Lionel Messi Kolkata / ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଖଣ୍ଡଯୁଦ୍ଧ, ଫିଙ୍ଗିଲେ ବୋତଲ ଓ ଚେୟାର...କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
·7 months ago·3 min read

Key Points
ସଲ୍ଟ ଲେକ୍ ଷ୍ଟାଡିୟମ ବିଭ୍ରାଟ; ମେସିଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା
ମେସି ଓ ତାଙ୍କ ହଜାର ହଜାର ସମର୍ଥକଙ୍କୁ ‘ଏକ୍ସ’ରେ କ୍ଷମା ମାଗିଲେ
ଷ୍ଟାଡିୟମରେ ବିଶୃଙ୍ଖଳା ପାଇଁ ତଦନ୍ତ କମିଟି ଗଠନ କରିଛି ଜଣାଇଲେ

ଷ୍ଟାର ଫୁଟବଲର ଲିଓନାଲ ମେସିଙ୍କୁ ଦେଖିବାକୁ ପ୍ରବଳ ହଙ୍ଗାମା । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ଏକ ଝଲକ ଦେଖିବା ପାଇଁ ହଜାର ହଜାର ଫୁଟବଲ ପ୍ରେମୀ ଏକାଠି ହୋଇଥିଲେ । କିନ୍ତୁ ମେସିଙ୍କୁ ଦେଖିପାରିନଥିଲେ । ଯାହାଫଳରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକେ ସେଠାରେ ହଙ୍ଗାମା କରିଛନ୍ତି । ମେସିଙ୍କର ଟିକେ ଝଲକ ନ ମିଳିବାରୁ ପ୍ରଶଂସକମାନେ ଷ୍ଟାଣ୍ଡରୁ ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଦେଲେ । ପରିସ୍ଥିତି ବିଗିଡ଼ିବା ପରେ ଲିଓନେଲ୍ ମେସିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସଲ୍ଟ ଲେକ୍ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା ।
"୧୨,୦୦୦ ଟଙ୍କା ମୂଲ୍ୟର ଟିକେଟ୍ କିଣିଥିଲି, ତାଙ୍କ ମୁହଁ ଦେଖିବାକୁ ମଧ୍ୟ ପାଇଲି ନାହିଁ"
ଜଣେ ମେସି ପ୍ରଶଂସକ କ୍ରୋଧର ସହିତ କହିଥିଲେ, "ମେସି କେବଳ ରାଜନେତା ଏବଂ ଅଭିନେତାଙ୍କ ଦ୍ୱାରା ଘେରି ରହିଥିଲେ । ଆମକୁ କାହିଁକି ନିମନ୍ତ୍ରଣ କରାଯାଇଥିଲା ? ଆମେ ୧୨,୦୦୦ ଟଙ୍କା ଦେଇ ଟିକେଟ୍ କିଣିଥିଲୁ, କିନ୍ତୁ ତାଙ୍କ ମୁହଁ ଟିକେ ମଧ୍ୟ ଦେଖିପାରିଲୁ ନାହିଁ''।
ସେ କେବଳ ୧୦ ମିନିଟ୍ ପାଇଁ ଆସିଥିଲେ, ଫୁଟବଲ୍ ମଧ୍ୟ ଖେଳି ନଥିଲେ
ଆଉ ଜଣେ ପ୍ରଶଂସକ କହିଥିଲେ, "ଏହା ଏକ ସମ୍ପୂର୍ଣ୍ଣ ଖରାପ ଆୟୋଜନ ଥିଲା । ମେସି ମାତ୍ର ୧୦ ମିନିଟ୍ ପାଇଁ ଷ୍ଟାଡିୟମକୁ ଆସିଥିଲେ । ସେ ଏକ କିକ୍ ମଧ୍ୟ ମାରି ନଥିଲେ କିମ୍ବା ପେନାଲ୍ଟି ମଧ୍ୟ ନେଇ ନଥିଲେ। ଆମର ଟଙ୍କା, ଭାବପ୍ରବଣତା ଏବଂ ସମୟ ସବୁ ନଷ୍ଟ ହୋଇଥିଲା।" ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ ମେସିଙ୍କ ପାଖରେ କେବଳ ରାଜନେତା ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ସାଧାରଣ ଦର୍ଶକଙ୍କୁ ମେସିଙ୍କଠାରୁ ଦୂରେଇ ରଖାଯାଇଥିଲା । ଏହି କାରଣରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଲୋକ ତାଙ୍କୁ ଠିକ୍ ଭାବେ ଦେଖିପାରି ନଥିଲେ ।
ଶାହରୁଖ ଖାନଙ୍କୁ ଆଣିବା ପାଇଁ ଏକ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା
କ୍ରୋଧିତ ପ୍ରଶଂସକମାନେ ଏହା ମଧ୍ୟ କହିଥିଲେ ଯେ ଆୟୋଜକମାନେ ଶାହରୁଖ ଖାନଙ୍କ ଉପସ୍ଥିତି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେହି ପ୍ରତିଶ୍ରୁତି ପୂରଣ ହୋଇନଥିଲା । ମେସିଙ୍କ ସହ ଷ୍ଟାଡିୟମକୁ ଶାହାରୁଖ ଖାନ୍ ଆସିନଥିଲେ ।
ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା
ସଲ୍ଟ ଲେକ୍ ଷ୍ଟାଡିୟମରେ ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଷ୍ଟାଡିୟମରେ ଦେଖାଦେଇଥିବା ବିଶୃଙ୍ଖଳା ଏବଂ ଅବ୍ୟବସ୍ଥା ଫଳରେ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରିବାକୁ ପଡ଼ିଲା । ଏମିତିକି ମେସି ଅନେକ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ମଧ୍ୟ ସାକ୍ଷାତ କରିପାରିନଥିଲେ । ବିଶୃଙ୍ଖଳ ପରିସ୍ଥିତି ଯୋଗୁଁ ଷ୍ଟାଡିୟମରେ ଉପସ୍ଥିତ ଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିପାରିଲେ ନାହିଁ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କଲେ
ସଲ୍ଟ ଲେକ୍ ଷ୍ଟାଡିୟମରେ ଅବ୍ୟବସ୍ଥା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଲେଖିଛନ୍ତି, "ଏହି ତ୍ରୁଟିପୂର୍ଣ୍ଣ ପରିଚାଳନା ଘଟଣାରେ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସିଙ୍କ ସମେତ ସମସ୍ତ କ୍ରୀଡ଼ା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ମୁଁ ଅବସରପ୍ରାପ୍ତ ଜଷ୍ଟିସ୍ ଆଶିଷ କୁମାର ରାୟଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରୁଛି, ଯେଉଁଥିରେ ଗୃହ ଏବଂ ହିଲ୍ ବ୍ୟାପାର ବିଭାଗର ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ରହିବେ । ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ । ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ପରାମର୍ଶ ଦେବ । ପୁଣି ଥରେ, ମୁଁ ସମସ୍ତ କ୍ରୀଡ଼ା ପ୍ରେମୀଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି ।"

I am deeply disturbed and shocked by the mismanagement witnessed today at Salt Lake Stadium. I was on my way to the stadium to attend the event along with thousands of sports lovers and fans who had gathered to catch a glimpse of their favourite footballer, Lionel Messi.
— Mamata Banerjee (@MamataOfficial) December 13, 2025
I…
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କଲେ
ସଲ୍ଟ ଲେକ୍ ଷ୍ଟାଡିୟମରେ ଅବ୍ୟବସ୍ଥା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଲେଖିଛନ୍ତି, "ଏହି ତ୍ରୁଟିପୂର୍ଣ୍ଣ ପରିଚାଳନା ଘଟଣାରେ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ। ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସିଙ୍କ ସମେତ ସମସ୍ତ କ୍ରୀଡ଼ା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ମୁଁ ଅବସରପ୍ରାପ୍ତ ଜଷ୍ଟିସ୍ ଆଶିଷ କୁମାର ରାୟଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରୁଛି, ଯେଉଁଥିରେ ଗୃହ ଏବଂ ହିଲ୍ ବ୍ୟାପାର ବିଭାଗର ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ରହିବେ । ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ । ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ପରାମର୍ଶ ଦେବ । ପୁଣି ଥରେ, ମୁଁ ସମସ୍ତ କ୍ରୀଡ଼ା ପ୍ରେମୀଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories