Wildlife Safety on Highways / ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ NH-45ରେ ହାଇଟେକ୍ ବ୍ୟବସ୍ଥା, ଆପେ ଆପେ କମିଯିବ ଗାଡ଼ିର ଗତି
·6 months ago·3 min read

Key Points
NH-45ରେ ନୂଆ ଟେକ୍ନୋଲୋଜି
ଗାଡ଼ି ଚାଲିଲେ ଆପେ ଆପେ କମିବ ଗତି
ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ରାସ୍ତା
ଗାଡ଼ି ଚାଲିଲେ ଆପେ ଆପେ କମିବ ଗତି
ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ରାସ୍ତା
ଭୋପାଳରୁ ଜବଲପୁର ପର୍ଯ୍ୟନ୍ତ ଯାଇଥିବା ୪୫ ନମ୍ବର ଜାତୀୟ ରାଜପଥରେ ପ୍ରଥମ ଥର ପାଇଁ ଏକ ପରୀକ୍ଷଣ ଆରମ୍ଭ ହୋଇଛି । ତେବେ ଏହି ପରୀକ୍ଷଣ କେବଳ ସଡ଼କ ସୁରକ୍ଷାକୁ ଉନ୍ନତ କରିବ ନାହିଁ ବରଂ ବନ୍ୟପ୍ରାଣୀଙ୍କୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିବ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏହି ରାଜପଥକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଚାଳକମାନେ ଆଗୁଆ ସତର୍କ ହେବେ ଏବଂ କୌଣସି ସ୍ପିଡ୍ ବ୍ରେକର ବିନା ସ୍ୱୟଂଚାଳିତ ଭାବରେ ଗାଡ଼ିର ଗତି ହ୍ରାସ କରିପାରିବେ ।
ଏହି ପରୀକ୍ଷଣ ବିଶେଷ ଭାବରେ ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ସଂରକ୍ଷଣ ଦେଇ ଯାଇଥିବା ଅଂଶରେ କରାଯାଇଛି । ଏହା ପୂର୍ବରୁ ନୌରାଦେହି ଅଭୟାରଣ୍ୟ ଭାବରେ ଜଣାଶୁଣା ଥିଲା। ଏହି ଅଞ୍ଚଳ ମଧ୍ୟପ୍ରଦେଶର ସର୍ବବୃହତ ବନ୍ୟପ୍ରାଣୀ ସଂରକ୍ଷଣ । ଏହି ଅଞ୍ଚଳରେ ବାଘ, ଚିତାବାଘ, ହରିଣ ଏବଂ ୧୫୦ରୁ ଅଧିକ ପ୍ରଜାତିର ପଶୁପକ୍ଷୀ ଏଠାରେ ଦେଖିବାକୁ ମିଳେ । ଏହା ବ୍ୟତୀତ କୁନୋ ଏବଂ ଗାନ୍ଧୀ ସାଗର ପରେ ଏହି ଅଞ୍ଚଳକୁ ଚିତାବାଘ ପାଇଁ ତୃତୀୟ ସମ୍ଭାବ୍ୟ ବାସସ୍ଥାନ ଭାବରେ ବିବେଚନା କରାଯାଏ ।
ଦ୍ରୁତ ଗତିରେ ଯାନବାହନ ଯୋଗୁଁ ଏହି ଅଞ୍ଚଳର ବନ୍ୟପ୍ରାଣୀ ନିୟମିତ ଭାବରେ ସଡ଼କ ଦୁର୍ଘଟଣାର ବିପଦରେ ରହିଛନ୍ତି। ଏହି କାରଣରୁ NHAI ଏଠାରେ ଏହି ହାଇଟେକ୍ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି ।
ଜାତୀୟ ରାଜପଥର ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଧଳା ଲାଇନ୍ ରହିଛି । ଆଉ ମଧ୍ୟଭାଗରେ ଟେବୁଲ-ଟପ୍ ଲାଲ୍ ଚିହ୍ନର ପଟି ରହିଛି । ଏହି ଲାଲ୍ ପଟି ରାସ୍ତାଠାରୁ ପ୍ରାୟ ୫ ମିଲିମିଟର ଉଚ୍ଚରେ ରହିଛି । ଯେତେବେଳେ କୌଣସି ଯାନ ଏହି ଲାଲ୍ ରଙ୍ଗରେ ହୋଇଥିବା ଅଂଶ ଦେଇ ଯାଏ, ଡ୍ରାଇଭରମାନେ ତୁରନ୍ତ ଏକ ଭିନ୍ନ ଅନୁଭବ ଅନୁଭବ କରନ୍ତି । ଯାହା ସେମାନଙ୍କୁ ଗତି କମାଇବାକୁ ପ୍ରେରଣା ଦିଏ। ଏହା ଏକ ସ୍ପିଡ୍ ବ୍ରେକର୍ ନୁହେଁ ବରଂ ଏକ "ସ୍ପିଡ୍ ମ୍ୟାନେଜର" ଭାବରେ କାର୍ଯ୍ୟ କରେ। ଲାଲ ରଙ୍ଗ ଦୂରରୁ ଡ୍ରାଇଭରମାନଙ୍କୁ ସତର୍କ କରେ ଯେ ଏକ ସମ୍ବେଦନଶୀଳ ଅଞ୍ଚଳ ସାମ୍ନାରେ ଅଛି ।
ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଗତିବିଧି ସୁନିଶ୍ଚିତ କରିବା ପାଇଁ ୧୧.୯ କିଲୋମିଟର ରାସ୍ତାରେ ମୋଟ୍ ୨୫ଟି ଅଣ୍ଡରପାସ୍ ନିର୍ମାଣ କରାଯାଇଛି। ପଶୁମାନଙ୍କୁ ରାସ୍ତା ପାର ହେବାରୁ ରୋକିବା ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ଚେନ୍-ଲିଙ୍କ୍ ବାଡ଼ ଲଗାଯାଇଛି। ଗତି ନିରୀକ୍ଷଣ ପାଇଁ ସ୍ପିଡ୍ ଡିଟେକ୍ଟର ମଧ୍ୟ ଲଗାଯାଇଛି।
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ ୧୨୨.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ମାତ୍ର ୨ କିଲୋମିଟରର ଲାଲ୍ ପଟି ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । NHAI ପ୍ରକଳ୍ପ ନିର୍ଦ୍ଦେଶକ ଅମୃତଲାଲ ସାହୁଙ୍କ ଅନୁଯାୟୀ, ଏହା ଏକ ପାଇଲଟ୍ ପ୍ରୋଜେକ୍ଟ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଡ୍ରାଇଭରମାନେ ଏହି ଷ୍ଟ୍ରେଚ୍ରେ ଗତି ହ୍ରାସ କରୁଛନ୍ତି । ଏବେ ଦୁର୍ଘଟଣା ହ୍ରାସ ମୂଲ୍ୟାଙ୍କନ କରାଯିବ । ଲାଲ ରଙ୍ଗର ସ୍ଥାୟୀତ୍ୱ ତିନୋଟି ଋତୁରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।
ଯଦି ଏହି ପରୀକ୍ଷଣର ଫଳାଫଳ ସକାରାତ୍ମକ ହୁଏ ତେବେ ମଧ୍ୟପ୍ରଦେଶର ବ୍ୟାଘ୍ର ସଂରକ୍ଷଣ ଏବଂ ଅଭୟାରଣ୍ୟ ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥରେ ଏହି ମଡେଲ୍ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା କେବଳ ସଡ଼କ ଦୁର୍ଘଟଣା ହ୍ରାସ କରିବ ନାହିଁ ବରଂ ବନ୍ୟପ୍ରାଣୀଙ୍କୁ ମଧ୍ୟ ସୁରକ୍ଷା ଦେବ ।

Protecting our wildlife is not just a responsibility but a sacred duty that defines the #HeartofIndia.
— Madhya Pradesh Tourism (@MPTourism) December 12, 2025
To strengthen this wildlife-protection commitment, #MadhyaPradesh now has India’s first table top red marking on a national highway.
As part of an 11.9 km highway expansion… pic.twitter.com/iT7CVGU2lB
ଜାତୀୟ ରାଜପଥର ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଧଳା ଲାଇନ୍ ରହିଛି । ଆଉ ମଧ୍ୟଭାଗରେ ଟେବୁଲ-ଟପ୍ ଲାଲ୍ ଚିହ୍ନର ପଟି ରହିଛି । ଏହି ଲାଲ୍ ପଟି ରାସ୍ତାଠାରୁ ପ୍ରାୟ ୫ ମିଲିମିଟର ଉଚ୍ଚରେ ରହିଛି । ଯେତେବେଳେ କୌଣସି ଯାନ ଏହି ଲାଲ୍ ରଙ୍ଗରେ ହୋଇଥିବା ଅଂଶ ଦେଇ ଯାଏ, ଡ୍ରାଇଭରମାନେ ତୁରନ୍ତ ଏକ ଭିନ୍ନ ଅନୁଭବ ଅନୁଭବ କରନ୍ତି । ଯାହା ସେମାନଙ୍କୁ ଗତି କମାଇବାକୁ ପ୍ରେରଣା ଦିଏ। ଏହା ଏକ ସ୍ପିଡ୍ ବ୍ରେକର୍ ନୁହେଁ ବରଂ ଏକ "ସ୍ପିଡ୍ ମ୍ୟାନେଜର" ଭାବରେ କାର୍ଯ୍ୟ କରେ। ଲାଲ ରଙ୍ଗ ଦୂରରୁ ଡ୍ରାଇଭରମାନଙ୍କୁ ସତର୍କ କରେ ଯେ ଏକ ସମ୍ବେଦନଶୀଳ ଅଞ୍ଚଳ ସାମ୍ନାରେ ଅଛି ।
ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଗତିବିଧି ସୁନିଶ୍ଚିତ କରିବା ପାଇଁ ୧୧.୯ କିଲୋମିଟର ରାସ୍ତାରେ ମୋଟ୍ ୨୫ଟି ଅଣ୍ଡରପାସ୍ ନିର୍ମାଣ କରାଯାଇଛି। ପଶୁମାନଙ୍କୁ ରାସ୍ତା ପାର ହେବାରୁ ରୋକିବା ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ଚେନ୍-ଲିଙ୍କ୍ ବାଡ଼ ଲଗାଯାଇଛି। ଗତି ନିରୀକ୍ଷଣ ପାଇଁ ସ୍ପିଡ୍ ଡିଟେକ୍ଟର ମଧ୍ୟ ଲଗାଯାଇଛି।
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ ୧୨୨.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ମାତ୍ର ୨ କିଲୋମିଟରର ଲାଲ୍ ପଟି ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । NHAI ପ୍ରକଳ୍ପ ନିର୍ଦ୍ଦେଶକ ଅମୃତଲାଲ ସାହୁଙ୍କ ଅନୁଯାୟୀ, ଏହା ଏକ ପାଇଲଟ୍ ପ୍ରୋଜେକ୍ଟ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଡ୍ରାଇଭରମାନେ ଏହି ଷ୍ଟ୍ରେଚ୍ରେ ଗତି ହ୍ରାସ କରୁଛନ୍ତି । ଏବେ ଦୁର୍ଘଟଣା ହ୍ରାସ ମୂଲ୍ୟାଙ୍କନ କରାଯିବ । ଲାଲ ରଙ୍ଗର ସ୍ଥାୟୀତ୍ୱ ତିନୋଟି ଋତୁରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।
ଯଦି ଏହି ପରୀକ୍ଷଣର ଫଳାଫଳ ସକାରାତ୍ମକ ହୁଏ ତେବେ ମଧ୍ୟପ୍ରଦେଶର ବ୍ୟାଘ୍ର ସଂରକ୍ଷଣ ଏବଂ ଅଭୟାରଣ୍ୟ ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥରେ ଏହି ମଡେଲ୍ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା କେବଳ ସଡ଼କ ଦୁର୍ଘଟଣା ହ୍ରାସ କରିବ ନାହିଁ ବରଂ ବନ୍ୟପ୍ରାଣୀଙ୍କୁ ମଧ୍ୟ ସୁରକ୍ଷା ଦେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories