Rahul Gandhi Remarks / ସାଧାରଣ ଶିଷ୍ଟାଚାର ଓ ଶାଳୀନତା ଭୁଲିଗଲେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀକୁ କଲେ କଟାକ୍ଷ
·1 hour ago·2 min read

Key Points
ମୋଦିଙ୍କୁ କଟାକ୍ଷ କରି ଫସିଲେ ରାହୁଲ !
ଗାନ୍ଧୀ ପରିବାରର ଇତିହାସ ମନେ ପକାଇଲେ ନିଶିକାନ୍ତ
ରାହୁଲଙ୍କୁ ଘେରିଲା ବିଜେପି

ସାଧାରଣ ଶିଷ୍ଟାଚାର ଓ ରାଜନୈତିକ ଶାଳୀନତା ଭୁଲିଗଲେ କି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ? ପ୍ରଧାନମନ୍ତ୍ରୀଙ୍କ ପରି ସାମ୍ବିଧାନିକ ପଦବୀକୁ କଟାକ୍ଷ କରିବା ଏବଂ ବିଦେଶୀ ନେତାଙ୍କୁ ନେଇ ଅଶାଳୀନ ଟିପ୍ପଣୀ କରିବା ଏବେ ରାହୁଲଙ୍କ ପାଇଁ ଭାରି ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ନୀତି ଓ ଆଲିଙ୍ଗନକୁ ଉପହାସ କରିବାକୁ ଯାଇ ନିଜେ ଫସିଯାଇଛନ୍ତି ରାହୁଲ । ଏହାର କଡ଼ା ଜବାବ ଦେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ, ରାହୁଲଙ୍କୁ ତାଙ୍କ ପରିବାରର ଇତିହାସ ସ୍ମରଣ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି, ବିଦେଶର ଶୀର୍ଷ ନେତାଙ୍କୁ ଆଲିଙ୍ଗନ କରିବାକୁ ନେଇ ଉପହାସ କରି ନିଜେ ଫସିଯାଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କୁ ତାଙ୍କ ପରିବାରର ରାଜନୈତିକ ଇତିହାସ ସ୍ମରଣ କରାଇ ଜୋରଦାର ପଲଟା ଆକ୍ରମଣ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ।
ଦୁବେ ନିଜ ସୋସିଆଲ ମିଡିଆ X ହ୍ୟାଣ୍ଡେଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର କ୍ୟୁବାର କ୍ରାନ୍ତିକାରୀ ନେତା ଫିଦେଲ କାଷ୍ଟ୍ରୋ ଏବଂ ପାଲେଷ୍ଟାଇନ୍ ନେତା ୟାସର ଆରାଫାତଙ୍କ ସହ ଆଲିଙ୍ଗନର ପୁରୁଣା ଫଟୋ ଶେୟାର କରିଛନ୍ତି । କେବଳ ସେତିକି ନୁହେଁ, ୮ ବର୍ଷ ତଳେ ଲୋକସଭାରେ ରାହୁଲ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟକୁ ମଧ୍ୟ ପୋଷ୍ଟ କରି ଗାନ୍ଧୀ ପରିବାରକୁ ପାଲଟା କଟାକ୍ଷ କରିଛନ୍ତି ।
ପ୍ରଧାମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିବାକୁ ଯାଇ ଶାଳୀନତାର ସବୁ ସୀମା ଟପି ଯାଇଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବାରମ୍ବାର ଦେଶର ଗଣତନ୍ତ୍ରକୁ ଉପହାସ କରୁଥିବା ରାହୁଲ ଗାନ୍ଧୀ, ଦେଶର ପ୍ରଧାନମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦବୀର ଗାରିମାକୁ ଭୁଲି ଯାଇଥିଲେ । ନିଜ ବାଚଳାମୀର ପରିଚୟ ଦେଇ କେବଳ ଉପହାସର ପାତ୍ର ହୋଇଛନ୍ତି ରାହୁଲ ଗାନ୍ଧୀ ।
ଘଟଣାଟି ଘଟିଥିଲା ରଚନାତ୍ମକ କଂଗ୍ରେସର ଜାତୀୟ ସମ୍ମିଳନୀରେ । ଯେଉଁଠି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତିକୁ କଟାକ୍ଷ କରି କହିଥିଲେ ଯେ, ବିଦେଶ ନୀତିମାନେ ନେତାଙ୍କୁ ଆଲିଙ୍ଗନ କରିବା ନୁହେଁ । ଏହା ଦେଖାଇବା ପାଇଁ ସେ ମଞ୍ଚରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ଆଲିଙ୍ଗନ କରିଥିଲେ । ମାତ୍ର ଏହି ସମୟରେ ସନ୍ଦୀପ ଦୀକ୍ଷିତ ଇଟାଲୀ ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନିଙ୍କ ନାଁ ନେଇ ଏକ ଅଶାଳୀନ ଟିପ୍ପଣୀ କରିଥିଲେ । ଯାହାକୁ ନେଇ କଂଗ୍ରେସ ନେତାମାନେ ହସିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି କଂଗ୍ରେସ ଓ ଏହାର ନେତାଙ୍କୁ ତୀବ୍ର ସମାଲୋଚନା କରିଛି ।
ନିଜର ରାଜନୈତିକ ବକ୍ତବ୍ୟରେ ମର୍ଯ୍ୟାଦା ରଖିବା ପାଇଁ ବିଜେପି ପକ୍ଷରୁ କୁହାଯାଇଥିବା ବେଳେ, ଏହି 'ଆଲିଙ୍ଗନ' ଏବଂ 'ମେଲୋନି' ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଅଧିକ ସରଗରମ ହୋଇଛି । ଇଟାଲୀ ଦୂତାବାସ ମଧ୍ୟ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚେତାଇ ଦେଇଛି ଯେ, ଆମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଗ୍ରହଣୀୟ ନୁହେଁ ।
ବିଜେପି ମହିଳା ମୋର୍ଚ୍ଚା ସଭାପତି ବନତୀ ଶ୍ରୀନିବାସନ ମଧ୍ୟ ଲେଖିଛନ୍ତି ଯେ, ରାଜନୀତିରେ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି, ମାତ୍ର ଜଣେ ମହିଳା ନେତ୍ରୀଙ୍କୁ ନେଇ ଏଭଳି ନୀଚ୍ଚ ସ୍ତରର ମଜା କରିବା କଂଗ୍ରେସର ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି, ରାହୁଲ ଗାନ୍ଧୀ, ଆପଣ କେବେ ବଡ଼ ହେବେ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories