Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Car Sinks in Pond / ପୋଖରୀରେ ବୁଡ଼ି ଯାଉଥିଲା କାର, ପାଣିକୁ ଡେଇଁ ଡ୍ରାଇଭରକୁ ବଞ୍ଚାଇଲେ ଦୁଇ ଯୁବକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପୋଖରୀରେ ବୁଡ଼ି ଯାଉଥିଲା କାର, ପାଣିକୁ ଡେଇଁ ଡ୍ରାଇଭରକୁ ବଞ୍ଚାଇଲେ ଦୁଇ ଯୁବକ

Key Points

ପୋଖରୀରେ ବୁଡ଼ି ଯାଉଥିଲା କାର
ଡ୍ରାଇଭରକୁ ଉଦ୍ଧାର କଲେ ଦୁଇ ଯୁବକ
ଫିଲ୍ମ ଷ୍ଟାଇଲରେ ହେଲା ରେସ୍କ୍ୟୁ
ଉତ୍ତର ପ୍ରଦେଶର ପିଲିଭୀତ ସହରର ଟନକପୁର ରାଜପଥରେ ଏକ ଦୁର୍ଘଟଣା ଘଟିଥିଲା । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ସହରର ପ୍ରମୁଖ୍ୟ ଗୌହାନିଆ ପୋଖରୀ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ହଠାତ୍ ପୋଖରୀ ଭିତରକୁ ଖସିପଡ଼ିଲା । ଆଉ ଦେଖୁ ଦେଖୁ ଏହି ବୁଡ଼ିବାକୁ ଲାଗିଲା । ଆଉ କାର ଭିତରେ ଥିବା ଶିବମ୍ ନାମକ ଜଣେ ଯୁବକ ଫସି ଯାଇଥିଲେ ।

ପୋଖରୀ ଭିତରେ କାର ବୁଡ଼ୁଥିବାର ଦେଖି ଜଣେ ନାବିକ ଏବଂ ଜଣେ ପଥଚାରୀ ନିଜ ଜୀବନକୁ ବାଜି ଲଗାଇ କାର ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଦୃଶ୍ୟ କୌଣସି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା । ଏବେ ପୋଖରୀ ଭିତରୁ ଡ୍ରାଇଭରଙ୍କୁ ରେସ୍କ୍ୟୁ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୁରୁବାର ସକାଳ ପ୍ରାୟ ୧୦:୪୦ ସମୟରେ ଏହି ଘଟଣା ଘଟିଥିଲା । କାଂଶୀରାମ କଲୋନିରୁ ପଟରୁ ଆସୁଥିବା ଏକ ଏର୍ଟିଗା କାର ଗୌହାନିଆ ପୋଖରୀ ନିକଟରେ ନିୟନ୍ତ୍ରଣ ହରାଇ ଥିଲା । ପୋଖରୀ ଚାରିପାଖରେ କୌଣସି ବ୍ୟାରିକେଡ୍ ନଥିବାରୁ କାରଟି ସିଧା ପାଣିରେ ଖସି ପଡ଼ିଲା ଏବଂ ଦ୍ରୁତ ଗତିରେ ବୁଡ଼ିବାକୁ ଲାଗିଲା । ଆଉ କାର ଭିତରେ ଫସି ରହିଥିବା ଡ୍ରାଇଭର ଜଣକ ତାଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ।



ବୁଡ଼ି ଯାଉଥିବା କାର ଭିତରର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । କାରରେ ପାଣି ଭର୍ତ୍ତି ହୋଇଯାଇଥିଲା ଏବଂ ଡ୍ରାଇଭର ଭଲ ନିଶ୍ୱାସ ମଧ୍ୟ ନେଇପାରୁନଥିଲେ । ଆଉ ଏହି ସମୟରେ ପୋଖରୀରେ ମାଛ ଧରିଥିବା ଜଣେ ନାବିକ ଏବଂ ରାସ୍ତାରେ ଯାଉଥିବା ଜଣେ ଯୁବକ ଦିନେଶ କୁଶୱାହା ବିଳମ୍ବ ନ କରି ପାଣିକୁ ଡେଇଁ ପଡ଼ିଲେ । ନାବିକ କାର ପାଖରେ ପହଞ୍ଚି ଓ୍ବିଣ୍ଡୋ ଦେଇ ଡ୍ରାଇଭରଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । କିଛି ସମୟର ସଂଘର୍ଷ ପରେ ଶେଷରେ କାର ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ବାହାର କରିଥିଲେ ।

ଏହି ସମୟରେ ଦିନେଶ ମଧ୍ୟ ପୋଖରୀକୁ ଡେଇଁ ନାବିକଙ୍କ ସହାୟତାରେ ଆହତ ଡ୍ରାଇଭରଙ୍କୁ କୂଳକୁ ଆଣିବାରେ ସଫଳ ହୋଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦୁଇଜଣ ଯୁବକଙ୍କ ସାହାସିକତା କିପରି ଜଣେ ଯୁବକଙ୍କ ଜୀବନ ବଞ୍ଚାଇଥିଲେ ।
ଉଦ୍ଧାର ପରେ ତୁରନ୍ତ ଆହତ ଡ୍ରାଇଭର ଶିବମଙ୍କୁ ପୋଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ କହିଛନ୍ତି ଯେ ଡିହାଇଡ୍ରେସନ୍ ଏବଂ ଆତଙ୍କ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କର ଚିକିତ୍ସା ଏବେ ଜାରି ରହିଛି ।


ସେପଟେ ଘଟଣା ବିଷୟରେ ସୂଚନା ପାଇ ସିଟି ମାଜିଷ୍ଟ୍ରେଟ୍ ବିଜୟ ବର୍ଦ୍ଧନ ତୋମାର, ସୁନଗାର୍ଢି ପୋଲିସ ଷ୍ଟେସନ୍ ମୁଖ୍ୟ ନରେଶ ତ୍ୟାଗୀ, ଅଗ୍ନିଶମ ବାହିନୀ ଏବଂ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । କାରଟିକୁ କ୍ରେନ୍‌ ସାହାଯ୍ୟରେ ବାହାର କରାଯାଇଥିଲା ।

ସୂଚନା ଅନୁସାରେ, ଗୌହାନିଆ ପୋଖରୀ ସହରର ମଧ୍ୟଭାଗରେ ଅବସ୍ଥିତ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏହାକୁ ଘେରି ରହିଛି । ଏଥିରେ ମନ୍ତ୍ରୀଙ୍କ ବାସଭବନ, ଡିଏମ ଏବଂ ଏସ୍‌ପି ବାସଭବନ, ମେଡିକାଲ କଲେଜ ଏବଂ ଅନେକ ସ୍କୁଲ ରହିଛି । ଏସବୁ ମଧ୍ୟରେ ପୋଖରୀଟି ତିନି ପାର୍ଶ୍ୱରେ ସମ୍ପୂର୍ଣ୍ଣ ଖୋଲା ଅଛି । କୌଣସି ବ୍ୟାରିକେଡ୍, ବାଡ଼ କିମ୍ବା ଚେତାବନୀ ସଙ୍କେତ ନାହିଁ। ଲୋକମାନେ ବର୍ଷ ବର୍ଷ ଧରି ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଆସୁଛନ୍ତି, କିନ୍ତୁ ପୌର ନିଗମ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି କୌଣସି ଦୃଢ଼ ପଦକ୍ଷେପ ନେଇ ନାହାଁନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Two Youths Save Driver as Car Sinks into Pilibhit Pond; Dramatic Rescue Video Viral | Argus News