Sambhar Salt Lake pink / ରାଜସ୍ଥାନର ସମ୍ଭର ଲବଣ ହ୍ରଦ ହଠାତ୍ ଗୋଲାପୀ ରଙ୍ଗ ହୋଇଗଲା...ଦେଖନ୍ତୁ ଆପଣଙ୍କ ହୃଦୟକୁ ବି ନିଶ୍ଚିତ ଛୁଇଁବ
·7 months ago·3 min read

Key Points
ରାଜସ୍ଥାନ ସମ୍ଭର ଲବଣ ହ୍ରଦ ହଠାତ ଗୋଲାପୀ ହୋଇଯାଇଛି। ହେଲେ କାହିଁକି ଚାଲନ୍ତୁ ଜାଣିବ। ପ୍ରବଳ ଶୀତ ପାଇଁ ହଜାର ହଜାର ପ୍ରବାସୀ ସାଇବେରିଆନ ଫ୍ଲାମିଙ୍ଗୋ ରାଜସ୍ଥାନର ସମ୍ଭର ହ୍ରଦକୁ ଆସିଛନ୍ତି।
"ସାମ୍ ଗୁଲାବି ସେହର ଗୁଲାବି
ପେହର ଗୁଲାବି, ହେ ଗୁଲାବି ୟେ ସେହର"
ହଁ ଆଜ୍ଞା ଆମେ କହୁଛୁ ରାଜସ୍ଥାନ କଥା। ଯାହା ପିଙ୍କ ସିଟି ନାଁରେ ବେଶ ଜଣାଶୁଣା। ଏକ ଚମତ୍କାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଯାହା ସମସ୍ତଙ୍କ ହୃଦୟକୁ ବି ଛୁଇଁଛି। ରାଜସ୍ଥାନ ସମ୍ଭର ଲବଣ ହ୍ରଦ ହଠାତ ଗୋଲାପୀ ହୋଇଯାଇଛି। ହେଲେ କାହିଁକି ଚାଲନ୍ତୁ ଜାଣିବ।
ପ୍ରବଳ ଶୀତ ପାଇଁ ହଜାର ହଜାର ପ୍ରବାସୀ ସାଇବେରିଆନ ଫ୍ଲାମିଙ୍ଗୋ ରାଜସ୍ଥାନର ସମ୍ଭର ହ୍ରଦକୁ ଆସିଛନ୍ତି। ଏମାନେ ପ୍ରତିବର୍ଷ ଆସନ୍ତି। ଯାହା ପକ୍ଷୀ ପରୀକ୍ଷକ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ମଧ୍ୟ-ଏସୀୟ ଫ୍ଲାଏୱେ ସହିତ ବାର୍ଷିକ ପ୍ରବାସ ଜୟପୁର ନିକଟବର୍ତ୍ତୀ ହ୍ରଦକୁ ଅସ୍ୱାଭାବିକ ଭାବରେ ବହୁ ସଂଖ୍ୟକ ଫ୍ଲାମିଙ୍ଗୋ ଆଣିଛି, ଯାହା ଏହାର ଅଗଭୀର ଲୁଣିଆ ଜଳକୁ ଏକ ସୁନ୍ଦର ଦୃଶ୍ୟରେ ପରିଣତ କରିଛି।
ସୋସିଆଲ ମିଡିଆରେ ଏହି ପିଙ୍କ ଫ୍ଲାମିଙ୍ଗୋଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଦଳ ଦଳ ହୋଇ ଉଡ଼ୁଛନ୍ତି। ସତରେ ପ୍ରକୃତିର ଦୃଶ୍ୟ ଅତ୍ୟନ୍ତ ମନୋରମ। ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ଭଲ ଜଳସ୍ତର ଏବଂ ପ୍ରଚୁର ଖାଦ୍ୟ ସମେତ ଅନୁକୂଳ ପରିସ୍ଥିତି ଯୋଗୁ ଉକ୍ତ ହ୍ରଦରେ ବହୁ ସାରା ଫ୍ଲାମିଙ୍ଗୋ ପକ୍ଷୀ ବସତି ସ୍ଥାପନ କରିଛନ୍ତି। ଏହା ଗ୍ରେଟର ଏବଂ ଲେସର୍ ଫ୍ଲାମିଙ୍ଗୋ ଉଭୟଙ୍କ ପାଇଁ ଏକ ପ୍ରମୁଖ ରହଣି ଏବଂ ଶୀତକାଳୀନ ସ୍ଥାନ। ଏହି ପକ୍ଷୀ ମାନେ ଡିସେମ୍ବର ମାସ ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହିଠାରେ ରୁହନ୍ତି। ଆଉ ଏଠାରେ ରହିବାକୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଧାଇଁ ଆସନ୍ତି। ପ୍ରାୟ 240 ବର୍ଗ କିଲୋମିଟର ବ୍ୟାପି ଏହି ହ୍ରଦ ରୁଷ, ସାଇବେରିଆ ଏବଂ ମଙ୍ଗୋଲିଆ ଭଳି ଦେଶରୁ ବିଦେଶୀ ପକ୍ଷୀଙ୍କୁ ଆକର୍ଷିତ କରେ।
ଏହାସହ ପଢ଼ନ୍ତୁ: ହିମାଚଳ ପ୍ରଦେଶର ଜଙ୍ଗଲରେ ଦେଖାଗଲା ବିରଳ ଧଳା ମାଙ୍କଡ଼
ପକ୍ଷୀ ବିଶେଷଜ୍ଞ ଗୌରବ ଦଧିଚ ANIକୁ କହିଛନ୍ତି ଯେ ସାମ୍ବର ହ୍ରଦକୁ ବାର୍ଷିକ ପ୍ରବାସ ସାଧାରଣତଃ ଅକ୍ଟୋବରରେ ଆରମ୍ଭ ହୋଇଥାଏ ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥାଏ। ଏହି ହ୍ରଦରେ ଅନେକ ପ୍ରଜାତିର ବତକ ଏବଂ ଅନ୍ୟାନ୍ୟ ପ୍ରବାସୀ ପକ୍ଷୀଙ୍କ ସହିତ ଲେସର୍ ଫ୍ଲାମିଙ୍ଗୋ ଏବଂ ଗ୍ରେଟର୍ ଫ୍ଲାମିଙ୍ଗୋଙ୍କ ବଡ଼ ଦଳ ଦେଖାଯାଏ।
୧୨ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳ ଅଧ୍ୟୟନ କରିବା ପରେ, ଦଧିଚ କହିଛନ୍ତି ଯେ ସେ ସାମ୍ବରରେ 300 ରୁ ଅଧିକ ପକ୍ଷୀ ପ୍ରଜାତିକୁ ଦସ୍ତାବିଜ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବର୍ଷ ଅଧିକ ବର୍ଷା ସେମାନଙ୍କ ଆଗମନକୁ ଆହୁରି ଅନୁକୂଳ କରିଛି। ଚଳିତବର୍ଷ ପକ୍ଷୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି। "ବର୍ତ୍ତମାନ, ହ୍ରଦ ଅଞ୍ଚଳରେ ପ୍ରାୟ 2 ରୁ 2.5 ଲକ୍ଷ ଫ୍ଲାମିଙ୍ଗୋ ଦେଖିବାକୁ ମିଳିପାରିବେ," ସେ କହିଛନ୍ତି।
ଏହି ଚମତ୍କାର ଦୃଶ୍ୟ ପର୍ଯ୍ୟଟକ, ପକ୍ଷୀପରୀକ୍ଷକ, ଫଟୋଗ୍ରାଫର ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିଛି। "ହ୍ରଦଟି ଏକ ମନୋରମ ଦୃଶ୍ୟ ପ୍ରଦାନ କରୁଛି। ଯାହା ଫ୍ଲାମିଙ୍ଗୋଙ୍କ ଉପସ୍ଥିତିକୁ ଆହୁରି ଯାଦୁକରୀ କରୁଛି ବୋଲି" ସେ ଆହୁରି ମଧ୍ୟ କହିଛନ୍ତି।
ଏହି ଆକର୍ଷଣୀୟ ଦୃଶ୍ୟ ଫଟୋଗ୍ରାଫର, ପ୍ରକୃତି ଉତ୍ସାହୀ ଏବଂ ଗବେଷକମାନଙ୍କୁ ଆକର୍ଷିତ କରିଛି ଯେଉଁମାନେ ପ୍ରବାସୀ ପକ୍ଷୀମାନଙ୍କୁ ଗୋଲାପୀ ରଙ୍ଗର ଦୃଶ୍ୟରେ ଦେଖିବାକୁ ଆଗ୍ରହୀ। ଶୀତ ଋତୁ ଆରମ୍ଭ ହେବା ସହିତ, ବହୁ ସଂଖ୍ୟକ ଫ୍ଲାମିଙ୍ଗୋ ଭାରତର ସର୍ବବୃହତ ଅନ୍ତର୍ଦେଶୀୟ ଲବଣ ହ୍ରଦକୁ ଆସି ଏହି ହ୍ରଦର ଶୋଭାକୁ ଦ୍ବିଗୁଣିତ କରନ୍ତି। ଯଦି ଆପଣ ଶୀତଦିନେ ରାଜସ୍ଥାନ ଯିବାର ପ୍ଲାନ କରୁଛନ୍ତି ଏହି ସ୍ଥାନକୁ ନିଶ୍ଚିତ ଯାଆନ୍ତୁ। ଏହା ସବୁଠାରୁ ବଡ଼ ଲବଣ ହ୍ରଦ ଏହି ସ୍ଥାନରୁ ସାରା ଦେଶକୁ ଲୁଣ ରପ୍ତାନୀ ହେଉଛି। ଏହି ହ୍ରଦର ପାଣି ମଧ୍ୟ ଗୋଲାପୀ। ତେବେ ପିଙ୍କ ସଲ୍ଟ ଏହିଠାରୁ ରପ୍ତାନୀ ହେଉଛି ବୋଲି କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories