Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Putin Arrives in India / ଭାରତରେ ପହଞ୍ଚିଲେ ପୁଟିନ୍‌, ପ୍ରୋଟକଲ୍‌ ଭାଙ୍ଗି ସ୍ବାଗତ କଲେ PM ମୋଦି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଭାରତରେ ପହଞ୍ଚିଲେ ପୁଟିନ୍‌, ପ୍ରୋଟକଲ୍‌ ଭାଙ୍ଗି ସ୍ବାଗତ କଲେ PM ମୋଦି
Putin

Key Points

ଦିଲ୍ଲୀରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌
ପାଲାମ ବିମାନବନ୍ଦରରେ ଭବ୍ୟ ସ୍ବାଗତ
ସ୍ବାଗତ ପାଇଁ ବିମାନ ବନ୍ଦରରେ ପହଞ୍ଚିଲେ PM ମୋଦି
ଭାରତରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍‌ । ଋଷରୁ ସ୍ବତନ୍ତ୍ର ବିମାନ ଯୋଗେ ପାଲମ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସବୁଠୁ ବଡ଼ କଥା ହେଉଛି ପ୍ରୋଟକଲ୍‌ ଭାଙ୍ଗି ବିମାନବନ୍ଦରରେ ଭ୍ଲାଦିମିର ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି ।



ନୂଆ ସୋପାନରେ ଭାରତ-ଋଷ ସମ୍ପର୍କ । ପାରସ୍ପରିକ ସହଯୋଗ ଓ ବିଶ୍ବାସର ବନ୍ଧନରେ ଯୋଡି ହୋଇଛନ୍ତି ଦୁଇ ରାଷ୍ଟ୍ର । ସାରା ବିଶ୍ବକୁ ମିଳିବ ମୋଦି-ପୁଟିନ ଅତୁଟ ବନ୍ଧନର ଦୃଢ଼ ପ୍ରମାଣ । ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ଋଷ ରାଷ୍ଟ୍ରପତି ପୁଟିନଙ୍କର ହୋଇଛି ଭବ୍ୟ ଆୟୋଜନ । କାଲି ସକାଳେ ରାଷ୍ଟ୍ରପତି ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ, ସେନା ପକ୍ଷରୁ ଗାର୍ଡ ଅଫ ଅନର, ରାଜଘାଟ ଯାତ୍ରାରୁ ଫେରିବା ପରେ ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ପୁଟିନ୍‌ଙ୍କ ସହ ସମ୍ମିଳନୀରେ ସାମିଲ ହେବେ ସୋଭିଏତ ରୁଷିଆ ସଂସଦର ୭ ଶୀର୍ଷ ନେତା । ଶିଖର ସମ୍ମିଳନୀରେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଯାଉଥିବା ମେଗା ଡିଲ୍ ଉପରେ ରହିଛି ସାରା ବିଶ୍ବର ନଜର । ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଆଯିବ ବଡ଼ ନିଷ୍ପତ୍ତି । ଖୁବଶୀଘ୍ର ଭାରତ-ଋଷ ମଧ୍ୟରେ ବହୁ ପ୍ରତୀକ୍ଷିତ ପଞ୍ଚମ ପିଢିର ସୁଖୋଇ-57, S-500 ଏୟାର ଡିଫେନସ୍ ସିଷ୍ଟମ, T-72, T 90 ଟ୍ୟାଙ୍କ, ବ୍ରହ୍ମୋସ ସୁପରସୋନିକ ମିଶାଇଲର ମିଳିତ ଉତ୍ସାଦନ ଚୁକ୍ତି ସମେତ ୨୫ଟି ବଡ଼ ଡିଲ୍ ହେବା ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored