Rare White Monkey / ହିମାଚଳ ପ୍ରଦେଶର ଜଙ୍ଗଲରେ ଦେଖାଗଲା ବିରଳ ଧଳା ମାଙ୍କଡ଼
·7 months ago·2 min read

Key Points
ହିମାଚଳ ପ୍ରଦେଶର ବନ୍ୟପ୍ରାଣୀ ଇତିହାସରେ ଏକ ନୂତନ ଏବଂ ସୁବର୍ଣ୍ଣ ପୃଷ୍ଠା ଯୋଡି ହୋଇଛି। ଚମ୍ବା ଜିଲ୍ଲାର ଭରମୌରର ତୁନ୍ଦାହ ଘନ ଜଙ୍ଗଲରେ ଏକ ଅତ୍ୟନ୍ତ ବିରଳ “ଧଳା ମାଙ୍କଡ଼” ଦେଖାଯାଇଛି।
ହିମାଚଳ ପ୍ରଦେଶର ବନ୍ୟପ୍ରାଣୀ ଇତିହାସରେ ଏକ ନୂତନ ଏବଂ ସୁବର୍ଣ୍ଣ ପୃଷ୍ଠା ଯୋଡି ହୋଇଛି। ଚମ୍ବା ଜିଲ୍ଲାର ଭରମୌରର ତୁନ୍ଦାହ ଘନ ଜଙ୍ଗଲରେ ଏକ ଅତ୍ୟନ୍ତ ବିରଳ “ଧଳା ମାଙ୍କଡ଼” ଦେଖାଯାଇଛି। ବନ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶରେ ଏହା ପ୍ରଥମ ଥର ପାଇଁ ଏକ ମାଙ୍କଡ଼ର ଦେଖାଯାଇଛି।
ଏହାସହ ପଢ଼ନ୍ତୁ: ୧୫ ହଜାର ଫୁଟ୍ ଉପରେ ଝୁଲି ରହିଲେ ସ୍କାଇ ଡାଇଭର
ସୂଚନା ଅନୁଯାୟୀ, ରବିବାର ତୁନ୍ଦାହ ରେଞ୍ଜ ଫରେଷ୍ଟ ଗାର୍ଡ କୁଶଲ କୁମାର କୁହୁଡ଼ି ଢାଙ୍କି ହୋଇଥିବା ଜଙ୍ଗଲରେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ସେ ଏକ ଦଳ ବାନରଙ୍କୁ ଦେଖିଥିଲେ। ହଠାତ୍ ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ପଲରେ ଥିବା ଏକ ମାଈ ମାଙ୍କଡ଼ ଏକ ମାଙ୍କଡ଼ର ପଛପଟେ ବସିଥିଲା । ଯାହାର ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ରଙ୍ଗ ସାଧାରଣ ମାଙ୍କଡ଼ ପରିବର୍ତ୍ତେ ଧଳା ଥିଲା। ବନରକ୍ଷୀ ଏହି ବିରଳ ମୁହୂର୍ତ୍ତକୁ ତାଙ୍କ କ୍ୟାମେରାରେ କଏଦ କରିଥିଲେ । ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସ୍ଥାନୀୟ ବନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ନୂତନ କିମ୍ବା ବିଦେଶୀ ପ୍ରଜାତି ମାଙ୍କଡ଼ ନୁହେଁ। ଏହା ଏକ ସାଧାରଣ ରିସସ୍ ମାକାକ୍, ଯାହା ଆଲବିନିଜମ୍ ନାମକ ଜେନେଟିକ୍ ରୋଗରେ ପୀଡିତ।
ଏହା କେଉଁ ପ୍ରଜାତିର ମାଙ୍କଡ଼?
ଏହି ରୋଗରେ ଶରୀର ଚର୍ମ, କେଶ ଏବଂ ଆଖିକୁ ରଙ୍ଗ ଦେଉଥିବା ରଞ୍ଜକ ‘ମେଲାନିନ୍’ର ନିର୍ମାଣ ବହୁତ କମ୍ କିମ୍ବା ଆଦୌ ହୁଏ ନାହିଁ। ଏହି କାରଣରୁ ଏହି ମାଙ୍କଡ଼ ସମ୍ପୂର୍ଣ୍ଣ ଧଳା ଦେଖାଯାଏ।
କହିରଖୁଛୁ ଯେ, ଏହି ବିରଳ ଧଳା ରିସସ୍ ମାକାକ୍ ଭାରତରେ କେବଳ ଥରେ, ଆସାମରେ ୨୦୨୨ ମସିହାରେ ଦେଖାଯାଇଥିଲା। ହିମାଚଳର ତୁନ୍ଦାହ ଜଙ୍ଗଲରେ ଏହାର ଆବିର୍ଭାବ ଜୈବ ବିବିଧତା ପାଇଁ ଏକ ସକାରାତ୍ମକ ସଙ୍କେତ ଭାବରେ ବିବେଚନା କରାଯାଉବିଶେଷଜ୍ଞମାନେ କହିଛନ୍ତି ଯେ ଜଙ୍ଗଲରେ ଆଲବିନୋ ପ୍ରାଣୀ ଦେଖାଯିବା ଏକ ଶତାବ୍ଦୀରେ ଥରେ ଘଟୁଥିବା ଘଟଣା। ଏହି ବିରଳ ପ୍ରଜାତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବନ ବିଭାଗ ଏବେ ଅଞ୍ଚଳରେ ନଜର ବୃଦ୍ଧି କରିଛି।
ଏହାସହ ପଢ଼ନ୍ତୁ: ମାତ୍ର ୨୧ମାସ ବୟସରେ, ରତ୍ନଗିରିର ବେଦ ସରଫାରେ ହେଲେ ସର୍ବକନିଷ୍ଠ ସନ୍ତରଣକାରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଲେ ପ୍ରବେଶ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଖବର ଭାଇରାଲ ହେଉଛି। ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ବି ଶୁଣିଲେ ଚକିତ ହେବେ। ପ୍ରାୟତଃ ଏମିତି ଖବର ଆମ ନଜିରକୁ ଆସିଛି ଯେ, ଖେଳୁଥିବାବେଳେ କେତେ ଶିଶୁଙ୍କର ଏମିତି ପାଣିରେ ବୁଡ଼ି ଜୀବନ ଚାଲିଯାଇଛି। ଆମେ ଏମିତି ବହୁତ ଖବର ଦେଖିଛେ। କିନ୍ତୁ ଆଜି ଆମେ ଏମିତି ଏକ ଅଦ୍ଭୁତ କୁନି ଶିଶୁ କଥା କହୁଛୁ ଯି, ପାଣିରେ ପହଁରୁଛି। କାରଣ ଛୋଟ ଛୁଆ ପାଣି ଦେଖିଲେ ଡରିଯାଆନ୍ତି। ବେଦା ସମ୍ପୂର୍ଣ୍ଣ ଭିନ୍ନ ପାଣିରେ ହାତ ଗୋଡ଼ ବାଡ଼େଇକି ଖେଳୁଛି। ତାର ବୟସ ମାତ୍ର ୧ ବର୍ଷ ୯ ମାସ ମାନେ ୨୧ ମାସର କୁନି ଛୁଆ ପାଣିରେ ମତ୍ସ୍ୟକନ୍ୟା ଭଳି ପହଁରୁଛି। ତା'ର ପାଣିକୁ ଟିକେ ଡର ନାହିଁ। କୁନି ଶିଶୁ ଜଣକ ହେଲେ ମହାରାଷ୍ଟ୍ରର ବେଦା ସରଫାରେ। ମାତ୍ର ୧୦ ମିନିଟରେ ୧୦୦ ମିଟର ପହଁରି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏକ ଆଶ୍ଚର୍ଯ୍ୟଜନକ ମାଇଲଖୁଣ୍ଟ ଯାହା ଏକ ଅବିଶ୍ୱସନୀୟ ବୟସରେ କ’ଣ ସମ୍ଭବ ତାହା ଦର୍ଶକଙ୍କୁ ଆଚମ୍ବିତ କରିଛି। ଏହା ଏକ ଗର୍ବର ବିଷୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories