Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ମୋତେ କହିଲା ଛୁଆ ନଷ୍ଟ କରିବାକୁ'

National

GF Killed BF / 'ମୋତେ କହିଲା ଛୁଆ ନଷ୍ଟ କରିବାକୁ'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
'ମୋତେ କହିଲା ଛୁଆ ନଷ୍ଟ କରିବାକୁ'

Key Points

ଏମିତିକି ଲଜ୍‌ ବାହାରେ ଦିନେ, ନାବାଳିକାଙ୍କ ସହ ଯୁକ୍ତିତର୍କ ସମୟରେ ଛୁରି ଦେଖାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ସଦ୍ଦାମ ।

ଛତିଶଗଡ଼ର ବିଳାସପୁରରୁ ଛାତି ଥରାଇବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକା ନିଜ ପ୍ରେମିକର ଗଳା କାଟି ହତ୍ୟା କରିଛି। ଅଭିଯୁକ୍ତ ପ୍ରେମିକା ନିଜ ଅପରାଧ ସ୍ୱୀକାର କରିଛି ଏବଂ ବିଳାସପୁର ଫେରି ମାଆଙ୍କୁ ସବୁ ଘଟଣା ବଖାଣିଛି। ଯୁବତୀଙ୍କ ଅଭିଯୋଗ,‍ 'ମୋ ଉପରେ ବାରମ୍ବାର ଛୁଆ ନଷ୍ଟ କରିବାକୁ ବା ଆବର୍ସନ କରିବାକୁ, ଚାପ ପକାଉଥିଲା ପ୍ରେମିକ । ଏମିତିକି ମୋତେ ସେ ଛୁରି ଦେଖାଇ ମାରିବାକୁ ମଧ୍ୟ ଧମକ ଦେଉଥିଲା। ତେଣୁ ମୁଁ ଅତ୍ୟନ୍ତ ରାଗି ଯାଇଥିଲି, ଆଉ ତାଙ୍କ ବେକ କାଟିଦେଲି ।'

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ନାବାଳିକା ଝିଅଟି ବିଳାସପୁରର କୋନି ଥାନା ଅଞ୍ଚଳର ବାସିନ୍ଦା। ସେ ସେପ୍ଟେମ୍ବର ୨୮ ତାରିଖରେ ସଦ୍ଦାମଙ୍କୁ ଭେଟିବା ପାଇଁ ରାୟପୁର ଆସିଥିଲେ। ସଦ୍ଦାମ ମୂଳତଃ ବିହାରର ବାସିନ୍ଦା ଥିଲେ ଏବଂ ଅଭାନପୁରରେ MS ଇଞ୍ଜିନିୟରିଂ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ।

ଶନିବାରଠାରୁ ଏହି ଦମ୍ପତି ଏକ ଲଜ୍‌ରେ ରହୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଉଭୟଙ୍କ ସମ୍ପର୍କରେ ଖୁବ୍‌ ତିକ୍ତତା ଭରି ରହିଥିଲା । କଥା କଟାକଟି ମଧ୍ୟ ହେଉଥିଲା । କାରଣ ସଦ୍ଦାମ ଗର୍ଭବତୀ ନାବାଳିକାଙ୍କୁ ବାରମ୍ବାର ଗର୍ଭପାତ ପାଇଁ ଚାପ ପକାଉଥିଲା। ଏମିତିକି ଲଜ୍‌ ବାହାରେ ଦିନେ, ନାବାଳିକାଙ୍କ ସହ ଯୁକ୍ତିତର୍କ ସମୟରେ ଛୁରି ଦେଖାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ସଦ୍ଦାମ ।

ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?

ସେପ୍ଟେମ୍ବର ୨୮ ରାତିରେ, ନାବାଳିକା ଜଣକ ସେଇ ଛୁରି ବ୍ୟବହାର କରିଥିଲେ ଯେଉଁ ଛୁରି ଦେଖାଇ ସଦ୍ଦାମ ତାଙ୍କୁ ଧମକ ଦେଇଥିଲା । ଶୋଇଥିବା ସମୟରେ ସେଇଥିରେ ହିଁ ସଦ୍ଦାମଙ୍କ ଗଳା କାଟି ଦେଇଥିଲେ । ପରେ, ନାବାଳିକା ଜଣକ ସେହି ରୁମ୍‌ରୁ ନିଜ ମୋବାଇଲ ଧରି ବାହାରକୁ ଚାଲିଯାଇଥିଲେ ଏବଂ କବାଟ ବାହାରପଟୁ ତାଲା ପକାଇ ଦେଇଥିଲେ । ସେଠୁ ଚାଲିଯିବା ପରେ ରେଳ ଧାରଣା ପାଖରେ ଚାବିକୁ ଫିଙ୍ଗି ଦେଇଥିଲେ। ପରଦିନ ସକାଳ ସୁଦ୍ଧା ସେ ବିଳାସପୁରରେ ପହଞ୍ଚି ସାରିଥିଲେ । ସେଠି ସେ ନିଜ ମାଆଙ୍କୁ ସବୁ କଥା ଟିକିନିଖି କରି ବଖାଣିଥିଲେ । ମାଆ ତୁରନ୍ତ ତାଙ୍କୁ କୋନି ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ। ରାୟପୁର ପୋଲିସ ଏକଥା ଜାଣିବା ପରେ ହୋଟେଲ ରୁମ୍‌ରୁ ସଦ୍ଦାମଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା ।

ପୋଲିସ କହିଛି ଯେ ସେମାନେ ବିହାରରେ ଥିବା ସଦ୍ଦାମଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ତିନି ମାସର ଗର୍ଭବତୀ ଥିବା ନାବାଳିକାଙ୍କୁ ପୋଲିସ ଏବେ ପଚରାଉଚରା କରୁଛି ।

ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

ଅଧିକାରୀଙ୍କ କହିବାନୁସାରେ ନାବାଳିକା ଗର୍ଭଧାରଣ କରିଥିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା । ସଦ୍ଦାମ ବାରମ୍ବାର ଧମକ ଦେଉଥିବାରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୋଲି ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, "ଏହା ହତାଶା ବା ନିରାଶାର ଅପରାଧ ପରି ମନେ ହେଉଛି। ତଦନ୍ତ ପରେ ଜଣାପଡ଼ିବ, ଏହା ସୁଚିନ୍ତିତ ହତ୍ୟା ନା ହଠାତ୍ କ୍ରୋଧର ଶିକାର ହୋଇ ଏମିତି ଘଟିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pregnant Teen Slits Boyfriend's Throat With Knife He Threatened Her With | Argus News