Pakistan Terror Funding India / ପାକିସ୍ତାନୀ ଆତଙ୍କୀ ସଂଗଠନର ନୂଆ ଷଡ଼ଯନ୍ତ୍ର ! ଭାରତ ଉପରେ ଆକ୍ରମଣ ପାଇଁ ମାଗୁଛି ଚାନ୍ଦା
·7 months ago·2 min read

Key Points
ଭାରତ ବିରୋଧରେ ଜୈଶର ନୂଆ ପ୍ଲାନ୍ । ଆତଙ୍କୀ ସଂଗଠନ ତିଆରି କରୁଛି ଆତ୍ମଘାତୀ ଟିମ୍ । ଭାରତରେ ବିସ୍ଫୋଣ ପାଇଁ ମାଗୁଛି ଟଙ୍କା ।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣର ତଦନ୍ତ ଜାରି ରହିଛି । ତଦନ୍ତରୁ ଜଣାପଡିଛି ଯେ କାର୍ ବୋମା ବିସ୍ଫୋରଣର ଅଭିଯୁକ୍ତମାନେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସହିତ ଜଡ଼ିତ । ତେବେ ଏହି ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ଆଉ ଏକ ବଡ଼ ଆକ୍ରମଣ ପାଇଁ ଏକ ଫିଦାୟୀନ ବା ଆତ୍ମଘାତୀ ଟିମ୍ ପ୍ରସ୍ତୁତ କରୁଛି । ଆଉ ଏଥିପାଇଁ ପାଇଁ ଚାନ୍ଦା ସଂଗ୍ରହ କରୁଛି ବୋଲି ସୂଚନା ମିଳିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲାଲକିଲ୍ଲା ବିସ୍ଫୋରଣ ତଦନ୍ତ ସମୟରେ ମିଳିଥିବା ସୁରାକ ସୂଚିତ କରୁଛି ଯେ ଜୈଶ ଲିଡରମାନେ ଡିଜିଟାଲ ମାଧ୍ୟମରେ ପାଣ୍ଠି ସଂଗ୍ରହ ପାଇଁ ଆହ୍ବନ କରିଛନ୍ତି । ଖାଲି ଏତିକି ନୁହେଁ ପାକିସ୍ତାନୀ ପେମେଣ୍ଟ୍ ଗେଟଓ୍ୱେ 'ସଦା ପେ' ସାହାଯ୍ୟରେ ଟଙ୍କାର ନେଣଦେଣ ଚାଲୁଛି । କିଛି ମହିଳାଙ୍କୁ ମିଶନରେ ସାମିଲ କରାଯାଇଛି । ସେମାନଙ୍କୁ ଫିଦାୟୀନ ବା ଆତ୍ମଘାତୀ ଆକ୍ରମଣରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।
ଶୀତକାଳୀନ ପୋଷାକ ପାଇଁ ଦାନ
ଜୈଶ ନେତାମାନେ ଚାନ୍ଦା ମାଗୁଥିବା ବେଳେ କହିଛନ୍ତି ଯେ ଯେ କେହି ଜଣେ 'ମୁଜାହିଦ' ଅର୍ଥାତ୍ ଜଣେ ଯୋଦ୍ଧାଙ୍କୁ ଶୀତକାଳୀନ ପୋଷାକ ଯୋଗାଇବେ, ତାଙ୍କୁ ଜିହାଦୀ ବୋଲି ବିବେଚନା କରାଯିବ। ସେହିପରି ମୃତ୍ୟୁ ପରେ ମଧ୍ୟ ଜିହାଦୀ ଆଖ୍ୟା ମିଳିବ ।
ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଜୈଶ ନୂଆ ଯୋଜନା ଆରମ୍ଭ କରିଛି । ଯିଏ ଅର୍ଥ ପ୍ରଦାନ କରିବ ତାକୁ ଜିହାଦୀ ଭାବେ ପରିଗଣିତ ହେବେ । ମୃତ୍ୟୁ ପରେ ମଧ୍ୟ ଜିହାଦୀ ଆଖ୍ୟା ମିଳିବ । ଜଣଙ୍କଠାରୁ ୨୦ ହଜାର ପାକିସ୍ତାନୀ ଟଙ୍କା ଆଦାୟ ହେଉଛି । ଯାହାର ମୂଲ୍ୟ ଭାରତରେ ୬ ହଜାର ୪୦୦ ଟଙ୍କା ହେବ । ଜୋତା ଏବଂ ପଶମ ମୋଜା, ଏକ ଗଦି ଏବଂ ଏକ ତମ୍ବୁ ଭଳି ଜିନିଷ କିଣିବା ପାଇଁ ବ୍ୟବହାର କରାଯିବ । କୌଣସି ଆକ୍ରମଣ ପୂର୍ବରୁ ଏବଂ ପରେ ଏସବୁ ଜିନିଷ କାମରେ ଆସିବ । ଏହି ଡିଜିଟାଲ୍ ପାଣ୍ଠି ନେଟୱାର୍କ ବିଷୟରେ ଏକ ପୃଥକ ତଦନ୍ତ ଆରମ୍ଭ କରାଯାଇଛି।

ଅଧିକ ପଢ଼ନ୍ତୁ: ଲରେନ୍ସ ବିଷ୍ନୋଇର ଭାଇ ଅନମୋଲଙ୍କୁ ଭାରତ ଅଣାଗଲା, ଦିଲ୍ଲୀ ବିମାନବନ୍ଦରରେ ଗିରଫ କଲା NIA
ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପୂର୍ବରୁ ଏକ 'ମହିଳା ଶାଖା' ଅଛି । ଯାହାର ନେତୃତ୍ୱ ମାସୁଦ ଆଝାରଙ୍କ ଭଉଣୀ ସାଦିଆ ନେଇଛି । ଏହି ଶାଖା ଅପରେସନ ସିନ୍ଦୂର ପରେ ପ୍ରତିଷ୍ଠିତ ହୋଇଥିଲା । ଆଉ ବର୍ତ୍ତମାନ ରିପୋର୍ଟରେ ସୂଚନା ମିଳିଛି ଯେ ଜୈଶ ମହିଳାମାନଙ୍କ ନେତୃତ୍ୱରେ ଏକ ବଡ଼ ଆକ୍ରମଣର ଷଡ଼ଯନ୍ତ୍ର କରିପାରନ୍ତି ।ଶୀତକାଳୀନ ପୋଷାକ ପାଇଁ ଦାନ
ଜୈଶ ନେତାମାନେ ଚାନ୍ଦା ମାଗୁଥିବା ବେଳେ କହିଛନ୍ତି ଯେ ଯେ କେହି ଜଣେ 'ମୁଜାହିଦ' ଅର୍ଥାତ୍ ଜଣେ ଯୋଦ୍ଧାଙ୍କୁ ଶୀତକାଳୀନ ପୋଷାକ ଯୋଗାଇବେ, ତାଙ୍କୁ ଜିହାଦୀ ବୋଲି ବିବେଚନା କରାଯିବ। ସେହିପରି ମୃତ୍ୟୁ ପରେ ମଧ୍ୟ ଜିହାଦୀ ଆଖ୍ୟା ମିଳିବ ।
ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଜୈଶ ନୂଆ ଯୋଜନା ଆରମ୍ଭ କରିଛି । ଯିଏ ଅର୍ଥ ପ୍ରଦାନ କରିବ ତାକୁ ଜିହାଦୀ ଭାବେ ପରିଗଣିତ ହେବେ । ମୃତ୍ୟୁ ପରେ ମଧ୍ୟ ଜିହାଦୀ ଆଖ୍ୟା ମିଳିବ । ଜଣଙ୍କଠାରୁ ୨୦ ହଜାର ପାକିସ୍ତାନୀ ଟଙ୍କା ଆଦାୟ ହେଉଛି । ଯାହାର ମୂଲ୍ୟ ଭାରତରେ ୬ ହଜାର ୪୦୦ ଟଙ୍କା ହେବ । ଜୋତା ଏବଂ ପଶମ ମୋଜା, ଏକ ଗଦି ଏବଂ ଏକ ତମ୍ବୁ ଭଳି ଜିନିଷ କିଣିବା ପାଇଁ ବ୍ୟବହାର କରାଯିବ । କୌଣସି ଆକ୍ରମଣ ପୂର୍ବରୁ ଏବଂ ପରେ ଏସବୁ ଜିନିଷ କାମରେ ଆସିବ । ଏହି ଡିଜିଟାଲ୍ ପାଣ୍ଠି ନେଟୱାର୍କ ବିଷୟରେ ଏକ ପୃଥକ ତଦନ୍ତ ଆରମ୍ଭ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories