Murder in UP / ୫୦ କୋଟିର ବୀମା ଟଙ୍କା ପାଇବାକୁ ମା' ବାପାଙ୍କୁ ହତ୍ୟା କଲା ପୁଅ

Key Points
ଉତ୍ତରପ୍ରଦେଶର ହାପୁରରୁ ଏକ ପୁଅର ନୃଶଂସ ଏବଂ ଜଘନ୍ୟ କାଣ୍ଡ ବିଷୟରେ ଜଣାପଡ଼ିଛି
ମା' ବାପାଙ୍କ ନାରେ ଥିବା ବୀମା ପଇସାକୁ ହଡ଼ପ କରିଛି ଜହ୍ଲାଦ ପୁଅ
୫୦ କୋଟି ଟଙ୍କାର ବୀମା ପଇସାକୁ ପୁଅ ଉଠାଇ ନେଇଛି
ଜୀବନ ବୀମା ହେଉଛି ଆମର ଭବିଷ୍ୟତ ଏବଂ ଆମ ପରିବାରର ଭବିଷ୍ୟତକୁ ଆର୍ଥିକ ଭାବରେ ସୁଦୃଢ କରିବାର ଏକ ଉପାୟ। ଯଦି କିଛି ଅଘଟଣ ଘଟେ, ତେବେ ଏହି ବୀମା ପଲିସିଗୁଡ଼ିକ ଆମକୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପଲିସିଗୁଡ଼ିକର ଶୋଷଣ କରନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ହାପୁଡର ବିଶାଲ କୁମାର। ଏହି ବ୍ୟକ୍ତି ପ୍ରଥମେ ତାଙ୍କ ସ୍ତ୍ରୀ, ମା ଏବଂ ବାପାଙ୍କ ନାଁରେ ବୀମା କଲା। ପରେ, ସେ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିଥିଲା ଏବଂ ତା’ପରେ ସେମାନଙ୍କ ବୀମା ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲା। କିନ୍ତୁ ଏହା ବେଶି ଦିନ ତିଷ୍ଠି ନ ଥିଲା । ଶେଷରେ ସବୁକିଛି ପର୍ଦ୍ଦାଫାସ ହୋଇଗଲା।
ଉତ୍ତରପ୍ରଦେଶର ହାପୁରରୁ ଏକ ପୁଅର ନୃଶଂସ ଏବଂ ଜଘନ୍ୟ କାଣ୍ଡ ବିଷୟରେ ଜଣାପଡ଼ିଛି। ସାମାନ୍ୟ ପଇସା ପାଇଁ ସାଙ୍ଗମାନଙ୍କ ସହ ମିଶି ନିଜ ଜନ୍ମ କଲା ମା' ବାପାଙ୍କୁ ହତ୍ୟା କରିବାକୁ ବି ପଛାଇନି। ହତ୍ୟା ପରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇ ମା' ବାପାଙ୍କ ନାରେ ଥିବା ବୀମା ପଇସାକୁ ହଡ଼ପ କରିଛି ଜହ୍ଲାଦ ପୁଅ। ୫୦ କୋଟି ଟଙ୍କାର ବୀମା ପଇସାକୁ ପୁଅ ଉଠାଇ ନେଇଛି। ଏହାପରେ ହାପୁର ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ହାଜତକୁ ନେଇ ପଚରାଉଚରା ଜାରି ରଖିଛି।
ସୂଚନା ମୁତାବିକ, ବିଶାଲ ଜାନୁଆରୀ ୨୫, ୨୦୨୪ ରୁ ଫେବୃଆରୀ ୬, ୨୦୨୪ ମଧ୍ୟରେ ଋଣ ନେଇ ଚାରୋଟି ଗାଡ଼ି – ଗୋଟିଏ ଟୟୋଟା ଲେଜେଣ୍ଡର, ଗୋଟିଏ ନିସାନ ମ୍ୟାଗନାଇଟ୍, ଗୋଟିଏ ବ୍ରେଜା ଏବଂ ଗୋଟିଏ ରୟାଲ ଏନଫିଲ୍ଡ କିଣିଥିଲେ। ମାସିକ ମାତ୍ର ₹୨୫,୦୦୦ ରୋଜଗାର କରିବା ସତ୍ତ୍ୱେ, ଏତେ ସବୁ କରିବା ନେଇ ASP ଅନୁକୃତି ଶର୍ମାଙ୍କ ସନ୍ଦେହ ଦୃଢ ହେବାକୁ ଲାଗିଲା । ତଦନ୍ତ ଆଗକୁ ବଢ଼ିବା ସହିତ ଜଣାପଡିଲା ଯେ ବିଶାଲଙ୍କ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବିଶାଲ ସେମାନଙ୍କ ସମସ୍ତଙ୍କ ପାଇଁ ବୀମା ରାଶି ପାଇଛନ୍ତି।
📱 Get Argus News App
✨ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ୨୦୧୭ ମସିହାରେ ନିଜ ମା'ର ହତ୍ୟା କରିଥିଲା ଅଭିଯୁକ୍ତ ପୁଅ। ଏହାପରେ ତାଙ୍କ ମା' ନାଁରେ ଥିବା ୨୨ଲକ୍ଷ ଟଙ୍କା ଉଠାଇ ନେଇଥିଲା। ଆଉ ଗତବର୍ଷ ନିଜ ପିତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହାପରେ ତାଙ୍କ ପିତାଙ୍କ ନାଁରେ ଥିବା ୩୯ କୋଟି ଟଙ୍କା ନିଜ ଆକାଉଣ୍ଟକୁ ନେଇ ଆସିଥିଲେ। ସମସ୍ତଙ୍କ ମୃତ୍ୟୁକୁ ନେଇ ଅଲଗା ଅଲଗା ଦୁର୍ଘଟଣାର କାହାଣୀ କହୁଥିଲେ। ଯେଉଁଥିପାଇଁ ପୋଲିସର ସନ୍ଦେହ ବଢ଼ିଥିଲା। ଏବଂ ପୋଲିସ ଅଭିଯୁକ୍ତଙ୍କ ଉପରେ କଡ଼ା ନଜର ରଖିଥିଲେ। ଏହାପରେ ସନ୍ଦେହ ସତରେ ପ୍ରମାଣିତ ହୋଇଗଲା। ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ। ବୀମା ପଇସା ଦେଇଥିବା କମ୍ପାନୀ ମୃତ ବ୍ୟକ୍ତିଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ଏବଂ ହସ୍ପିଟାଲ ରେକର୍ଡ ସହ ମିଶାଇଥିଲେ। ଏହାପରେ ଅଭିଯୁକ୍ତଙ୍କ କଳାକାରନାମା ବିଷୟରେ ଜଣାପଡ଼ିଥିଲା।
ବିଶାଳ ସିଂଘଲ ନାମକ ଜଣେ ୩୭ବର୍ଷୀୟ ଯୁବକ ଦେଢ଼ କୋଟି ଟଙ୍କା ଇନସ୍ୟୁରାନ୍ସ ପଇସା ପାଇବାକୁ ଦାବି କରିଥିବାବେଳେ ପୋଲିସ ଏନେଇ ଖବର ପାଇଥିଲା। ଏହାପରେ ଘରୁ ଗିରଫ କରି ହାଜତକୁ ଉଠାଇ ଆଣିଥିଲେ। ବିଶାଲ ପୋଲିସକୁ କହିଥିଲେ ଯେ, ମୋର ତୃତୀୟ ପତ୍ନୀ ମୋତେ ଛାଡ଼ି ଚାଲିଯାଇଥିଲେ। ଏହାପରେ ମୁଁ ଚତୁର୍ଥ ବିବାହ କରିଥିଲି। କିନ୍ତୁ ଚତୁର୍ଥ ପତ୍ନୀ ପୋଲିସକୁ କହିଥିଲେ ଯେ, ମୋତେ ମୋ ସ୍ବାମୀ ବାରମ୍ବାର ଇନସ୍ୟୁରାନ୍ସ କାଗଜରେ ଦସ୍ତଖତ କରିବାକୁ କହୁଥିଲେ। ଯେଉଁଥିପାଇଁ ମୋର ସନ୍ଦେହ ହୋଇଥିଲା। ତାଙ୍କ ଚାଲିଚଳଣ ପୁରା ଅଲଗା ଥିଲା। ମୁଁ ଯବେ ଜାଣିଲି ସେ ନିଜେ ତାଙ୍କ ବାପାଙ୍କୁ ମାରିଦେଇଛନ୍ତି। ମୁଁ ବହୁତ ଭୟଭୀତ ଥିଲି। ଏହାପରେ ମୁଁ ଆମ ଘରକୁ ପଳାଇଆସିଥିଲି। ଆଉ ପୋଲିସକୁ ଜଣାଇଥିଲି।
ରବିବାର ପୋଲିସ ଅଭିଯୁକ୍ତ ବିଶାଲଙ୍କୁ ଗିରଫ କରିବା ସହ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ସ୍ତ୍ରୀ ଏବଂ ମା', ବାପାଙ୍କୁ ହତ୍ୟା କରିଥିବା ସେ ନିଜେ ସ୍ବୀକାର କରିଛନ୍ତି।
ଏହାସହ ପଢ଼ନ୍ତୁ: ହାଣ୍ଡିଆ ପିଇଦେଲା ବୋଲି ସ୍ତ୍ରୀକୁ ମାରିଦେଲା ସ୍ୱାମୀ !
ମେରଠର ଗଙ୍ଗାନଗରରେ ରହୁଥିବା ବିଶାଲଙ୍କ ବାପା ମୁକେଶ ସିଂଘଲ ଜଣେ ଫଟୋଗ୍ରାଫର ଥିଲେ। ତାଙ୍କର ମେରଠ ବଜାରରେ ଏକ ଫଟୋ ଷ୍ଟୁଡିଓ ଥିଲା। ତାଙ୍କ ସ୍ତ୍ରୀ ପ୍ରଭା ଦେବୀ ଜଣେ ଗୃହିଣୀ। ତାଙ୍କର ଏକମାତ୍ର ପୁଅ ହେଉଛନ୍ତି ବିଶାଲ। ଏଫଆର ନୁସାରେ ୨୦୨୪ ମସିହାରେ ୪୦ କୋଟି ବୀମା ପଇସା ପାଇବାକୁ ଦାବି କରିଥିଲେ। ବିଶାଲ ନିଜେ କହିଥିଲେ ଏକ ଗାଡ଼ି ଧକ୍କା ଦେବାରୁ ମୋ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉକ୍ତ ବୀମା କମ୍ପାନୀ ଯାଞ୍ଚ ଆରମ୍ଭ କରିଥିଲା। ଆଉ ସତ୍ୟାସତ୍ୟ ଜଣାପଡ଼ିଥିଲା।
Related Topics
Explore more stories