Election Campaign / ଆଜି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି

Key Points
ଆଜି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି
ଭାରତରତ୍ନ କର୍ପୁରୀ ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ମଧ୍ୟାହ୍ନ ୧୨ଟା ୧୫ରେ ସମସ୍ତିପୁରରେ ମୋଦିଙ୍କ ଜନସଭା
ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପିଏମ୍ ମୋଦି । ବିହାରର ଦୁଇଟି ସ୍ଥାନରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତରତ୍ନ କର୍ପୁରୀ ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଚାର ଶୁଭାରମ୍ଭ କରିବେ ମୋଦି ।
ଏହାପରେ ମଧ୍ୟାହ୍ନ ୧୨ଟା ୧୫ରେ ସମସ୍ତିପୁର ଜନସଭାକୁ ସମ୍ବୋଧନ କରିବେ । ଏହାପରେ ବେଗୁସରାଇରେ ମଧ୍ୟ ପ୍ରଚାର କରିବେ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମଧ୍ୟ ମୋଦିଙ୍କ ସହ ଜନସଭାକୁ ସମ୍ବୋଧନ କରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାରର ସିଓ୍ବାନ ଓ ବକ୍ସରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ ।
ଘମଣ୍ଡୀ, ଭ୍ରଷ୍ଟାଚାରୀ, ମାନସିକତା ଉପରେ କରିବେ ପ୍ରଚଣ୍ଡ ପ୍ରହାର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୈଶାଳୀରେ ପ୍ରବୁଦ୍ଧ ଜନ ବୈଠକରେ ସାମିଲ ହେବେ । ଆସନ୍ତା ୩୦, ନଭେମ୍ବର ୨ ଓ ୩ରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି ।
ଏଥିସହ ପଢ଼ନ୍ତୁ: ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ୨୮ ଅକ୍ଟୋବରରେ ଦରଭଙ୍ଗା, ମୁଜାଫରପୁର ଏବଂ ପାଟନାରେ ରାଲି କରିବେ। ତା’ପରେ ସେ ୧ ନଭେମ୍ବରରେ ଛାପ୍ରା ଏବଂ ପୂର୍ବ ଚମ୍ପାରଣରେ ରୋଡ୍ ଶୋ କରିବେ। ଏହା ପରେ, ୩ ନଭେମ୍ବରରେ, ପ୍ରଧାନମନ୍ତ୍ରୀ ପଶ୍ଚିମ ଚମ୍ପାରଣ, ସହରସା ଏବଂ ଆରାରିଆରେ ପ୍ରଚାର କରିବେ।
ଅମିତ ଶାହ ମଧ୍ୟ ରାଲି ମାଧ୍ୟମରେ NDA କର୍ମୀଙ୍କୁ ଉତ୍ସାହିତ କରିବେ। ଏହା ସେମାନଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିବ । ଅମିତ ଶାହ ବିଭିନ୍ନ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୨୫ ରାଲି କରିବେ । ସେ ୧୨ ଟି ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ । ରାଜନାଥ ସିଂହ ଏବଂ ନୀତିନ ଗଡକରୀ ମଧ୍ୟ ତାଙ୍କ ସହିତ ସାଧାରଣ ସଭାରେ ଯୋଗଦେବେ।
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories