Iran Israel War Impact / ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ: ବନ୍ଦ ହେବ ସବୁ ରେଷ୍ଟୁରାଣ୍ଟ

Key Points
ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ: ବନ୍ଦ ହେବ ସବୁ ରେଷ୍ଟୁରାଣ୍ଟ ।
ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି । ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି । ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍ ଏବଂ ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ।
ଏ ବାବଦରେ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛି ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ । ଏଲ୍ପିଜି ସଙ୍କଟ ସ୍ଥିତି ଭିତରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି ହୋଇଛି । ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏହାକୁ ଲାଗୁ କରାଯିବ ।
ଏଲ୍ପିଜି ସିଲିଣ୍ଡରର ଅଭାବ
ବଡ଼ ବଡ଼ ସହରରେ ଗ୍ୟାସ ସଙ୍କଟ । ସଙ୍କଟରେ ମୁମ୍ବାଇ, ବେଙ୍ଗାଲୁରୁର ରେଷ୍ଟୁରାଣ୍ଟ୍ କେବଳ ୨ ଦିନ ପାଇଁ ଏଲ୍ପିଜି ବଞ୍ଚିଛି । ବେଙ୍ଗାଲୁରୁ ସହରରେ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ଧମକ । ଆଜି ସହର ସଟ୍ ଡାଉନ ପାଇଁ କହିଛି ରେଷ୍ଟୁରାଣ୍ଟ ସଂଘ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍ । ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଲା ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି । ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୟରେ, ମୁମ୍ବାଇର ରେଷ୍ଟୁରାଣ୍ଟ ମାଲିକମାନେ କହିଛନ୍ତି ଯେ ସେମାନେ କମରସିଆଲ ଏଲପିଜି ସିଲିଣ୍ଡର ପାଇପାରୁନାହାଁନ୍ତି । ମୁଲୁଣ୍ଡରେ ହୋଟେଲ ସାଗର ଚଳାଉଥିବା ଅନୁ ସେଟ୍ଟି କହିଛନ୍ତି ଯେ ଅନେକ ସ୍ଥାନରେ ସିଲିଣ୍ଡର ଯୋଗାଣ ବନ୍ଦ ହୋଇଯାଇଛି । ଯେଉଁଠାରେ କମରସିଆଲ ଗ୍ୟାସ୍ ମିଳୁଛି ସେଠାରେ ମଧ୍ୟ ମୂଲ୍ୟ ବହୁତ ଅଧିକ ବୃଦ୍ଧି ପାଇଛି । ସେ ଆହୁତି ମଧ୍ୟ କହିଛନ୍ତି ଯେ ଏକ କମରସିଆଲ ଏଲପିଜି ସିଲିଣ୍ଡର ଯାହାର ମୂଲ୍ୟ ୧,୭୫୦ ଥିଲା, ତାହା ଏବେ ପ୍ରାୟ ୧,୯୫୦ରେ ବିକ୍ରି ହେଉଛି । ଯୋଗାଣ ହ୍ରାସ ପାଉଥିବାରୁ, ଦର ବୃଦ୍ଧି ପାଉଛି । ଗ୍ୟାସ୍ ଅଭାବ ଘରୋଇ ଗ୍ରାହକମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି ।
ଏଥିସହ ପଢ଼ନ୍ତୁ: ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ଆହୁରି ଆକାଶଛୁଆଁ ହୋଇପାରେ ତୈଳ ଦର
📱 Get Argus News App
✨Related Topics
Explore more stories