IAF Martyr Last Rites / ସହିଦ ସ୍ବାମୀଙ୍କୁ ଶେଷ ସାଲ୍ୟୁଟ୍, କାନ୍ଦି କାନ୍ଦି ଦେଲେ ବିଦାୟ...ଆଖିରେ ଲହୁ ଆଣିଦେବ ଏହି Video
·7 months ago·2 min read

Key Points
ପଞ୍ଚଭୂତରେ ବିଲୀନ ହେଲା ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ପାର୍ଥିବ ଶରୀର
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଶୋକାକୁଳ ପରିବେଶରେ ୱିଙ୍ଗ କମାଣ୍ଡରଙ୍କୁ ଶେଷ ବିଦାୟ

ଦୁବାଇ ଏୟାର ଶୋ’ ସମୟରେ ତେଜସ୍ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୱିଙ୍ଗ କମାଣ୍ଡର ନମାଂଶ ସିଆଲ । ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ନମାଂଶ ସିଆଲଙ୍କ ପାର୍ଥିବ ଶରୀରକୁ ଶନିବାର ୟୁଏଇରୁ ଭାରତ ଅଣାଯାଇଥିଲା । ରବିବାର ସକାଳେ ଓ୍ବିଙ୍ଗ୍ କମାଣ୍ଡରଙ୍କ ମୃତଦେହକୁ ହିମାଚଳ ପ୍ରଦେଶର କାଙ୍ଗ୍ରା ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ବାୟୁସେନା ଅଧିକାରୀ, ସ୍ଥାନୀୟ ଲୋକ ଏବଂ ପରିବାର ସଦସ୍ୟ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ତାଙ୍କ ପତ୍ନୀ ୱିଙ୍ଗ୍ କମାଣ୍ଡର ଅଫସାନା, ତାଙ୍କ ସାତ ବର୍ଷର ଝିଅ ଏବଂ ପିତାମାତା ନମାଂଶଙ୍କୁ ଶେଷ ଦର୍ଶନ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଝିଅର ହାତ ଧରି ପତ୍ନୀ ଅଫସାନା ଆଇଏଏଫ୍ ଅଧିକାରୀମାନଙ୍କ ସହିତ ଲୁହଭରା ଆଖି ସହ ଧିରେ ଧିରେ ସ୍ବାମୀଙ୍କ ମୃତଦେହ ପାଖକୁ ଯାଇଥିଲେ । ଆଉ ଯେତେବେଳେ ସେ ତାଙ୍କ ସ୍ବାମୀଙ୍କ ମୃତଦେହ ପାଖରେ ପହଞ୍ଚିଥିଲେ ସେ ସମୟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ୱିଙ୍ଗ୍ କମାଣ୍ଡର ଅଫସାନା ତାଙ୍କ ସ୍ୱାମୀଙ୍କୁ ଶେଷ ସାଲ୍ୟୁଟ୍ କରିଥିଲେ । ଆଖିରେ ଲୁହ ସତ୍ତ୍ୱେ ସେ ତାଙ୍କ ସ୍ୱାମୀଙ୍କ ପ୍ରତି ସମ୍ମାନ ପ୍ରକାଶ କରି ସମ୍ପୂର୍ଣ୍ଣ ସାହସ ଏବଂ ମର୍ଯ୍ୟାଦାର ସହିତ ଠିଆ ହୋଇଥିଲେ । ଏହି ମୁହୂର୍ତ୍ତ ସେଠାରେ ଉପସ୍ଥିତ ଅଧିକାରୀ, ସୈନିକ ଏବଂ ସାଧାରଣ ଲୋକଙ୍କୁ ଭାବବିହ୍ବଳ କରିଥିଲା ।
କାଙ୍ଗ୍ରା ବିମାନ ବନ୍ଦରରୁ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଶୋକାକୁଳ ପରିବେଶରେ ୱିଙ୍ଗ କମାଣ୍ଡରଙ୍କୁ ଶେଷ ବିଦାୟ ଦିଆଯାଇଛି । ପରିବାର ସମେତ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ ।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨:୧୦ ସମୟରେ ଆଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା। ତେଜସ୍ ବିମାନଟି ପ୍ରଦର୍ଶନ ପାଇଁ ଉଡୁଥିଲା । ଏହା ଅନେକ ଥର ପ୍ରଦର୍ଶନୀ ସ୍ଥାନ ଉପରେ ଅତିକ୍ରମ କରିଥିଲା । କିନ୍ତୁ ହଠାତ୍ ବିମାନଟି ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଭୂମି ଆଡ଼କୁ ଖସିପଡ଼ିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଓ୍ବିଙ୍ଗ୍ କମାଣ୍ଡର ନମାଂଶ ସିଆଲଙ୍କ ମୃତ୍ୟୁ ହୋଇଥିଲା ।

ମୂଳତଃ ହିମାଚଳ ପ୍ରଦେଶର କାଙ୍ଗ୍ରାର ନମାଂଶଙ୍କ ପ୍ରେମ ବିବାହ ଥିଲା । ତାଙ୍କ ସ୍ତ୍ରୀ ମଧ୍ୟ ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ । ନମାଂଶ ଏବଂ ଅଫସାନାଙ୍କର ଅନେକ ସ୍ୱପ୍ନ ଥିଲା। ସେମାନେ ଏକାଠି ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରିଥିଲେ। କିନ୍ତୁ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ନମାଂଶଙ୍କ ଅକାଳ ବିୟୋଗ ହୋଇଥିଲା ।#WATCH | Himachal Pradesh: Wing Commander Afshan salutes her husband, Wing Commander Namansh Syal, as she pays her last respects to him.
— ANI (@ANI) November 23, 2025
Wing Commander Namansh Syal lost his life in the LCA Tejas crash in Dubai on 21st November. pic.twitter.com/DPKwARut4r
କାଙ୍ଗ୍ରା ବିମାନ ବନ୍ଦରରୁ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଶୋକାକୁଳ ପରିବେଶରେ ୱିଙ୍ଗ କମାଣ୍ଡରଙ୍କୁ ଶେଷ ବିଦାୟ ଦିଆଯାଇଛି । ପରିବାର ସମେତ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ ।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨:୧୦ ସମୟରେ ଆଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା। ତେଜସ୍ ବିମାନଟି ପ୍ରଦର୍ଶନ ପାଇଁ ଉଡୁଥିଲା । ଏହା ଅନେକ ଥର ପ୍ରଦର୍ଶନୀ ସ୍ଥାନ ଉପରେ ଅତିକ୍ରମ କରିଥିଲା । କିନ୍ତୁ ହଠାତ୍ ବିମାନଟି ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଭୂମି ଆଡ଼କୁ ଖସିପଡ଼ିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଓ୍ବିଙ୍ଗ୍ କମାଣ୍ଡର ନମାଂଶ ସିଆଲଙ୍କ ମୃତ୍ୟୁ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories