Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bus Fire Accident / ଦୀପାବଳି ପାଳିବାକୁ ଘରକୁ ଫେରୁଥିବାବେଳେ ଜଳିଗଲେ ଯବାନଙ୍କ ସମେତ ପରିବାରର ୪ଜଣ ସଦସ୍ୟ

Ritu Das
Browse all articles by Ritu Das
·9 months ago·2 min read
ଦୀପାବଳି ପାଳିବାକୁ ଘରକୁ ଫେରୁଥିବାବେଳେ ଜଳିଗଲେ ଯବାନଙ୍କ ସମେତ ପରିବାରର ୪ଜଣ ସଦସ୍ୟ

Key Points

ରାଜସ୍ଥାନର ଯୋଧପୁର ରାଜପଥରେ ଏକ ଭୟାବହ ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ରାଜସ୍ଥାନର ଯୋଧପୁର ରାଜପଥରେ ଏକ ଭୟାବହ ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।


ଜୈସଲମେରରେ ଜଳିଗଲା ଚଳନ୍ତା ବସ୍, ନିଆଁରେ ପୋଡ଼ି ୧୨ ଜଣଙ୍କ ମୃତ୍ୟୁ


ଏହି ମୃତକଙ୍କ ମଧ୍ୟରେ ଯବାନ ମହେନ୍ଦ୍ର ମେଘୱାଲ ଏବଂ ତାଙ୍କ ପରିବାରର ସାମିଲ ଅଛନ୍ତି। ମହେନ୍ଦ୍ର ତାଙ୍କ ପତ୍ନୀ ପାର୍ବତୀ, ଦୁଇ ଝିଅ ଖୁସବୁ ଏବଂ ଦୀକ୍ଷା ଏବଂ ପୁଅ ଶୌର୍ଯ୍ୟଙ୍କ ସହିତ ଘରକୁ ଯିବା ପାଇଁ ଖୁବ ଖୁସିରେ ବସ୍ ଚଢ଼ିଥିଲେ। ଦୀପାବଳି ଧୁମଧାମରେ ପାଳନ କରିବାକୁ ବସ୍‌ରେ ଚଢ଼ିଥିଲେ। କିନ୍ତୁ ତାଙ୍କୁ କଣ ଜଣାଥିଲା ଯେ, ଏହା ସେମାନଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ବୋଲି। ସ୍ତ୍ରୀ ପାର୍ବତୀଙ୍କ ସହିତ ଦୀପାବଳିର ବହୁ ସାରା ପ୍ଲାନିଂ କରିଥିଲେ।


କିନ୍ତୁ କେହି ଜାଣି ନ ଥିଲେ ବସ୍‌ରେ ଯେମିତି ମୃତ୍ୟୁ ଯମ ଛକି ବସିଥିଲା। ମହେନ୍ଦ୍ର ଚଢ଼ିଥିବା ବସରେ ୫୭ଜଣ ଯାତ୍ରୀ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବେଶ ଉତ୍ସାହିତ ଥିଲେ। କିନ୍ତୁ କିଛି ସମୟ ପରେ ଏ ବସଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା। ଆଉ ଦେଖୁଦେଖୁ ୨୦ଜଣ ଯାତ୍ରୀ ଉକ୍ତ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯିବେ ବୋଲି କେହି ଜାଣି ନ ଥିଲେ। ଶେଷରେ ଦଇବ ଏଡେ ନିଷ୍ଠୁର କେମିତି ହେଲୁ ହସ ଖୁସିର ପରିବାର ଆଖି ପିଛୁଳାକେ ନିଶ୍ଚିହ୍ନ ହୋଇଗଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ


ମହେନ୍ଦ୍ରଙ୍କ ବୃଦ୍ଧା ମାଆଙ୍କ ଅପେକ୍ଷା ଆଉ କେବେ ଶେଷ ହେବ ନାହିଁ। ତାଙ୍କ ପ୍ରିୟ ପୁଅ ଆଉ ତାଙ୍କ ପାଖକୁ ଫେରିବ ନାହିଁ। ଯୋଧପୁରରୁ 100 କିଲୋମିଟର ଦୂର ଡେଚୁ ଗାଁରେ ତାଙ୍କ ପୁଅକୁ ଅପେକ୍ଷା କରି ତାଙ୍କ ଆଖି ନିଶ୍ଚୟ ତାଙ୍କ ଲୁହର ବନ୍ୟାରେ ଥଣ୍ଡା ହୋଇଯାଉଥିବ। ଦୁର୍ଭାଗ୍ୟପୂର୍ଣ୍ଣ ବସ୍‌ରେ ନିଆଁ ଏତେ ଭୟଙ୍କର ଥିଲା ଯେ ମୃତକଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ପୋଲିସ ଏବେ ଡିଏନଏ ନମୁନା ସଂଗ୍ରହ କରିବାକୁ ପ୍ରସ୍ତୁତ ହେଉଛି।


ଜୈସଲମେରର ଇନ୍ଦିରା କଲୋନୀରେ ମହେନ୍ଦ୍ର ଭଡ଼ାରେ ରହୁଥିଲେ। ମହେନ୍ଦ୍ର ଗୋଳାବାରୁଦ ଡିପୋରେ ନିଯୁକ୍ତ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡିଏନଏ ନମୁନା ସଂଗ୍ରହ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହସ୍ପିଟାଲରେ ଭର୍ତ୍ତି ଆହତମାନଙ୍କୁ ମଧ୍ୟ ଭେଟିଥିଲେ।

Related Topics

Explore more stories

Sponsored
Soldier and Family of Four Die in Bus Fire While Returning Home for Diwali | Argus News