Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UP Police Social Service / ବୃଦ୍ଧା ମହିଳାଙ୍କ ଦୀପାବଳିକୁ ଆଲୋକିତ କଲେ ୟୁପି ପୋଲିସ କର୍ମଚାରୀ

Ritu Das
Browse all articles by Ritu Das
·8 months ago·2 min read
ବୃଦ୍ଧା ମହିଳାଙ୍କ ଦୀପାବଳିକୁ ଆଲୋକିତ କଲେ ୟୁପି ପୋଲିସ କର୍ମଚାରୀ

Key Points

ପର୍ବପର୍ବାଣୀ ସମୟରେ କିଛି ଏମିତି ଖବର ଶୁଣିବାକୁ ମିଳେ ଯାହା ଆମ ହୃଦୟକୁ ଛୁଇଁଯାଏ। କାରଣ ମଣିଷପଣିଆ ଯେତେବେଳେ ଜଣାପଡ଼େ। ସେତେବେଳେ ଭାରି ଖୁସି ଲାଗେ।
ପର୍ବପର୍ବାଣୀ ସମୟରେ କିଛି ଏମିତି ଖବର ଶୁଣିବାକୁ ମିଳେ ଯାହା ଆମ ହୃଦୟକୁ ଛୁଇଁଯାଏ। କାରଣ ମଣିଷପଣିଆ ଯେତେବେଳେ ଜଣାପଡ଼େ। ସେତେବେଳେ ଭାରି ଖୁସି ଲାଗେ। ଦୀପାବଳି ହେଉଛି ଆଲୋକ ଏବଂ କୃତଜ୍ଞତାର ପର୍ବ। ଏହାମଧ୍ୟରେ ଏକ ଏଭଳି ଖବର ଯାହା ପୁରା ଦେଶକୁ ଭାବୁକ କରିଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିବ କି କେତେକ ପୋଲିସ ଅଧିକାରୀ ଜଣେ ବୃଦ୍ଧାଙ୍କ ଜୀବନରେ ଆଲୁଅ ଭରିଦେଇଛନ୍ତି। କିଛି ଦୀପ ମାଧ୍ୟମରେ।

ଏହାସହ ପଢ଼ନ୍ତୁ : ଏହି ରାଜ୍ୟରେ ତିଆରି ହେଉଛି ଭାରତର ପ୍ରଥମ AI ସହର


ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବୃଦ୍ଧା କିଛି ମାଟିର ଦୀପ ବିକ୍ରି କରୁଛନ୍ତି। କିନ୍ତୁ ତାଙ୍କ ଦୋକାନକୁ କୌଣସି ଗ୍ରାହକ କିଛି କିଣିବାକୁ ଯାଉ ନ ଥିଲେ। ସେଥିପାଇଁ ଯେମିତି ଦିନ ସରୁଥିଲା ସେ ସେତିକି ନିରାଶ ହୋଇଯାଉଥିଲେ। ଆଉ ଏହି ସମୟରେ ଥାନା ଅଧିକାରୀ ବିଜୟ ଗୁପ୍ତା ଏବଂ ତାଙ୍କ ସାଥୀମାନେ ସେଠାରେ ପହଞ୍ଚିଲେ। ଆଉ କିଛି ବିଳମ୍ବ ନ କରି ବୃଦ୍ଧା ମାଉସୀଙ୍କ ଠାରୁ ସବୁ ଦୀପ କିଣିଦେଲେ। ଆଉ ମାଉସୀଙ୍କ ମୁହଁରୁ ନିରାଶାର ଛାୟା ଖୁସିରେ ପରିଣତ ହୋଇଗଲା। ଏହି ସମୟର ସୁନ୍ଦର ମୁହୂର୍ତ୍ତକୁ @MeghUpdates ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଥାନା ଅଧିକାରୀ କେବଳ ତାଙ୍କ ବେପାରକୁ ଆଲୋକିତ କଲେନି ମାଉସୀଙ୍କ ହୃଦୟକୁ ମଧ୍ୟ ଆଲୋକରେ ସଜାଇଦେଲେ।

ଏହାସହ ପଢ଼ନ୍ତୁ : ବିଷ ବଳୟରେ ରାଜଧାନୀ

ଏହାକୁ ନେଇ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି ଏହା ହେଉଛି `ମେଡ ଇନ ଇଣ୍ଡିଆ'ର ସତ ଉଦାହରଣ। ଯେତେବେଳେ ପୋଲିସ ଅଧିକାରୀ ସୁବ ଦୀପ କିଣିଥିଲେ ମାଉସୀଙ୍କ ଆଖିରୁ ଲୁହ ଚାଲିଆସିଥିଲା। ଆଉ ସେ କହିଥିଲେ ପୁଅ ମୋ ଆର୍ଶୀବାଦ ତୋ ସହ ଅଛି। ତୁ ଦୀର୍ଘାୟୁ ହୋ। ଭଗବାନ ତୋତେ ସବୁ ଖୁସି ଦିଅନ୍ତୁ ଏତିକି ମୋର କାମନା। ଶେଷରେ ଦୀପ କିଣିବା ପରେ ପୋଲିସ ଅଧିକାରୀ ୧୦୦୦ ଟଙ୍କା ମଧ୍ୟ ଦେଇଥିଲେ। ଏହି ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏକ ଶିକ୍ଷଣୀୟ ବାର୍ତ୍ତା ଦେଉଛି। ପୋଲିସ ଅଧିକାରୀ ହେଲେବି ତାଙ୍କ ପାଖରେ ମଣିଷପଣିଆ ବଞ୍ଚି ରହିଛି। ଯାହା ସମସ୍ତଙ୍କ ପାଖରେ ନଥାଏ। ଜଣେ ୟୁଜର୍ସ ଲେଖିଛନ୍ତି ଏହା ତ ଭାରତୀୟ ମାନଙ୍କର ବଡ଼ପଣ। ଏଥିପାଇଁ ଆମର ସବୁ ପର୍ବ ବେଶ ସ୍ବତନ୍ତ୍ର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Police Officer Brightens Diwali for Elderly Woman | Argus News