Smriti Palash controversy / ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ମୁଚ୍ଛାଲ ? ଭାଇରାଲ ହେଉଛି ସ୍କ୍ରିନ୍ସଟ୍...
·4 months ago·2 min read

Key Points
ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଚାଟ୍ର ସ୍କ୍ରିନ୍ସଟ୍ ।
ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ବିବାହ ପୂର୍ବରୁ ହଲଦୀ ଓ ମେହେନ୍ଦୀ ଉତ୍ସବ ମଧ୍ୟ ଜୋରସୋରରେ ଚାଲିଥିଲା । କିନ୍ତୁ ୨୩ ତାରିଖରେ ହଠାତ୍ ଏକ ଖବର ଆସିଲା ଯେ, ସ୍ମୃତି ଓ ପଲାଶଙ୍କ ବିବାହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ସ୍ମୃତି ମନ୍ଧାନାଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ସମୟରେ ସ୍ମୃତିଙ୍କ ମ୍ୟାନେଜର ଓ ପଲାଶଙ୍କ ଭଉଣୀ କହିଥିଲେ ।
କିନ୍ତୁ ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତକୁ ନେଇ ସୋସିଆଲ ମିଡିଆରେ ଏକ ନୂତନ ବିବାଦ ସୃଷ୍ଟି ହୋଇଛି। ଏବେ ପଲାଶ ମୁଚ୍ଛଲଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଏହି ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାକୁ ଆଣିଛି ।
ବିବାହ ସ୍ଥଗିତ ହେବା ପରେ ପଲାଶଙ୍କ ଜଣେ ମହିଳାଙ୍କ ସହିତ ପ୍ରେମଭରା ଚାଟର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଆଉ ଏହି ସ୍କ୍ରିନ୍ସଟ୍ ଭାଇରାଲ ହେବା ପରେ ଏହି ଘଟଣା ଏକ ନୂଆ ମୋଡ ନେଇଛି ।

ଏହି ସ୍କ୍ରିନ୍ସଟ୍ ଗୁଡ଼ିକ ପ୍ରଥମେ ମ୍ୟାରୀ ଡି'କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ସେୟାର କରିଥିଲେ ଏବଂ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁ ଆକାଉଣ୍ଟରୁ ପ୍ରଥମେ ଏହା ପୋଷ୍ଟ କରାଯାଇଥିଲା ତାହା ଏବେ ଡି ଆକ୍ଟିଭେଟ୍ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସ୍କ୍ରିନ୍ସଟ୍ରେ କେତେ ସତ୍ୟତା ରହିଛି ତାହା ଏବେ ସ୍ପଷ୍ଟ ହୋଇନି । ତେବେ ଭାଇରାଲ ହେଉଥିବା ଏହି ଚାଟ୍ଗୁଡ଼ିକ ୨୦୨୫ ମସିହା ମେ' ମାସର ବୋଲି କୁହାଯାଉଛି ।
ତେବେ କିଛି ଦିନ ପୂର୍ବରୁ ପଲାଶ ମୁଚ୍ଛଲ ସ୍ମୃତିଙ୍କୁ ମୁମ୍ବାଇର ଡି ଓ୍ବାଇ ପାଟିଲ୍ ଷ୍ଟାଡିୟମରେ ପ୍ରପୋଜ୍ କରିଥିଲେ । ଆଉ ଏହି ଭିଡିଓକୁ ଉଭୟେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ସେହିପରି ସ୍ମୃତି ତାଙ୍କ ଇନଷ୍ଟାଗ୍ରାମରେ ସେ ତାଙ୍କ ନିର୍ବନ୍ଧ ମୁଦିର ଫଟୋ ମଧ୍ୟ ସେୟାର କରିଥିଲେ । କିନ୍ତୁ ବିବାହ ସ୍ଥଗିତ ହେବା ପରେ ଏହି ସମସ୍ତ ପୋଷ୍ଟକୁ ସ୍ମୃତି ମନ୍ଧାନା ଡିଲେଟ୍ କରିଦେଇଛନ୍ତି । ଆଉ ସ୍ମୃତିଙ୍କ ଏହି ପଦକ୍ଷେପ ପରେ ତାଙ୍କ ଫ୍ୟାନ୍ମାନଙ୍କୁ ଚିନ୍ତିତ କରିଛି । ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି କି ନାହିଁ ସେନେଇ ଦୁଇ ଜଣଙ୍କ ଫ୍ୟାନ୍ ବେଶ୍ ଚିନ୍ତିତ ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ଏହି ବିଷୟରେ ମୁହଁ ଖୋଲି ନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories