Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ

Odisha

Elephant Killed / ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ

Key Points

ବନବିଭାଗର ଅବହେଳା ଯୋଗୁଁ ପୁଣି ଏକ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହାକୁ ମିଶାଇ ଦେବଗଡ ଜିଲ୍ଲାରେ ହାତୀ ଆକ୍ରମଣ ଯୋଗୁଁ ଚଳିତ ବର୍ଷ ୬ ଜଣଙ୍କର ଜୀବନ ଗଲାଣି ।

ବାଇକରେ ଯାଉଥିବା ବେଳେ ଦଳିଦେଲା ହାତୀ, ଜଣେ ମୃତ, ଅଳ୍ପକେ ବର୍ତ୍ତିଗଲେ ମହିଳା । ଘଟଣା ଘଟିଛି ବଡ଼ବିଲ ରେଞ୍ଜ, ବିଲେଇପଦା ବିଟ୍ ଅଧୀନ ତିତିରବିଲ୍ ଛକରେ । ମୃତକ ହେଉଛନ୍ତି ଜାମପାଣି ଗାଁର ବିତେଶ ଦେହୁରୀ । ବିତେଶ ଓ ତାଙ୍କର ଜଣେ ସଂପର୍କୀୟ ମହିଳା, ଉଭୟ ଏକ ବାଇକ୍ ଯୋଗେ ଜାମପାଣିରୁ ରୁଡ଼କେଳା ଯାଉଥିବା ସମୟରେ ତିତିରବିଲ୍ ଛକ ନିକଟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ବିତେଶ ଦେହୁରୀଙ୍କୁ ଟେକିନେଇ ଦଳି ଦେଇଥିଲା, ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ମହିଳା ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ଭର୍ତ୍ତିଯାଇଛନ୍ତି । ଘଟଣା ସ୍ଥଳରେ ବନ ଅଧିକାରୀ ଓ ଯୋଡ଼ା ପୋଲିସ୍ ପହଞ୍ଚିଛନ୍ତି । ନୟାକୃଷ୍ଣପୁରଠାରୁ ଅଂସେଇକଳା ଯାଏଁ ରାସ୍ତାର ଉଭୟ ପାର୍ଶ୍ଵ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି । ଏବେ ରାସ୍ତାର ବାମପଟେ ୨୦ ଓ ଡାହାଣପଟେ ୩୩ଟି ହାତୀ ରହିଥିବା ସୂଚନା ରହିଛି ।


ଏହା ସହ ପଢ଼ନ୍ତୁ:- ଯାତାୟତ ଠପ୍‌ ! ବଢ଼ୁଛି ତେଲ ପିଆଜ ଦର...

ସେପଟେ ଦେବଗଡ଼ ବନଖଣ୍ଡରେ ହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ମୃତ । ଲଇମୁରା ସେକ୍ସନ ଖୋଲଡିହି ଗ୍ରାମରେ ଆଜି ସନ୍ଧ୍ୟାରେ ଶୋଭାରାମ ରୋହିଦାଶ ଜଙ୍ଗଲକୁ ଯାଉଥିବା ବେଳେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ତଳେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ । ବାମରା ଡିଭିଜନରୁ ହାତୀପଲ ଆସିଥିବା ବେଳେ ବନବିଭାଗ ଟ୍ରାକ କରିବାରେ ବିଫଳ ହୋଇଥିଲା । ବନବିଭାଗର ଅବହେଳା ଯୋଗୁଁ ପୁଣି ଏକ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ମିଶାଇ ଦେବଗଡ ଜିଲ୍ଲାରେ ହାତୀ ଆକ୍ରମଣ ଯୋଗୁଁ ଚଳିତ ବର୍ଷ ୬ ଜଣଙ୍କର ଜୀବନ ଗଲାଣି । ପ୍ରତିଦିନ ହାତୀ ମଣୀଷ ଲଢ଼େଇ ଚାଲିଥିବା ବେଳେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି ।

ସେହିଭଳି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କୁସୁମୀ ବ୍ଲକ ବାସିଲା ଗ୍ରାମର ଆଦିବାସୀ ବୃଦ୍ଧ ରାମତିଆ କଳା(୭୫)। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ରେଞ୍ଜ ତଥା କୁସୁମୀ ବ୍ଲକ ବାସିଲା ଗ୍ରାମର ରାମତିଆ ଶନିବାର ସକାଳୁ ଗ୍ରାମ ନିକଟସ୍ଥ କାହ୍ନୁ ନଦୀକୁ ଶୌଚ ହେବାକୁ ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହ ପଢ଼ନ୍ତୁ:- ୪ ଦିନ ବର୍ଷିବ ! ତାପରେ ଶୀତ ଆସିବ...


ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହୁଥିବା ୬ ଟିକିଆ ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ତାଙ୍କୁ ବିଭତ୍ସ ଭାବେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ବାଦାମପାହାଡ ପୋଲିସ ଓ ବନବିଭାଗଖବର ପାଇ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ପୋଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି । ସୂଚନାଯୋଗ୍ୟ, ମୃତ୍ୟ ରାମତିଆଙ୍କ ସ୍ତ୍ରୀ କିମ୍ବା କୌଣସି ସନ୍ତାନ ନଥିବା ବେଳେ ବାର୍ଦ୍ଧକ୍ୟ ସମୟରେ ତାଙ୍କ ପୁତୁରା ମାନେ ତାଙ୍କୁ ଦେଖାଶୁଣା କରୁଥିଲେ ।

Related Topics

Explore more stories

Sponsored
Elephant Killed | Man Dies In Tusked Elephant Attack | Argus News