Tamil Nadu elephant attack / ଝରକା ଖୋଲୁଖୋଲୁ ଜଙ୍ଗଲୀହାତୀ ପାଦତଳେ ଗଲା ଜେଜେମା’ ଓ ନାତୁଣୀଙ୍କ ଜୀବନ

Key Points
ତାମିଲନାଡ଼ୁର ବଲପରାଇରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦନ୍ତାହାତୀ ଆକ୍ରମଣରେ ଜେଜେମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇମୃତକଙ୍କ ନାମ ଅସଲା ଓ ହେମଶ୍ରୀ।
ତାମିଲନାଡ଼ୁର ବଲପରାଇରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦନ୍ତାହାତୀ ଆକ୍ରମଣରେ ଜେଜେମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇମୃତକଙ୍କ ନାମ ଅସଲା ଓ ହେମଶ୍ରୀ।
ଗତ ରବିବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ଏହି ସମୟରେ ଅସଲା ନାମକ ବୃଦ୍ଧା ତାଙ୍କ ନାତୁଣୀ ହେମଶ୍ରୀଙ୍କୁ ଧରି ଘରେ ଶୋଇଥିଲେ। ରାତିପ୍ରାୟ ୩.୪୫ରେ ଘରର ଝରକା କେହିଜଣେ ବାଡଉଥିବାର ଅସଲା ଶୁଣିବାକୁ ପାଇଥିଲେ। ଏତେ ରାତିରେ କେହି ଜଣେ ଜରୁରୀକାମ ପାଇଁ ବୋଧ ହୁଏ ଝରକା ବାଡଉଥିବାରୁ ଅନୁମାନ କରି ଅସଲା ଦ୍ବାରା ଖୋଲି ଦେଇଥିଲେ। ଏହି ସମୟରେ ଅସଲା କିଛି ବୁଝିବା ପୂର୍ବରୁ ଏକ ଦନ୍ତା ହାତୀ ତାଙ୍କୁ ଓ ତାଙ୍କ ନାତୁଣୀ ଉପରେ ଆକ୍ରମଣ କରି ମାରି ଦେଇଥିଲା।
ରେଳ ଧାରଣା ପାର ହେଉଥିବା ସମୟରେ ବାଇକରୁ ଖସି ପଡ଼ିଲେ ଯୁବକ: ଚାପିଦେଲା ଟ୍ରେନ
📱 Get Argus News App
✨ଏହି ଘଟଣାକୁ ନେଇ ବନ ବିଭାଗର ଅଧିକାରୀ କହିଛନ୍ତି, ‘ଏହି ଅଞ୍ଚଳରେ ପ୍ରାୟତଃ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଗାଁ ଭିତରକୁ ପଶି ଆସିଥାଆନ୍ତି। ଏହି ହାତୀପଲଙ୍କୁ ତଡ଼ିବା ପାଇଁ ଏକ ଟିମ ବି ଗଠନ କରାଯାଇଛି। ତେବେ ହାତୀପଲଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳର ଲୋକଙ୍କୁ ସନ୍ଧ୍ୟାଗଡ଼ିଗଲା ପରେ ଘରୁ ନବାହାରିବା ପାଇଁ ଚେତବାନୀ ଦିଆଯାଇଥିଲା। କାରଣ ଏମିତି ଘଟଣା ଗାଁରେ ଅନେକ ଥର ଘଟି ସାରିଛି।
ତାମିଲନାଡୁରେ ହାତୀ-ମଣିଷ ଲଢେଇ କାହିଁକି ବଢ଼ୁଛି?
ଶେଷ କିଛି ବର୍ଷରେ ତାମିଲନାଡୁରେ ହାତୀ ଆକ୍ରମଣ ଘଟଣା ଦ୍ରୁତ ଭାବରେ ବଢ଼ିଛି । ଏହାର ପ୍ରମୁଖ କାରଣ ହେଉଛି ବନ ଆବାସ ଓ ହାତୀ ପଥ ନଷ୍ଟ ହେବା । ମଣିଷ ନିଜ ସୁବିଧା ପାଇଁ ପାଇଁ ଜଙ୍ଗଲ ପଦା କରି ବଡ଼ ବଡ଼ ବିଲ୍ଡିଂ କରିବାରେ ଲାଗିପଡ଼ିଛି। କହିଲେ ଦେଖି ହାତୀ ମାନେ ଜଙ୍ଗଲୀ ପ୍ରାଣୀ ଜଙ୍ଗଲ ପଦା ହୋଇଗଲେ ସେମାନେ ଯିବେ କୁଆଡ଼େ। କିଛି ବର୍ଷ ହେଲା ହାତୀ ମନୁଷ୍ୟ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି ।ପାହାଡ଼ ଅଞ୍ଚଳ ଓ ବନାଞ୍ଚଳରେ ନିର୍ମାଣ କାମ, ରାସ୍ତା ଓ ରେଳ ରୁଟ୍ ବଢ଼ିବାରୁ ହାତୀମାନେ ତାଙ୍କ ପୁରୁଣା ରାସ୍ତା ହାରାଇ ଯାଉଛନ୍ତି।
ଏହାସହ ପଢ଼ନ୍ତୁ: ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ
ଖାଦ୍ୟ ଓ ପାଣିର ଅଭାବ ହେତୁ ସେମାନେ ଗ୍ରାମାଞ୍ଚଳକୁ ପଶୁଛନ୍ତି । ଯେତେବେଳେ ହାତୀ ପଲ ଜନବସତିକୁ ପ୍ରବେଶ କରୁଛନ୍ତି। ସେତେବେଳେ ମାନବସମାଜ ଭୟଭୀତ ହୋଇ ସେମାନଙ୍କୁ ଘଉଡ଼ାଇବାକୁ ଅସ୍ତବ୍ୟସ୍ତ ହୋଇପଡ଼ନ୍ତ। ଯାହାଫଳରେ କେତେବେଳେ ହାତୀ ମୃତ୍ୟୁ ହେଉଛି ତ ଆଉ କେତେବଳେ ମଣିଷଙ୍କର ଜୀବନ ଯାଉଛି।
ତେବେ ତାମିଲନାଡ଼ୁର କୋଏମ୍ବାଟୁର, ବାଲେଶ୍ବର ଜିଲ୍ଲାର ନିଳଗିରି ଓ ମଦୁରାଇ ଜିଲ୍ଲାରେ ଏଭଳି ଘଟଣା ଅଧିକ ହେଉଛି । ଏହି ଅଞ୍ଚଳଗୁଡ଼ିକରେ ହାତୀ ଏବଂ ମଣିଷ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି।
ଏହି ସମସ୍ୟା ରୋକିବା ପାଇଁ ବନ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଗାଁ ଲୋକଙ୍କ ସମନ୍ୱୟ ଆବଶ୍ୟକ । ହାତୀ ଆବାସ ରକ୍ଷା, ସୁରକ୍ଷିତ ହାତୀଙ୍କ ପଥ ଓ ଜନସଚେତନତା ହେଲେ ତାମିଲନାଡ଼ୁରେ ଏଭଳି ଘଟଣା କମିପାରିବ ।
Related Topics
Explore more stories