Oil Price Hike / ଭାରତରେ ବଢ଼ିବନି ପେଟ୍ରୋଲ ଦର, ପୂର୍ବରୁ ଲାଭ କରିଥିଲେ...ଏବେ ଚାପ ସହିବେ ତୈଳ କମ୍ପାନି
·3 weeks ago·3 min read

Key Points
ବିଶ୍ବ ବଜାରରେ ଢୁଛି ଅଶୋଧିତ ତେଲ ଦର
ତଥାପି ଭାରତରେ ବଢ଼ିବନି ପେଟ୍ରୋଲ/ଡିଜେଲ ଦର
ସନ୍ତୁଳିତ ରଣନୀତି ଆପଣାଉଛନ୍ତି ସରକାର
ତଥାପି ଭାରତରେ ବଢ଼ିବନି ପେଟ୍ରୋଲ/ଡିଜେଲ ଦର
ସନ୍ତୁଳିତ ରଣନୀତି ଆପଣାଉଛନ୍ତି ସରକାର
ଦିନ ଗଡୁଛି, ଯୁଦ୍ଧ ବଢୁଛି । ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ କାରଣରୁ ବିଶ୍ବବ୍ୟାପୀ ତୈଳ ସଂକଟ ଦେଖା ଦେଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ନିଆଁ ଲଗାଛି । ତଥାପି ଭାରତୀୟ ବଜରରେ ମହଙ୍ଗା ହୋଇନାହିଁ ପେଟ୍ରୋଲ ଓ ଡିଜେଲ ଦର । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଗ୍ରାହକଙ୍କୁ ପେଟ୍ରୋଲ, ଡିଜେଲ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । କାରଣ ସରକାର ଏକ ସନ୍ତୁଳିତ ମୂଲ୍ୟ ନିର୍ଦ୍ଧାରଣ ରଣନୀତି ଆପଣାଉଛନ୍ତି । ରାଜ୍ୟ ସରକାର ମଧ୍ୟ ତେଲ ଅଭାବ ଦେଖାଦେବ ନାହିଁ ବୋଲି ଆଶ୍ବସନା ଦେଇଛନ୍ତି । କିନ୍ତୁ ଯୁଦ୍ଧର ପ୍ରଭାବ ରୋଷେଇ ଗ୍ୟାସ ଉପରେ ପଡ଼ିଛି । ଉଭୟ ସବସିଡି ଯୁକ୍ତ LPG ଓ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ମହଙ୍ଗା ହୋଇଛି ।
ବିଶ୍ୱ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇ ୯୨.୬୯ ଡଲାରରେ ପହଞ୍ଚିଛି । ତଥାପି ଭାରତରେ ପେଟ୍ରୋଲ ଓ ଡିଜେଲ ଦର ତୁରନ୍ତ ବଢ଼ିବାର ସମ୍ଭାବନା କମ୍ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାର ଏବେ ଏକ ସନ୍ତୁଳିତ ମୂଲ୍ୟ ନିର୍ଦ୍ଧାରଣ ରଣନୀତି ଆପଣାଉଛନ୍ତି, ଯାହା ଗ୍ରାହକଙ୍କୁ ମହଙ୍ଗା ମାଡ଼ରୁ ସୁରକ୍ଷା ଦେବ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଲେ ମଧ୍ୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ତୁରନ୍ତ ଖୁଚୁରା ମୂଲ୍ୟ ବଢ଼ାଇବାର ଯୋଜନା ରଖିନାହାନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଗଣମାଧ୍ୟମକୁ ଆଶ୍ବସନା ଦେଇ କହିଥିଲେ ଯେ, ଭାରତରେ ତୈଳ ସଂକଟ ଦେଖାଦେଇ ନାହିଁ । ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ରିଜର୍ଭିୟରରେ ୨୫ ଦିନର ତେଲ ମହଜୁଦ ରହିଛି । ତୈଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଅନ୍ୟ ବିକଳ୍ପ ଉପରେ ବିଚାର କରାଯାଉଛି ।
ଏପଟେ ରାଜ୍ୟରେ ତେଲର ଅଭାବ ହେବ ନାହିଁ ବୋଲି ଆଶ୍ବାସନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏପରିକି ତେଲର ଅଭାବ ନେଇ ଗୁଜବ ସୃଷ୍ଟି ହେଉଛି, ତେଣୁ ଏହାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ ନକରିବା ଓ ଘରେ ମହଜୁଦ ନରଖିବାରୁ ଅପିଲ କରିଛନ୍ତି ।
ସେହିପରି ପେଟ୍ରୋଲିୟମ ସଂଘର ସଭାପତି ମଧ୍ୟ କହିଛନ୍ତି, ପ୍ରଚୁର ପରିମାଣରେ ଅଶୋଧିତ ତେଲ ଗଚ୍ଛିତ ଅଛି । ମଧ୍ୟପ୍ରାଚ୍ୟକୁ ବାଦ୍ ଦେଲେ ଅନ୍ୟ ୪୨ଟି ଦେଶରୁ ଭାରତକୁ ତେଲ ଆସୁଛି । ଆଶ୍ବସ୍ତିର କଥା ହେଉଛି ଯେ, ଆଗାମୀ ମାସେ ଯାଏଁ ଋଷିଆରୁ ତେଲ କିଣିବା ପାଇଁ ଭାରତକୁ ଅନୁମତି ଦେଇଛି ଆମେରିକା ।
ମଧ୍ୟ-ପ୍ରାଚ୍ୟକୁ ବାଦ୍ ଦେଲେ ୪୨ଟି ଦେଶରୁ ଆସୁଛି ତେଲ
୧- ଋଷିଆ- ୨୦-୩୫%
୨- ଇରାକ୍- ୧୬-୨୩%
୩- ସାଉଦି ଆରବ- ୧୬-୧୮%
୪- UAE- ୮-୧୦.୪%
୫- ଆମେରିକା- ୬-୯%
୬- ନାଇଜେରିଆ- ୪-୬%
୭- କ୍ବେତ୍- ୬.୧%
୮- ଓମାନ୍- ୦.୯୬%
୯- ଭେନେଜୁଏଲା- ୨%
୧୦- ଅନ୍ୟାନ୍ୟ ଦେଶ- ୨୦.୯୪%
ଇରାନ୍- ଆମେରିକା ଓ ଇସ୍ରାଏଲ ଯୁଦ୍ଧ ବଢୁଥିବାବେଳେ ଭାରତୀୟ ବଜାରରେ ରୋଷେଇ ଗ୍ୟାସ୍ ଦର ମହଙ୍ଗା ହୋଇଛି । କତାରରୁ CNG ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଆଜି ଭାରତୀୟ ଘରୋଇ ବଜାରରେ ସବସିଡି ଯୁକ୍ତ ୧୪.୨ କେଜିର ଏଲପିଜି ସିଲିଣ୍ଡର ଦର ୬୦ ଟଙ୍କା ବଢ଼ି ଭୁବନେଶ୍ବରରେ ୯୩୯ ଟଙ୍କା ଓ ୧୯ କେଜିର କମର୍ସିଆଲ ସିଲିଣ୍ଡର ଦର ୧୪୪ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୯ କେଜି ସିଲିଣ୍ଡରର ଦର ୨,୦୨୯ ଟଙ୍କାକୁ ଛୁଇଁଛି । ଆଗକୁ ଦର ଆହୁରି ବୃଦ୍ଧି ହେବା ଆଶଙ୍କା ରହିଛି । ବଡ଼ ବଡ଼ ଇଣ୍ଡଷ୍ଟ୍ରିକୁ ଗ୍ୟାସ ଯୋଗାଣ ବନ୍ଦ୍ ରହିଛି । ସାଧାରଣ ଲୋକ ମଧ୍ୟ ଯେତିକି ଗ୍ୟାସ ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ ଏବଂ ଅଯଥା ଅପଚୟ କରନ୍ତୁ ନାହିଁ ବୋଲି ଅପିଲ୍ କରିଛି ରାଜ୍ୟ ପେଟ୍ରୋଲିୟମ ସଂଘ । କାରଣ ଆଗକୁ ଯୁଦ୍ଧ ଲାଗି ରହିଲେ ଦର ବୃଦ୍ଧି ନୁହେଁ ବରଂ ମିଳିବା ମଧ୍ୟ ମୁସ୍କିଲ ହୋଇପଡ଼ିବ ବୋଲି ସଂଘ ଚେତାଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories