Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Fake Funeral / ଜୀବିତ ଅବସ୍ଥାରେ କୋକେଇରେ ଶୋଇଥିଲେ, ନିଜେ କଲେ ନିଜ ଶବ ସଂସ୍କାର

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଜୀବିତ ଅବସ୍ଥାରେ କୋକେଇରେ ଶୋଇଥିଲେ, ନିଜେ କଲେ ନିଜ ଶବ ସଂସ୍କାର

Key Points

କାନ୍ଦୁଥିଲେ ପରିବାର, ଧାଇଁ ଆସୁଥିଲେ ସମ୍ପର୍କୀୟ
ଜୀବିତ ଅବସ୍ଥାରେ କୋକେଇରେ ଶୋଇଥିଲେ ବୃଦ୍ଧ
ନିଜ ଶବ ସଂସ୍କାର ବ୍ୟବସ୍ଥା ନିଜେ କରିଥିଲେ

ଏ ଖବର ଆପଣଙ୍କୁ ତାଜୁବ୍ କରୁଥିବ ନିଶ୍ଚିତ, ହେଲେ ପୁରା ଘଟଣା ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ । ଆପଣ ଭାବୁଥିବେ ହୁଏତ ବ୍ୟକ୍ତିଜଣକ ଜଣେ ସାଧୁ ହୋଇଥାଇପାରନ୍ତି, ଯେଉଁଥିପାଇଁ ସେ ଜୀବନ୍ତ ସମାଧି ନେବାକୁ ଏପରି କରୁଛନ୍ତି । କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ, ସେହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର । ହେଲେ ଏପରି ନିଷ୍ପତ୍ତି ସେ କାହିଁକି ନେଲେ, ଏହା ପଛରେ ରହିଛି ଏକ ଅଜବ କାରଣ ।

ସମସ୍ତଙ୍କର ନିଜ ମୃତ୍ୟୁକୁ ଭୟ ଥାଏ । ମୃତ୍ୟୁ, ଏକ ନିଷ୍ଠୁର ସତ ଜାଣିବା ପରେ ବି ସମସ୍ତେ ନିଜ ମୃତ୍ୟୁ କଥା ଭାବିବାକୁ ବି ଭୟ କରିଥାନ୍ତି । କିନ୍ତୁ ବିହାରର ୭୪ ବର୍ଷୀୟ ପୂର୍ବତନ ଆର୍ମି ଅଫିସର ମୋହନ ଲାଲଙ୍କ ଏହି ଘଟଣା ଏବେ ବେଶ ଚର୍ଚ୍ଚାରେ । ମୋହନ ଲାଲ ଜୀବିତ ଅବସ୍ଥାରେ ମୃତ୍ୟୁର କୋକେଇରେ ଶୋଇଥିଲେ । ପ୍ରକୃତରେ ସେ ଜାଣିବାକୁ ଚାହୁଁଥିଲେ, କେତେ ଲୋକ ତାଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ ଆଖିରୁ ଲୁହ ଗଡାଉଛନ୍ତି । କେତେ ଆତ୍ମୀୟ ସ୍ଵଜନ ତାଙ୍କର ମୃତ୍ୟୁ ପରେ ତାଙ୍କୁ ଦେଖିବା ପାଇଁ ଆସୁଛନ୍ତି, ଆଉ ପ୍ରକୃତରେ ତାଙ୍କୁ କେତେଜଣ ଭଲ ପାଉଛନ୍ତି, ତାହା ଥିଲା ତାଙ୍କର ଏପରି ଜୀବିତ ଅବସ୍ଥାରେ ମୃତ ଅଭିନୟ ପଛର ମୁଖ୍ୟ କାରଣ । ସେ ନିଜ ପରିବାରକୁ ମଧ୍ୟ ଏପରି ଅଭିନୟ କରିବାକୁ କହିଥିଲେ ।

ଅଧିକ ପଢନ୍ତୁ : କେନ୍ଦ୍ର ସରକାର ଚାହୁଁନାହାନ୍ତି ପରିବର୍ତ୍ତନ, ଫାଶୀ ବଦଳରେ ବିଷ ଇଞ୍ଜେକ୍ସନ !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିବାର ଲୋକେ, ତାଙ୍କ କହିବା ମୁତାବକ ତାଙ୍କୁ କୋକେଇରେ ଶୁଆଇ ଦେଇ ଏକ ଧଳା ଚାଦର ବିଛାଇ ଦେଇଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ଅସଲ ଅଭିନୟ । ବନ୍ଧୁ ପରିଜନ, ପଡୋଶୀଙ୍କ ପାଖକୁ ଯାଇଥିଲା ମୋହନ ଲାଲଲଙ୍କ ମୃତ୍ୟୁର ଫୋନ । ଆଉ ସମସ୍ତେ ଧାଇଁ ଆସିଥିଲେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ । ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ଇମୋସନାଲ ମ୍ୟୁଜିକ । ତାଙ୍କ ଉପରେ ବିଛାଇ ହୋଇ ପଡିଥିଲା ଫୁଲମାଳ । ଆଉ ସେ ମଧ୍ୟ ଶୋଇ ରହିଥିଲେ ମୃତକଙ୍କ ଭଳି ।

ପରେ ଶହ ଶହ ଲୋକ ତାଙ୍କ ଶେଷ ଶୋଭାଯାତ୍ରାରେ ସାମିଲ ହେବାପାଇଁ ଆସିଥିଲେ । ଶ୍ମଶାନରେ ପହଞ୍ଚିବା ପରେ ହଠାତ କୋକେଇରୁ ଉଠି ପଡିଥିଲେ ମୋହନ । ଆଉ ସମସ୍ତଙ୍କୁ ନିଜ ମୃତ୍ୟୁ ଅଭିନୟ ପଛର କାରଣ କହିଥିଲେ । ସେ କହିଥିଲେ, ପ୍ରକୃତରେ ସେ ଜାଣିବାକୁ ଚାହୁଁଥିଲେ କେତେଲୋକ ତାଙ୍କୁ ସମ୍ମାନ କରନ୍ତି, ଆଉ ଭଲ ପାଆନ୍ତି । ପରେ ସେହି ସ୍ଥାନରେ ଏକ କୁଶ ପୁତ୍ତଳିକା ଜଳା ହୋଇଥିଲା । ଆଉ ମୋହନ ନିଜେ ସମସ୍ତଙ୍କ ପାଇଁ ଭୋଜିର ବ୍ୟବସ୍ଥା କରିଥିଲେ ।

ଗାଁ ଲୋକଙ୍କ ମୁତାବକ, ମୋହନ ଜଣେ ସମାଜ ସେବୀ ଅଟନ୍ତି । ଗତ କିଛିଦିନ ତଳେ ବର୍ଷା ଋତୁରେ ଶବଦାହ କରିବାରେ ଅସୁବିଧା ହେଉଥିବା ଦେଖି ସେ ନିଜ ଖର୍ଚ୍ଚରେ ଗାଁରେ ତିଆରି କରିଥିଲେ ଏକ ସୁସଜ୍ଜିତ ଶ୍ମଶାନ ଗୃହ । ଏହାର ଉଦଘାଟନ ମଧ୍ୟ ସେହି ଦିନ କରିଥିଲେ ମୋହନ । ସେ କହିଥିଲେ, ତାଙ୍କର ଅନ୍ତିମ ଯାତ୍ରାରେ ଗାଁ ଲୋକଙ୍କର ଅଂଶଗ୍ରହଣ କରିବା ତାଙ୍କୁ ଅତ୍ୟନ୍ତ ଖୁସି ଦେଇଥିଲା। ତେବେ ଯଦି ମୋହନ ଲାଲଙ୍କ ପରିବାର କଥା କୁହାଯାଏ, ତେବେ ତାଙ୍କର ପତ୍ନୀ ଦୀର୍ଘ ୧୪ ବର୍ଷ ତଳୁ ଚାଲି ଯାଇଛନ୍ତି । ଏବେ ତାଙ୍କର ଦୁଇଟି ପୁଅ ଏବଂ ଗୋଟେ ଝିଅ ଅଛନ୍ତି।

Related Topics

Explore more stories

Sponsored
Retired IAF officer stages his own funeral | Argus News