାଉଛନ୍ତି। ଏହି ସାକ୍ଷାତ ତାଙ୍କ ଜୀବନର ନୂତନ ଅଧ୍ୟାୟ ପୂର୍ବରୁ ପ୍ରେମିକଙ୍କ ଠାରୁ ଶେଷ ବିଦାୟ ବୋଲି ବନ୍ଧୁଙ୍କ ସହ ଝିଅ ଜଣକ କଥା ହେଉଛନ୍ତି। ଝିଅ ତା' ସାଙ୍ଗକୁ କହୁଛି ମୁଁ ତୋ ଋଣ କେବେ ସୁଝି ପାରିବିନି। ଆଉ ମୁଁ ଦେଖା କରି ସାଙ୍ଗେ ସାଙ୍ଗେ ଚାଲି ଆସିବି। 

ଗାଡ଼ି ଅଟକିବା ମାତ୍ରେ, ମହିଳା ଜଣକ ବାହାରକୁ ଆସି ତାଙ୍କ ପୂର୍ବତନ ପ୍ରେମିକଙ୍କ ପାଖକୁ ଗଲେ। ଦୂରରୁ, ଦୁଇଜଣ ଅତୀତ ବିଷୟରେ ବହୁ କଥା ହୋଇଥିବେ। ଆଉ ଝିଅଟି ଶେଷ ବିଦାୟ ନେଇଥିବ। ଆଉ କହିଥିବ ମୋତେ ଭୂଲିଯିବ। ତୁମେ ନୂଆ ଭାବେ ଜୀବନ ଆରମ୍ଭ କରିବ। ମୁଁ ଆଉ ତୁମକୁ ଆଜି ଠୁ ଦେଖା କରିବିନି।  ଏହାର କିଛି ମୁହୂର୍ତ୍ତ ପରେ, ମହିଳା ଏବଂ ତାଙ୍କ ପୂର୍ବତନ ପ୍ରେମିକ ବିଚ୍ଛେଦ ହେବା ପୂର୍ବରୁ ଏକ ଆଲିଙ୍ଗନ ଦୁହେଁ ଦୁହିଁଙ୍କୁ କରିଥିଲେ। ଏହା ତାଙ୍କ ଲାଇଫରେ ଏକ ନୂଆ ଅଧ୍ୟାୟ ଆରମ୍ଭ ପୂର୍ବରୁ ଭଲ ପାଇବାକୁ ଶେଷ ଥର ଭେଟିବାକୁ ଯାଇଥିଲେ।

ଏହାସହ ପଢ଼ନ୍ତୁ: ରାଜସ୍ଥାନର ସମ୍ଭର ଲବଣ ହ୍ରଦ ହଠାତ୍‌ ଗୋଲାପୀ ରଙ୍ଗ ହୋଇଗଲା...ଦେଖନ୍ତୁ ଆପଣଙ୍କ ହୃଦୟକୁ ବି ନିଶ୍ଚିତ ଛୁଇଁବ


ଗାଡ଼ି ପାଖକୁ ଫେରିବା ପରେ, ମହିଳା ଜଣକ କାନ୍ଦି କାନ୍ଦି ଏବଂ ଥରି ଉଠିଥିବା ପରି ଦେଖାଯାଉଛି। ତାଙ୍କ ବନ୍ଧୁ ତାଙ୍କୁ ପଚାରୁଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଚାହାଁନ୍ତି କି ଏବଂ ତାଙ୍କ ପୂର୍ବ ସାଥୀଙ୍କୁ ବିବାହ କରିବାକୁ ଚାହାଁନ୍ତି କି? ସେ କୌଣସି ଉତ୍ତର ନ ଦେଇ, ମହିଳା ଜଣକ ତାଙ୍କ ବନ୍ଧୁଙ୍କୁ ଗାଡ଼ି ଷ୍ଟାର୍ଟ କରି ଚାଲିଯିବାକୁ ଅନୁରୋଧ କରିଛନ୍ତି। ଆଉ ସେହି ସ୍ଥାନରୁ ଚାଲିଯାଇଛନ୍ତି ପ୍ରତିଶ୍ରୁତି ମୁତାବକ। କିନ୍ତୁ ଯେଉଁ ବନ୍ଧୁଙ୍କୁ ବିଶ୍ବାସ କରିଥିଲେ ସେ ହିଁ ଶେଷରେ ଭିଡିଓ ଭାଇରାଲ କରିଦେଲେ।

ଏହି ଭିଡିଓଟି ନେଟିଜେନମାନଙ୍କୁ ତୀବ୍ର ଭାବରେ ବିରକ୍ତ କରିଛି। କିଛି ବ୍ୟବହାରକାରୀ ଏହି କାର୍ଯ୍ୟକୁ ସମାଲୋଚନା କରି ପ୍ରଶ୍ନ ଉଠାଇଥିଲେ ଯେ, ଘର ଲୋକ କଣ ଜବରଦସ୍ତି ବିବାହ କରାଉଛନ୍ତି। ଝିଅ ଶେଷ ପର୍ଯ୍ୟନ୍ତ ଘରେ ବୁଝାଇବା କଥା ଥିଲା। ବେଦୀକୁ ଯିବା ପୂର୍ବରୁ ଜଣେ ମଙ୍ଗୁଳା ଝିଅ ଯଦି ଏତେ ବାଟ ଆସିପାରୁଛି। ତେବେ ଯାହାକୁ ଭଲ ପାଉଛି ଘର ଲୋକଙ୍କ ବିପକ୍ଷରେ ଯାଇ ବିବାହ ମଧ୍ୟ କରିପାରିଥାନ୍ତି। କିନ୍ତୁ ଏମିତି ତିନୋଟି ଜୀବନ ବର୍ବାଦ ହୋଇଯିବ। ତେବେ ଆଜିକାଲି କଣ କାହାକୁ ବିଶ୍ବାସ କରିହେବନି।  ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ମୁଁ ତାଙ୍କ ସ୍ୱାମୀଙ୍କ ପାଇଁ ଦୁଃଖିତ। ଯେ ଏହି ବିଷୟରେ କିଛି ଜାଣି ନାହାନ୍ତି। ଏଭଳି କିଛି ଝିଅ ବିବାହ କରିସାରିବାପରେ ପୂର୍ବତନ ପ୍ରେମିକଙ୍କୁ ଭୁଲି ପାରୁ ନାହାନ୍ତି। ଶେଷରେ ପରିଣାମ ସ୍ବାମୀର ଯୋଜନାବଦ୍ଧ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ନିକଟ ଅତୀତରେ ଏଭଳି ଭୟଙ୍କର ଘଟଣା ମଧ୍ୟ ଘଟିଛି। ଯାହା ଏବେି ମନେ ପଡ଼ିଲେ ଡର ଲାଗେ। ମିରଟର ନୀଳ ଡ୍ରମ ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ପ୍ରେମିକ ପାଇଁ ସ୍ବାମୀକୁ ହତ୍ୟା କରିଥିଲେ ସ୍ତ୍ରୀ ମୁସ୍କାନ ରସ୍ତୋଗୀ।

ଏହାସହ ପଢ଼ନ୍ତୁ: ମାତ୍ର ୨୧ମାସ ବୟସରେ, ରତ୍ନଗିରିର ବେଦ ସରଫାରେ ହେଲେ ସର୍ବକନିଷ୍ଠ ସନ୍ତରଣକାରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଲେ ପ୍ରବେଶ


ଅନେକ ବ୍ୟବହାରକାରୀ ଭିଡିଓକୁ ସ୍କ୍ରିପ୍ଟଡ୍ ବୋଲି ଦର୍ଶାଇଛନ୍ତି ଏବଂ ଦାବି କରିଛନ୍ତି ଯେ ଏହା ସୋସିଆଲ ମିଡିଆର ଆକର୍ଷଣ ହାସଲ କରିବା ପାଇଁ ତିଆରି କରାଯାଇଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "କି ମୂର୍ଖତା, ଏହା କଣ ଫାର୍ସ ଚାଲିଛି। ସେ ତାଙ୍କ ଶ୍ୱଶୁର ଘର ଏବଂ ସ୍ୱାମୀଙ୍କୁ କିପରି ସାମ୍ନା କରିବେ? ଏକ ସ୍କ୍ରିପ୍ଟଡ୍ କାହାଣୀର କି ମଜା।" ଆଉ ଜଣେ ୟୁଜର୍ସ ଲେଖିଛନ୍ତି ରିଲ ପାଇଁ ଲୋକେ କିଛି ବି କରୁଛନ୍ତି।

ଏହି ଭିଡିଓଟି ପ୍ରଥମେ @chalte_phirte098 ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। କୁହାଯାଉଛି ଯେ ଭିଡିଓଟି ସ୍କ୍ରିପ୍ଟ କରାଯାଇଥିଲା ଏବଂ ଏକ ମନୋରଞ୍ଜନ ବିଷୟବସ୍ତୁ ଭାବରେ ତିଆରି କରାଯାଇଥିଲା, କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ 57 ନିୟୁତରୁ ଅଧିକ ଭ୍ୟୁ ଏବଂ 2 ନିୟୁତ ଲାଇକ୍ ମିଳିସାରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bride Meets Ex-Boyfriend 2 Hours Before Wedding, Video Goes Viral | Argus News